ବୌଦ୍ଧ ୨୯।୧୧ (ଓଡ଼ିଆ ପୁଅ) କୋଶଳ ସମନ୍ୱୟ ସମିତି ପକ୍ଷରୁ ଆଜି ତିନି ଦଫା ଦାବି ନେଇ ୧୨ ଘଣ୍ଟିଆ କଣ୍ଟାମାଳ ବନ୍ଦ ଡାକରା ଦିଆଯାଇଛି। ଏହା ଫଳରେ ଦୋକାନ ବଜାର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ତଥା ସ୍କୁଲ କଲେଜ ଏବଂ ଯାନବାହନ ଚଳାଚଳ ବନ୍ଦ ରହିଛି। କଣ୍ଟାମାଳ ବ୍ଲକ୍କୁ ସବଡିଭିଜନ ଘୋଷଣା, ତରଭା ତେଲ ନଦୀ ସେତୁ ତୁରନ୍ତ ଶେଷ ଓ ଖଳିଆପାଲିଠାରେ ବେଆଇନ ଜମି ଜବରଦଖଲ ଉଚ୍ଛେଦ ଆଦି ଦାବିରେ କୋଶଲ ସମନ୍ୱୟ ସମିତି ଏହି ବନ୍ଦ ପାଳନ କରୁଛି।