ଆଠଗଡ଼,୩୦/୦୮,(ଓଡ଼ିଆ ପୁଅ ପି ନାଏକ): ଆଠଗଡ଼ ବନ ବିଭାଗ ପକ୍ଷରୁ ଆଜି ଅପରାହ୍ନରେ ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ଆଠଗଡ଼ ଅଞ୍ଚଳ ବଡ଼ମ୍ବା ରେଞ୍ଜର ଖରୋଡ଼ ଗ୍ରାମ ନିକଟସ୍ଥ ତାଳଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲରୁ ଏହି ବିରଳ ପ୍ରାଣୀକୁ ଉଦ୍ଧାର କରାଯାଇଛି।ଉଦ୍ଧାର ପରେ ନନ୍ଦନକାନନରେ ଏହାକୁ ଛଡ଼ାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।