Home ଓଡ଼ିଶା କୋଲାବିରାରେ ଧାନକ୍ରୟ ଆରମ୍ଭ ; ୨.୫କେଜି ଧାନ କଟନୀ ନିଷ୍ପତି ; ପ୍ରଥମ ଦିନରେ ୪ଟି...

କୋଲାବିରାରେ ଧାନକ୍ରୟ ଆରମ୍ଭ ; ୨.୫କେଜି ଧାନ କଟନୀ ନିଷ୍ପତି ; ପ୍ରଥମ ଦିନରେ ୪ଟି ପେକ୍ସ ମାଧ୍ୟମରେ ୪୬୭୩ କ୍ୱିଂଟାଲ ଧାନ କ୍ରୟ

228

କୋଲାବିରା, ୩।୧(ଓଡିଆ ପୁଅ/ନିଶିତ କୁମାର ବହିଦାର) ଝାରସୁଗୁଡା ଜିଲ୍ଲା କୋଲାବିରା ବ୍ଲକରେ ଚଳିତ ଖରିଫ ଚାଷ ପାଇଁ ଧାନ କିଣା ଆରମ୍ଭ ହୋଇଛି। ପ୍ରଥମ ଦିନରେ କୋଲାବିରା ସମାସିଂହା, ପରମାଣପୁର ଏବଂ ଝିଲ୍ଲାପାଲି ସମବାୟ ସମିତି ଜରିଆରେ କ୍ରୟ କରାଯାଇଛି। ଧାନକିଣାର ପ୍ରଥମ ଦିବସରେ କୋଲାବିରା ଗାୟତ୍ରୀ ମନ୍ଦିର ପ୍ରାଙ୍ଗଣରେ ଶୁଭ ଦିଆଯାଇ ଧାନ କିଣା ଆରମ୍ଭ କରାଯାଇଥିଲା। କୋଲାବିରା ଏବଂ ତରେଇକେଲା ଅଂଚଳରୁ ଚିତରଂଜନ ରାଉତ, ଉମାକାନ୍ତ ରଣା, ସରୋଜ କୁମାର ସାହୁ, ଦୁର୍ଯ୍ୟୋଧନ ବାଗ, ସମରେନ୍ଦ୍ର ରାଏ ଏବଂ ସୈଲେନ୍ଦ୍ର ରାୟ ପ୍ରମୁଖ ୬ ଜଣ ଚାଷୀଙ୍କ ଠାରୁ ୧୭୩ କ୍ୱିଂଟାଲ ଧାନ କ୍ରୟ କରାଯାଇଛି। ସେହିପରି ସମାସିଂହା ସମବାୟ ସମିତିରେ ୬୨ଜଣ ଚାଷୀଙ୍କ ଠାରୁ ସର୍ବାଧିକ ୨୩୨୦ କ୍ୱିଂଟାଲ, ପରମାଣପୁର ଠାରେ ୭ଜଣ ଚାଷୀଙ୍କ ଠାରୁ ୧୮୦ କ୍ୱିଂଟାଲ, ଏବଂ ଝିଲ୍ଲାପାଲି ସମବାୟ ସମିତ ପକ୍ଷରୁ ୩୫ ଜଣ ଚାଷୀଙ୍କ ଠାରୁ୨ହଜାର କ୍ୱିଂଟାଲ ଧାନ କିଣାଯାଇଥିବାର ସୂଚନା ମିଳିଛି। ତାଛଡା ଧାନ ଯଦି ଏଫକ୍ୟୁ ମାନର ନହୁଏ ତେବେ ଭଳ ଧାନ ବାହାରି ଥାଏ ତେବେ କୁଇନଟାଲ ପ୍ରତି୨.୫ କିଲୋଗ୍ରାମ କଟନୀ ହେବ ବୋଳି ଘୋଷଣା କରାଯାଇଛି। ସେହିପରି ଧାନର ମାନ ଅତ୍ୟନ୍ତ ଖରାପ ଥିଲେ ଚାଷୀ ଓ ମିଲର ପ୍ରତିନିଧିଙ୍କ ମାଧ୍ୟମରେ ଆଲୋଚନା କରାଯାଇ ଧାନ କଟନୀର ନିର୍ଦ୍ଧାରଣ କରାଯିବ ବୋଲି କୁହାଯାଇଛି। ଚାଷୀଙ୍କ ଧାନ କେବଳ ସୋସାଇଟିରେ ଓଜନ ହେବ ଓ ବିନା ଓଜନରେ ଚାଷୀଙ୍କ ଧାନ ମିଲକୁ ଯିବନାହିଁ ବୋଳି ଚାଷୀ ପ୍ରତିନିଧି ଓ ଅଧିକାରୀ ସହମତି ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.