Home କୋରାପୁଟ ରାଜ୍ୟସ୍ତରୀୟ ଲୋକ ମହୋତ୍ସବ ପରବ-୧୯ର ଶୁଭାରମ୍ଭ

ରାଜ୍ୟସ୍ତରୀୟ ଲୋକ ମହୋତ୍ସବ ପରବ-୧୯ର ଶୁଭାରମ୍ଭ

220

କୋରାପୁଟ ୨୦-୧୦(ଓଡିଆ ପୁଅ/ରଂଜନ କୁମାର ଦାସ)ରାଜ୍ୟସ୍ତରୀୟ  ଲୋକ ମହୋତ୍ସବ ପରବ-୧୯ର ଶୁଭାରମ୍ଭ ହୋଇଯାଇଛି ।ପର୍ଯ୍ୟଟନସ୍ଥଳ ମାଛକୁଣ୍ଡର ଡୁଡୁମାଠାରୁ  କଳସରେ ପାଣି ନିଆଯିବା ସହ ପାତଲେଶ୍ୱର ମନ୍ଦିରରେ ରାଜ୍ୟ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଜିଲ୍ଲାପାଳ ମଧୁସୂଦନ ମିଶ୍ର , କୋରାପୁଟ ବିଧାୟକ ରଘୁରାମ ପଡାଲ , କୋରାପୁଟ ସାଂସଦ ସପ୍ତଗିରି ଉଲକା , ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ ଇଶ୍ୱର ପାଣିଗ୍ରାହୀ , ଲକ୍ଷ୍ମିପୁର ବିଧାୟକ ପ୍ରଭୁ ଜାନି , ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢୀ ପ୍ରମୁଖ ଯୋଗଦେଇ ପୂଜାର୍ଜନା କରିଥିଲେ ।ମନ୍ଦିରରୁ ମୁଖ୍ୟ ମଶାଳରେ ଅଗ୍ନି ସଂଯୋଗ କରାଯିବା ପରେ ଅତିଥିମାନେ ଏକ ଖୋଲାଗାଡିରେ ବାରଙ୍ଗଗୁଡା ଛକରେ ପହଂଚିବା ପରେ ସ୍ୱାଗତ ସମ୍ବର୍ନ୍ଧନା ଦିଆଯାଇଥିଲା ।ସେଠାରୁ ଆଦିବାସୀ ନୃତ୍ୟର ତାଳେ ତାଳେ ମଶାଳକୁ ବିଶାଳ ଶୋଭାଯାତ୍ରାରେ ସଭାସ୍ଥଳକୁ ନିଆଯାଇଥିଲା ।କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମନ୍ତ୍ରୀ ଶ୍ରୀମତୀ ଦିଆନ ମୁଖ୍ୟ ଅତିଥିଭାବେ ଯୋଗଦେଇ ପରବ ମାଧ୍ୟମରେ କ୍ରୀଡା , ସଂସ୍କୃତି ଓ ପର୍ଯ୍ୟଟନକୁ ଲୋକଲୋଚନକୁ ଆସୁଥିବା ସୂଚନା ଦେଇଥିଲେ ।ଡୁଡୁମାଠାରେ ପରବ ଶୁଭାରମ୍ଭ ହୋଇଥିବାରୁ ନିଶ୍ଚିତଭାବେ ଡୁଡୁମା ଜଳପ୍ରପାତର ପ୍ରଚାର ଓ ପ୍ରସାର ହେବ ଓ ଅଧିକାରୁ ଅଧିକ ପର୍ଯ୍ୟଟକ ଆସିବେ ବୋଲି  ଆଶାବ୍ୟକ୍ତ କରିଥିଲେ ।କୋରାପୁଟ ଜିଲ୍ଲାର ଆଦିବାସୀ ଲୋକତ୍ସବ ପରବ  ଆରମ୍ଭ ହେବା ପରେ ରାଜ୍ୟର ଅନେକ ଜିଲ୍ଲା ଏହାକୁ ଅନୁକରଣ କରି ସେମାନଙ୍କ ଜିଲ୍ଲାରେ ଏଭଳି ଉତ୍ସବ କରିଥିଲେ ବୋଲି କୋରାପୁଟ ସାଂସଦ ସପ୍ତଗିରି ଉଲକା ପ୍ରକାଶ କରିଥିଲେ ।ଜିଲ୍ଲାରେ ଲୁକକାୟିତ ଭାବରେ ରହିଥିବା ପର୍ଯ୍ୟଟନ ସ୍ଥଳୀଗୁଡିକ ପରବ ମାଧ୍ୟମରେ ଲୋକଲୋଚନକୁ ଆସିଥିବା ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ ପ୍ରକାଶ କରିଥିଲେ ।