ନୂଆଦିଲ୍ଲୀ,୧୫/୦୮,(ଓଡ଼ିଆ ପୁଅ /ପଙ୍କଜି ନାୟକ) : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ)ଙ୍କ ପରୀକ୍ଷା ଶୁଳ୍କ ବୃଦ୍ଧି ପରିପ୍ରେକ୍ଷୀରେ ଦିଲ୍ଲୀ ସରକାର ବଡ ନିଷ୍ପତ୍ତି ନେଇଛନ୍ତି। ଆଗାମୀ ବର୍ଷ ଦଶମ ଓ ଦ୍ୱାଦଶ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ଠାରୁ ଦିଲ୍ଲୀ ବିଦ୍ୟାଳୟମାନଙ୍କରେ ସିବିଏସ୍ଇଙ୍କ ଶୁଳ୍କ ବୃଦ୍ଧି ଲାଗୁ ହେବ ନାହିଁ। ଉପମୁଖ୍ୟମନ୍ତ୍ରୀ ମନିଷ ଶିଶୋଦିଆ ଏହି ଘୋଷଣା କରିଛନ୍ତି।