Home ଓଡ଼ିଶା ଲୋକଙ୍କ ସ୍ୱାର୍ଥ ପାଇଁ ଲଢେଇକୁ ଆହୁରି ତୀବ୍ର କରିବ ବିଜେପି

ଲୋକଙ୍କ ସ୍ୱାର୍ଥ ପାଇଁ ଲଢେଇକୁ ଆହୁରି ତୀବ୍ର କରିବ ବିଜେପି

207

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଏବଂ ଫନୀ ସହାୟତା ଘର ଯୋଗାଇ ଦେବାରେ ରାଜ୍ୟସରକାର କରିଥିବା ବ୍ୟାପକ ଜାଲିଆତି ବିରୁଦ୍ଧରେ ଆଗାମୀ ରଣନୀତି ପ୍ରସ୍ତୁତ କଲା ବିଜେପି
ଭୁବନେଶ୍ୱର, ତା.୦୩/୧୧ (ଓଡ଼ିଆ ପୁଅ) : ଫନି ବାତ୍ୟାରେ ପ୍ରଭାବିତ ରାଜ୍ୟର ୧୪ଟି ଜିଲ୍ଲାରେ ପ୍ରକୃତ କ୍ଷତିଗ୍ରସ୍ତ ଲୋକ ବର୍ତମାନ ସୁଦ୍ଧା କ୍ଷତିପୂରଣ ପାଇ ନାହାଁନ୍ତି। ଫନି ବାତ୍ୟା ଜନିତ ରାଜ୍ୟର ୧୪ଟି ଜିଲ୍ଲାରେ ତାଲିକାନୁ୍ ଯାୟୀ ପୂର୍ଣ୍ଣ, ଗୁରୁତର ଓ ଆଂଶିକ ୩ ପ୍ରକାର ଭାବେ ପ୍ରସ୍ତୁତ ହୋଇଥିବା ଘର ଭଙ୍ଗା ସଂଖ୍ୟା ୩ ଲକ୍ଷ ୮୯ ହଜାର ଦର୍ଶାଯାଇ ବ୍ୟାପକ ଜାଲିଆତି କରାଯାଇଅଛି। ପ୍ରକୃତ ଘର ଭାଙ୍ଗିଥିବା କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣରୁ ବଂଚିତ କରାଯାଇ ଶାସକ ଦଳ ଦଳୀୟ ଭିତିରେ ଘର ଭାଙ୍ଗି ନଥିବା ଲୋକଙ୍କୁ ତାଲିକା ଭୁକ୍ତ କରାଯାଇଛି। ଗତ ଫନି ବାତ୍ୟାରେ ଓଡିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା ଏବଂ କେନ୍ଦ୍ର ସରକାର ସହଯୋଗ କରିଥିଲେ। ପୂର୍ବରୁ ଏବଂ ପରେ ୩ଟି ପର୍ଯ୍ୟାୟରେ ସମୁଦାୟ ୩ହଜାର ୩୩୮ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଯୋଗାଇ ଦେଇଛନ୍ତି। ମାତ୍ର ରାଜ୍ୟସରକାର ତାଲିକାକୁ ବଢେଇ ଦଳୀୟ ଭିତିରେ ସହାୟତା ଟଙ୍କାକୁ ବାଂଟି ଦେଇ ପ୍ରକୃତ କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତାରୁ ବଂଚିତ କରିଛନ୍ତି। ସେହିପରି ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଦେଖାଦେଇଛି। ନିର୍ମାଣ ହେବାକୁ ଥିବା ୧୨ ଲକ୍ଷ ୭୫ ହଜାର ପକ୍କାଘରରେ ଅଛନ୍ତି ୮୫% ଅଯୋଗ୍ୟ ହିତାଧିକାରି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଏବଂ ଫନୀ ସହାୟତା ଘର ଯୋଗାଇ ଦେବାରେ ରାଜ୍ୟସରକାର କରିଥିବା ବ୍ୟାପକ ଜାଲିଆତି ବିରୁଦ୍ଧରେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ରାଜ୍ୟ ବିଜେପି ସଂପାଦକ କାଳନ୍ଦୀ ସାମଲ ସୂଚନା ଦେଇଛନ୍ତି।

ଏହି ପରିପ୍ରେକ୍ଷୀରେ ରାଜ୍ୟ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ଉପସଭାପତି ନୟନ ମହାନ୍ତି ଓ ସମୀର ମହାନ୍ତି, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ରାଜ୍ୟ ସଂପାଦକ ଦିଲ୍ଲୀପ ମଲ୍ଲିକ, ଲେଖାଶ୍ରୀ ସାମନ୍ତସିଂହାର, ଯୁବ ମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ, ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡା, ରାଜ୍ୟ ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ରଙ୍କ ସମେତ ପୁରୀ, ନୟାଗଡ, ଖୋର୍ଦ୍ଧା, କଟକ, ଜତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଢେଙ୍କାନାଳ, ଅନୁଗୁଳର ଜିଲ୍ଲାର ଜିଲ୍ଲା ସଭାପତି ଏବଂ ବିଧାୟକ ପ୍ରାର୍ଥୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.