Home ଅପରାଧ ବେଆଇନ ଗୋ-ଚାଲାଣ: ଦଲାଲ୍ ଏବେ ଉଠାଇ ନେଉଛନ୍ତି ଗାଈ!

ବେଆଇନ ଗୋ-ଚାଲାଣ: ଦଲାଲ୍ ଏବେ ଉଠାଇ ନେଉଛନ୍ତି ଗାଈ!

466

ଭୁବନେଶ୍ୱର: ରାଜ୍ୟରେ ବେଆଇନ ଗୋଚାଲାଣ ଅହେତୁକ ଭାବରେ ବୃଦ୍ଧି ପାଇବାରେ ଲାଗିଛି।ଗୋହତ୍ୟା ନିବାରଣ ଆଇନ ୧୯୬୦ ଏବଂ ପଶୁ ନିଷ୍ଠୁରତା ଆଇନ ୧୯୬୦ (୩୧) ଆଦିର ବ୍ୟାପକ ଉଲଘଂନ ହୋଇ ବେଆଇନ ଭାବରେ ଚାଲୁଛି ଗୋହତ୍ୟା ଏବଂ ଗୋଚାଲାଣ।ଆନ୍ଧ୍ରା ସମେତ ଭ୍ୟାୟା ପଶ୍ଚିମବଙ୍ଗ ହୋଇ ବାଂଲାଦେଶକୁ ହେଉଛି ବେଆଇନ ଗୋଚାଲାଣ।ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଗ୍ରାମାଞ୍ଚଳ ମାନଙ୍କରୁ ଗାଈଗୋରୁ ସଂଗ୍ରହ କରି ଜାତୀୟ ରାଜପଥ ଦେଇ ବାଂଲାଦେଶକୁ ହେଉଛି ଗୋତସ୍କର।ଆଇନର ଖୁଲମଖୋଲା ଉଲଘଂନ କରି ଏପରି ବେଆଇନ ଗୋଚାଲାଣକୁ ପ୍ରଶୟ ଦେଉଛନ୍ତି ନେତା ଏବଂ ବଟି ନେଉଛନ୍ତି ପୋଲିସ।ବଡ଼ବଡ଼ ଗୋତସ୍କର ମାନେ ଗ୍ରାମାଞ୍ଚଳ ମାନଙ୍କରେ ଦଲାଲଙ୍କୁ ଧରି ସେଠାରୁ ଗୋରୁ ସଂଗ୍ରହ କଲା ପରେ ସେମାନଙ୍କୁ ଏକାଠି କରି ବଡ଼ବଡ଼ ଗାଡ଼ିରେ ଖୁନ୍ଦାଖୁନ୍ଦି କରି ଭର୍ତ୍ତି କରି ଅତି ଦୟନୀୟ ଭାବରେ ରପ୍ତାନି କରୁଛନ୍ତି ବାଂଲାଦେଶ।

ତେବେ, ପୂର୍ବରୁ ଲୋକଙ୍କର ଅବସ୍ଥା ଦେଖି ଅର୍ଥ ଲୋଭ ଦେଖାଇ ଏବଂ ମିଛସତ କହି ଦଲାଲ ମାନେ ଗୋରୁ କ୍ରୟ କରି ଚାଲାଣ କରୁଥିଲେ।ଏବେ କିନ୍ତୁ ଗାଈ ଗୋରୁଙ୍କୁ ସିଧା ଉଠାଇ ନେଉଛନ୍ତି।ବାହାରେ ବୁଲୁଥିବା ବେଳେ, ରାସ୍ତାରେ ଶୋଇଥିବା ବେଳେ ଏପରିକି ବାରିପଟୁ ଗୁହାଳରୁ ରାତି ଅଧରେ ଉଠାଇ ନେଉଛନ୍ତି ଗାଈ।ଏପରି ଏକ ଘଟଣା ଏବେ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଅଞ୍ଚଳରେ।ନିରାକାରପୁର ଥାନା ରାମେଶ୍ୱର ପଞ୍ଚାୟତ ଅନ୍ତର୍ଗତ ପଦ୍ମପୁର ଗ୍ରାମର ଜଣେ ହିନ୍ଦୁ ସଂପ୍ରଦାୟର ବ୍ୟକ୍ତି ଦଲାଲ ସାଜି ଗୋଚାଲାଣ କରାଉଥିବା ନେଇ ଧରାପଡ଼ିଛି।ସଂପୃକ୍ତ ବ୍ୟକ୍ତି ଜଣଙ୍କ ଦୀର୍ଘ ଦିନ ହେଲା ନିଜ ଅଞ୍ଚଳରୁ ଗୋରୁ ଉଠାଇବାରେ ଗୋ-ତସ୍କର ମାନଙ୍କୁ ସହଯୋଗ କରି ଆସୁଥିଲା।ଅଞ୍ଚଳରୁ ଗାଈ କିପରି ଗାଏବ ହେଉଛନ୍ତି, ନେଇ ସମସ୍ତେ ଚିନ୍ତିତ ଥିଲେ।କିନ୍ତୁ ହିନ୍ଦୁ ସଂପ୍ରଦାୟର ଏହି ବ୍ୟକ୍ତି ଜଣଙ୍କ ଏବେ ଧରାପଡ଼ି ଯାଇଛନ୍ତି।ଏହାକୁ ନେଇ ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଅନୁଯାୟୀ ନିରାକାରପୁର ପୋଲିସ ତାଙ୍କୁ ଆଣି ଥାନାରେ ପଚରାଉଚରା କରି ଛାଡ଼ି ଦେଇଛି।ତେବେ, ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ଏବଂ ଗାଏବ ହୋଇଥିବା ଅନ୍ୟ ଗୋରୁ ମାଲିକମାନେ ମଧ୍ୟ ଏବେ ଅଞ୍ଚଳରେ ହେଉଥିବା ଗୋରୁ ଚୋରୀ ରାକେଟ ଦଲାଲଙ୍କୁ ପୋଲିସ ଧରୁ ବୋଲି ଦାବି କରୁଛନ୍ତି।//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.