Home ଓଡ଼ିଶା ପାନ ଦୋକାନରେ ରେଳ ଟିକେଟ ବିକ୍ରି କରି ଯୁବକ ଗିରଫ

ପାନ ଦୋକାନରେ ରେଳ ଟିକେଟ ବିକ୍ରି କରି ଯୁବକ ଗିରଫ

285

ବାଲେଶ୍ବର,୨୦/୧୦,(ଓଡ଼ିଆ ପୁଅ ପି ନାଏକ): ପାନ ଦୋକାନରେ ମିଳୁଛି ରେଳ ଟିକଟ । ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ । ହେଲେ ଏଭଳି ଖବର ବାଲେଶ୍ବରରୁ ଆସିଛି । ସୂଚନା ଅନୁସାରେ, ହୃଷିକେଶ ସାହୁ ନାମକ ଜଣେ ଯୁବକ ପାନ ଦୋକାନରେ ଟିକେଟ ବ୍ୟବସାୟ କରୁଥିଲା । ପରେ ଏହି ଖବର ପହଞ୍ଚିଥିଲା ରେଳବାଇ କ୍ରାଇମବ୍ରାଞ୍ଚ ନିକଟରେ । ପରେ ଆଜି ରେଳବାଇ କ୍ରାଇମବ୍ରାଞ୍ଚ ଇନସପେକ୍ଟର ସୁରେଶ କୁମାରଙ୍କ ନେତୃତ୍ୱରେ ଏକ ଆଠ ଜଣିଆ ଟିମ ଗୋପାଳପୁର ବଜାରରେ ଚଢ଼ାଉ କରିଥିଲେ । ଚଢାଉ ପରେ ଉକ୍ତ ଦୋକାନରୁ ରେଳ ଟିକେଟ ଜବତ ସହ ହୃଷିକେଶଙ୍କୁ ମଧ୍ୟ ଗିରଫ କରାଯାଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.