ମୟୂରଭଞ୍ଜ,୨୬/୧୦,(ଓଡ଼ିଆ ପୁଅ ପି ନାୟକ): ଆଜି ମୟୁରଭଞ୍ଜ ଜିଲ୍ଲା ପୋଖରିଆ ଗ୍ରାମ ପଞ୍ଚାୟତ ରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ରାସ୍ତା ଖରାପ ଥିବାରୁ ଆମ୍ବୁଲାନ୍ସ ଆସିପାରିବେ ଜଣେ ବୃଦ୍ଧ ଙ୍କ ଜୀବନ ଯାଇଥିବା ଦୃଶ୍ୟ ସାମ୍ନାକୁ ଆସିଛି ।ସୂଚନା ଅନୁସାରେ, ବୃଦ୍ଧ ଦୁର୍ଗା ମୂର୍ମୂଙ୍କ ଦେହ ୨ ଦିନ ପୂର୍ବରୁ ଖରାପ ହୋଇଥିଲା । ଚିକିତ୍ସା ପାଇଁ ପରିବାର ଲୋକ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ହେଲେ ରାସ୍ତା ଖରାପ ଥିବାରୁ ଆମ୍ବୁଲାନ୍ସ ଆସି ବି ଆସିନପାରି ଫେରିଯାଇଥିଲା । ପରେ ତାଙ୍କୁ ଆମ୍ବୁଲାନ୍ସ ପାଖକୁ ଆଣିବା ସମୟରେ ହିଁ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ମୃତକଙ୍କ ପରିବାର ଅଭିଯୋଗ କରିଛନ୍ତି ।