ମାଲକାନଗିରି; (ଓଡ଼ିଆ ପୁଅ/ସୁଚିତ୍ରା ଦାଶ): ମାଲକାନଗିରି ଜିଲ୍ଲା ପୋଲିସ ଦ୍ୱାରା ଏକ ଘରୋଇ କ୍ଲିନିକର ମାଲିକ ଏବଂ ଜଣେ କର୍ମଚାରୀ ଗିରଫ ହୋଇଛନ୍ତି।ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମିଳୁଥିବା ମାଗଣା ସେବା ଏବଂ ପରୀକ୍ଷା ଗୁଡିକୁ ନିଜ କ୍ଲିନିକରେ ତୁରନ୍ତ କରାଇ ଦେବା ପାଇଁ ରୋଗୀମାନଙ୍କୁ ପ୍ରଲୋଭିତ କରି ପ୍ରଚୁର ଅର୍ଥ ନେଉଥିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ମାଲକାନଗିରି ପୋଲିସ।ବରାଳ ଡାଇଗୋନିସିସ ନାମକ ଏହି ଘରୋଇ କ୍ଲିନିକ ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ରହି ଦୀର୍ଘ ଦିନ ହେଲା ରୋଗୀଙ୍କୁ ଏପରି ଠକି ଆସୁଥିଲେ।ସରକାର ଦେଉଥିବା ମାଗଣା ପରୀକ୍ଷା ଗୁଡିକୁ ନିଜ କ୍ଲିନିକରେ କରାଇ ବହୁ ଅର୍ଥ ନେଉଥିଲେ।ଗିରଫ ବ୍ୟକ୍ତିମାନେ ହେଲେ ଦଲାଲ ଦିବ୍ୟ ପ୍ରକାଶ ମିଶ୍ର ଏବଂ କ୍ଲିନିକ ମାଲିକ ବସନ୍ତ ସାହୁ।