Home ଓଡ଼ିଶା ପୋଲିସରେ ଅଭିଯୋଗ ନ କରିବାକୁ ଦୁଷ୍କର୍ମ ପୀଡ଼ିତାଙ୍କ ଉପରେ ଚାପ ପ୍ରୟୋଗ

ପୋଲିସରେ ଅଭିଯୋଗ ନ କରିବାକୁ ଦୁଷ୍କର୍ମ ପୀଡ଼ିତାଙ୍କ ଉପରେ ଚାପ ପ୍ରୟୋଗ

278

କଳାହାଣ୍ଡି, ୦୩/୧୧, (ଓଡ଼ିଆ ପୁଅ ପି ନାୟକ):ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ କରି ବିବାହିତ ଯୁବକଙ୍କ ନାଁ ରେ ଅଭିଯୋଗ ହୋଇଛି। ଏବେ ଯୁବତୀ ୭ ମାସର ଗର୍ଭବତୀ ଥିବା ମଧ୍ୟ ଜଣାପଡିଛି। ତେବେ ଏହି ଘଟଣା କଳାହାଣ୍ଡି ଜିଲ୍ଲାରେ ଘଟିଛି। ଅଭିଯୋଗ ଅନୁସାରେ, ପୀଡିତା ଯୁବତୀ ଜଣକ ଗାଁ ଗଉନ୍ତିଆଙ୍କ ଘରେ କାମ କରୁଥିଲେ। ପରେ ସେହି ଘରର ଜଣେ ବିବାହିତ ପୁରୁଷ ତାଙ୍କୁ ସମୟ ଦେଖି ଜବରଦସ୍ତ ଦୁଷ୍କର୍ମ କରୁଥିଲେ। ତେବେ ପୀଡିତା ଜଣକ ଦିବ୍ୟାଙ୍ଗ ହୋଇଥିବାରୁ କିଛି କହିପାରୁନଥିଲେ। ପରେ ପରିବାର ଲୋକେ ଡାକ୍ତରଙ୍କୁ ଦେଖାଇବାରୁ ସେ ୭ ମାସର ଗର୍ଭବତୀ ଥିବା ଜଣାପଡିଥିଲା। ଆଉ ସବୁ କାହାଣୀ ଉପରୁ ପରଦା ହଟିଥିଲା। ଏହା ପରେ ଗାଁରେ କଙ୍ଗାରୁ କୋର୍ଟ ବସିଥିଲା। ସର୍ବସମ୍ମୁଖରେ ଯୁବକ ଗାଁ ଗଉନ୍ତିଆଙ୍କ ପୁଅକୁ ଚିହ୍ନଟ କରିଥିଲେ। କିନ୍ତୁ ଗଉନ୍ତିଆଙ୍କ ପରିବାର ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏହାସହ ପୋଲିସରେ ଅଭିଯୋଗ ନ କରିବାକୁ ଚାପ ପ୍ରୟୋଗ କରାଯାଉଥିବା ବି ଅଭିଯୋଗ ହୋଇଛି। ଏବେ ନ୍ୟାୟ ପାଇଁ କଳାହାଣ୍ଡି ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.