Home ଗଞ୍ଜାମ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷଙ୍କ ବ୍ରହ୍ମପୁରରେ ଯୁବଗୋଷ୍ଠୀଙ୍କ ଆହ୍ୱାନ

ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷଙ୍କ ବ୍ରହ୍ମପୁରରେ ଯୁବଗୋଷ୍ଠୀଙ୍କ ଆହ୍ୱାନ

208

ବ୍ରହ୍ମପୁର : ୩ / ୦୧ / ୨୦୧୯ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ଦକ୍ଷତା ବିକାଶ ଦିଗରେ ଓଡ଼ିଶାରେ ରହିଥିବା ଅନୁକୂଳ କ୍ଷେତ୍ର ର ସୁବିଧା , ସୁଯୋଗ ନେବା ପାଇଁ ଯୁବ ସମାଜ ଠାରେ ଆବେଗ ସୃଷ୍ଟି ହେବା ଜରୁରୀ । ଯୁବ ଗୋଷ୍ଠୀ ଉଚିତ ଦକ୍ଷତା ବିକାଶ ଦିଗରେ ପରିଚାଳିତ ହେବା ଭଳି ସଚେତନ ଲୋକମାନେ ପ୍ରେରଣା ଦେବାକୁ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗଚି ପରାମର୍ଶ ଦେଇଛନ୍ତି।

ଆଜି ବ୍ରହ୍ମପୁର ଠାରେ” ଓଡିଶା ସୋସାଇଟି ଅଫ ଆମେରିକା ” ଓ ବ୍ରହ୍ମପୁର ଇ- ଲାଇବ୍ରେରୀ ସଙ୍ଗଠନର ମିଳିତ ଆନୁକୂଲ୍ୟରେ ଆୟୋଜିତ ସ୍କିଲଡ଼ ଇନ ଓଡିଶା ଶୀର୍ଷକ ଆଲୋଚନା ଚକ୍ରରେ ଯୋଗ ଦେଇ ଶ୍ରୀ ବାଗଚି ଉଦବୋଧନ ଦେଇଥିଲେ। ଇ-ଲାଇବ୍ରେରୀ ସଙ୍ଗଠନର ସଭାପତି ପ୍ରଫେସର ବି.ନଗେଶ୍ୱର ରାଓ ସୁବୁଦ୍ଧିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ , ଡାକ୍ତର ଏନ.ସି. ପାଢ଼ୀ, ଶିକ୍ଷାବିତ ଶ୍ରୀ ରଜତ କୁମାର ପାଣିଗ୍ରାହୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଏଥିରେ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଶିକ୍ଷାର୍ଥୀ ଓ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ଶ୍ରୀ ବାଗଚି ବ୍ରହ୍ମପୁର ଇ-ଲାଇବ୍ରେରୀ ପରିଦର୍ଶନ କରି ତାହାର ସଦୁପଯୋଗ କରିବାକୁ ପରାମର୍ଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.