କଳା , ସଂସ୍କୃତି ଓ କ୍ରୀଡାରେ ଭରପୂର କୋରାପୁଟ ଜିଲ୍ଲା ଅଟେ ଓ ଏହାର ପ୍ରଚାର ପରବ ମାଧ୍ୟମରେ ହୋଇପାରୁଥିବାରୁ ଜିଲ୍ଲାପ୍ରଶାସନକୁ ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ ଧନ୍ୟବାଦ ଜଣେଇଥିଲେ । ମଂଚରେ ଜିଲ୍ଲା ପ୍ରଶାସନ , ଜନପ୍ରତିନିଧି ,କଳାକାର ଓ ସାଧାରଣ ଜନତା  ଏକତ୍ରିତ ହୋଇ ଜିଲ୍ଲାର ବିକାଶ କିପରି ଆଗେଇପାରିବ ତାହା ପରବ ମାଧ୍ୟମରେ କରାଯାଇ ପାରୁଥିବା ଲକ୍ଷ୍ମିପୁର ବିଧାୟକ ପ୍ରଭୁ ଜାନି ସୂଚନା ଦେଇଥିଲେ । କୋରାପୁଟ ଜିଲ୍ଲାରେ ବନ୍ଦ ହୋଇଯାଇଥିବା ପଂଚାୟତସ୍ତରୀୟ ପରବ ଚଳିତ ବର୍ଷ  କରାଯାଉଥିବାରୁ ଗ୍ରାମରୁ କଳାକାର ଓକ୍ରୀଡାବିତମାନେ ଲୋକଲୋଚନକୁ ଆସିପାରିବେ ବୋଲି ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢୀ ପ୍ରକାଶ କରିଥିଲେ ।ଜନଜୀବନ ସହ ସଂଶ୍ଲିଷ୍ଟ ସଂସ୍କୃତିକୁ ପରିସ୍ପୁଟନ କରିବାକୁ ପରବ ଉତ୍ସବ ପାଳନ କରାଯାଉଛି ବୋଲି ଜିଲ୍ଲାପାଳ ମଧୁସୂଦନ ମିଶ୍ର ପ୍ରକାଶ କରିଥିଲେ ।ଚଳିତ ବର୍ଷ ପଂଚାୟତ  ଓ ବ୍ଲକ ସ୍ତରୀୟ ପରବ ପାଳନ କରାଯାଉଥିବା ସେ ସୂଚନା ଦେଇଥିଲେ ।ଆସନ୍ତା ମାସ ୧୬ ତାରିଖଠାରୁ ୧୮ ତାରିଖ ପର୍ଯ୍ୟନ୍ତ ସରକାରୀ କଲେଜ ପଡିଆରେ ପରବର  ମୁଖ୍ୟ ଉତ୍ସବ ପାଳନ କରାଯିବ ବୋଲି ସେ ପ୍ରକାଶ କରିବା ସହ ଉପସ୍ଥିତ ସମସ୍ତଙ୍କୁ ନିମନ୍ତ୍ରଣ କରିଥିଲେ ।ଲମତାପୁଟ ବ୍ଲକର ସମସ୍ତ କର୍ମଚାରୀ , ନିର୍ବାଚିତ ଜନପ୍ରତିନିଧି , ସାଧାରଣ ଜନତାଙ୍କ ସହଯୋଗରେ ଡୁଡୁମାରେ ପରବର ଶୁଭାରମ୍ଭ ସଫଳ ହୋଇଥିବାରୁ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ହନ୍ତାଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ପ୍ରତିବର୍ଷ ପରବ ସଫଳତାର ସହ ଆଗେଇ ପାରୁଛି ବୋଲି କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ ପ୍ରକାଶ କରିଥିଲେ ।ପରବ ଉତ୍ସବ ମାଧ୍ୟମରେ ଜିଲ୍ଲାର ସଂସ୍କୃତି , କଳା , କ୍ରୀଡା ସହ ଅନ୍ୟାନ୍ୟ ବିକାଶ ହୋଇ ପାରୁଛି ବୋଲି ପୂର୍ବତନ ସାଂସଦ ଝିନ୍ନ ହିକକା ପ୍ରକାଶ କରିଥିଲେ ।କୋରାପୁଟ ଜିଲ୍ଲାପ୍ରଶାସନ ତଥା ଲମତାପୁଟ ବ୍ଲକର ସମସ୍ତ କର୍ମଚାରୀ ଓ ଜନ ପ୍ରତିନିଧିମାନଙ୍କ ସହଯୋଗରେ ଶୁଭାରମ୍ଭ ଉତ୍ସବ ସଫଳତାର ସହ ଶେଷ ହୋଇଥିବାରୁ ଜିଲ୍ଲାପରିଷଦ ସଭାପତି  ତୁଲସି କିରସାନି ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।ମନ୍ତ୍ରୀ ଶ୍ରୀମତୀ ଦିଆନ ସମସ୍ତଙ୍କୁ ପରବ ଶପଥପାଠ କରାଇଥିଲେ ।