ନୂଆଦିଲ୍ଲୀ, ୦୨/୦୮, (ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଭାରତୀୟ ରିଜର୍ଭ ବ୍ୟାଙ୍କ କୁ ଏବେ ବମ୍ବେ ହାଇକୋର୍ଟ ଏକ ପ୍ରଶ୍ନ କରିଛନ୍ତି। ସେ ପଚାରିଛନ୍ତି ଯେ, କ’ଣ ପାଇଁ ନୋଟ୍ ଏବଂ କଏନର ଆକାର ବାରମ୍ବାର ବଦଳୁଛି ? ନ୍ୟାସନାଲ୍ ଆସୋସିଏସନ୍ ଅଫ୍ ବ୍ଲାଇଣ୍ଡ ତରଫରୁ ରୁଜୁ ହୋଇଥିବା ଆବେଦନର ଶୁଣାଣୀ କରିବାକୁ ଯାଇ ଏଭଳି ପ୍ରଶ୍ନ କରିଥିଲେ ମୁଖ୍ୟବିଚାରପତି ପ୍ରଦୀପ ନନ୍ଦରାଜୋଗ ଏବଂ ବିଚାରପତି ଏନଏମ୍ ଜମଦାରଙ୍କ ଖଣ୍ଡପୀଠ।

ରିଜର୍ଭ ବ୍ୟାଙ୍କ ପ୍ରଚଳନ କରୁଥିବା ନୂଆ ନୋଟ୍ଏବଂ କଏନ୍ଗୁଡ଼ିକୁ ଚିହ୍ନି ସେଗୁଡ଼ିକ ମଧ୍ୟରେ ଥିବା ପ୍ରଭେଦ ଜାଣିବାରେ ଦୃଷ୍ଟିହୀନଙ୍କୁ ଅସୁବିଧା ହେଉଥିବା ନିଜ ପିଟିସନରେ ଅଭିଯୋଗ କରିଥିଲା ଏନ୍ଏବି। ତେଣୁ ମୁଖ୍ୟ ବିଚାରପତି ନନ୍ଦରାଜୋଗ କହିଛନ୍ତି, ଯେ ବିଶ୍ୱର ଅନ୍ୟ କୌଣସି ଦେଶ ସେମାନଙ୍କ ମୁଦ୍ରାର ଆକାର ଏବଂ ବୈଶିଷ୍ଟ୍ୟ ଏତେ ଥର ବଦଳାଉ ନାହାନ୍ତି।







