Home ଓଡ଼ିଶା ସୁଧୁରୁଛି କାଳିଆର ସ୍ବାସ୍ଥ୍ୟ

ସୁଧୁରୁଛି କାଳିଆର ସ୍ବାସ୍ଥ୍ୟ

97

କଟକ,୧୭/୧୦,(ଓଡ଼ିଆ ପୁଅ ପି ନାଏକ): କଟକ ଏସସିବିରେ ଚିକିତ୍ସିତ ହେଉଥିବା କାଳିଆର ସ୍ବାସ୍ଥ୍ୟ ଏବେ ସୁଧୁରୁଥିବା ସୂଚନା ମିଳିଛି । କିଛି ଦିନ ପୂର୍ବରୁ ତାର ସ୍ବାସ୍ଥ୍ୟ ଗୁରୁତର ହେବାରୁ ଭେଣ୍ଟିଲେଟରରେ କାଳିଆ କୁ ଭର୍ତି କରାଯାଇଥିଲା । ମାତ୍ର ଏବେ ସେ ଠିକ ଭାବରେ ପ୍ରଶ୍ବାସ ନେଇପାରୁନଥିବା ରୁ ଏବେ ବିନା ଭେଣ୍ଟିଲେଟରରେ ରଖାଯାଇଥିବା ଏସ୍‌ସିବିର ଜରୁରୀକାଳୀନ ଅଧିକାରୀ ସୂଚନା ଦେଇଛନ୍ତି । ଏହାଛଡା କାଳିଆର ଖାଦ୍ୟ ପେୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ପୂର୍ବ ରୁ କାଳିଆକୁ କେବଳ କ୍ଷୀର ଓ ଶୁଖିଲା ଖାଦ୍ୟ ଦିଆଯାଉଥିବା ବେଳେ ଗତକାଲିଠାରୁ ସେ ରନ୍ଧା ଖାଦ୍ୟ ଖାଇବା ଆରମ୍ଭ କରିଛି। ଡାଏଟିସିଆନଙ୍କ ପରାମର୍ଶ କ୍ରମେ ଦିନବେଳା ଖେଚୁଡ଼ି ଓ ରାତିରେ ସୁଜି ଗ୍ରାଇଣ୍ଡିଂ କରି ଖାଇବାକୁ ଦିଆଯାଉଛି। ତାର ଖାଦ୍ୟର ପରିମାଣ ମଧ୍ୟ ବଢ଼ାଇ ଦିଆଯାାଇଥିବା ସୂଚନା ମିଳିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.