Home ଓଡ଼ିଶା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

208

ନବରଙ୍ଗପୁର,୧୪/୧୦,(ଓଡ଼ିଆ ପୁଅ ପି ନାଏକ): ନବରଙ୍ଗପୁରରେ ଏକ ଜଙ୍ଗଲରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି ।  ଚଉରିଆଗୁଡା ଜଙ୍ଗଲରୁ ଏହି ମୃତଦେହ ଉଦ୍ଧାର ହୋଇଛି । ତେବେ ମୃତକ ଜଣକ ରାଜୁ ହରିଜନ ହୋଇଥିବାାା  ବେଳେ ତା ଘର  କୋରାପୁଟ ଜିଲ୍ଲା ବବିଆ ଗାଁ ରେ ବୋଲି ଜଣାପଡିଛି । ତେବେ ମିଳିଥିବା ସୂଚନା ଅନୁଯାୟୀ, ସୂଚନା ଅନୁସାରେ, ରାଜୁ ଜଣେ ଵସ୍ ହେଲପର୍ ଭାବେ କାମ କରି ତାଙ୍କ ପରିବାର ପ୍ରତିପୋଷଣ କରୁଥିଲେ । ଗତ କିଛି ମାସ ତଳେ ସେ ନବରରଙ୍ଗପୁରର ଇଚ୍ଛାବତୀଗୁଡ଼ାରେ ଘର ଭଡ଼ା ନେଇ ରହୁଥିଲେ । ତେବେ ରାଜୁଙ୍କ ମୃତଦେହ ଏକ ଗଛରେ ଝୁଲୁଥିବା ଦେଖି ଗ୍ରାମବାସୀମାନେ ନବରରଙ୍ଗପୁର ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲା । ରାଜୁଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡିନଥିବା ବେଳେ ସେ ଆତ୍ମହତ୍ୟା କରିଛନ୍ତି ନା ଏହା ପଛରେ ଆଉ କୌଣସି କାରଣ ଅଛି ତାହା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡିବ ବୋଲି ପୋଲିସ କହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.