ଏହି ଅବସରରେ ଅତିଥିମାନେ ପରବ ପୋଷ୍ଟର ଉନ୍ନୋଚନ କରିଥିଲେ ।ଶେଷରେ କୋରାପୁଟ ଜିଲ୍ଲା ସଂସ୍କୃତି  ଅଧିକାରୀ ଅକ୍ଷୟ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ଲମତାପୁଟ ବିଡିଓ ତ୍ରୀନାଥ ମାଝି ପରିଚାଳନା କରିଥିବା ବେଳେ ଉପାଧ୍ୟକ୍ଷ ଘାସି ମାଣ୍ଡି , ସହକାରୀ ଯନ୍ତ୍ରୀ ଶିବ ପାଢୀ , ଗ୍ରାମପଂଚାୟତ ସଂପ୍ରସାରଣ ଅଧିକାରୀ ଶ୍ରୀନିବାସ ପଟନାୟକ , ପ୍ରଗତି ସହାୟକ ସୁଧିର କୁମାର ପଣ୍ଡା ,ଏମଆଇ କମଳାଶ୍ରୀ ସିଂ ପ୍ରମୁଖ ଯୋଗଦେଇ ପରିଚାଳନାରେ ସହ ଯୋଗକରିଥିଲେ ।ଏହି ଉତ୍ସବରେ  କୋରାପୁଟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକ , କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର ,ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଭବାନୀ ଶଙ୍କର କାଳ , ଜିଲ୍ଲା କ୍ରୀଡା  ଅଧିକାରୀ ରାଜ କିଶୋର ଜେନା , ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଟୁଲିଆମ୍ମା ପ୍ରଧାନ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ହରେକୃଷ୍ଣ ପ୍ରଧାନ , ଜିଲ୍ଲା ମଙ୍ଗଳ ଅଧିକାରୀ ମଧୁସ୍ମିତା ମହାପାତ୍ର ,କୋରାପୁଟ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ କାରୁ ସୋରେନ , ଜୟପୁର ଆଇଟିଡିଏ ପ୍ରକଲ୍ପ ପ୍ରଶାସକ ଗୋପୀନାଥ ସାରକା ,କଫି ଉନ୍ନୟନ ଟ୍ରଷ୍ଟର ଏପିଡି ଦୟାସିନ୍ଧୁ ବାଗ , ଜିଲ୍ଲା  ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିଦ୍ଦେର୍ଶକ ମହେଶ୍ୱର ଚନ୍ଦ୍ର ନାୟକ , ଜିଲ୍ଲା ପରିଷଦ ଉପସଭାପତି ନାରସୁଲ କାମାଡି ପ୍ରମୁଖ ଉପସ୍ଥିତ ଥିଲେ । କୋରାପୁଟ ଜିଲ୍ଲାର ୧୪ ଟି ବ୍ଲକ ଓ ୪ଟି ସହାରଂଚଳର ଅଧିକାରୀମାନେ ମୁଖ୍ୟମଶାଳରୁ ସେମାନେ ଆଣିଥିବା ମଶାଳରେ ଅଗ୍ନିସଂଯୋଗ କରି ନିଜ ଅଂଚଳକୁ ନେଇଥିଲେ ।ଏଥିପୂର୍ବରୁ ଆଜି ସକାଳେ କୋରାପୁଟ ନିଶାଣୀମୁଣ୍ଡାଠାରେ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ପୁଜାର୍ଜନା କରିଥିଲେ ।୨୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ପଂଚାୟତସ୍ତରୀୟ ଓ ୩୧ ତାରିଖଠାରୁ ନଭେମ୍ବରମାସ ୫ ତାରିଖ ପର୍ଯନ୍ତ ବ୍ଲକ ତଥା ସହରାଚଂଳ ପରବ ଉତ୍ସବ ପାଳନ କରାଯିବ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.