Home ଓଡ଼ିଶା ଟିଟିଲାଗଡକୁ ଜିଲ୍ଲା ମାନ୍ୟତା ଦାବୀରେ ଆଦିବାସୀ ସଂଘର ସଶସ୍ତ୍ର ଆନ୍ଦୋଳନ ଧମକ

ଟିଟିଲାଗଡକୁ ଜିଲ୍ଲା ମାନ୍ୟତା ଦାବୀରେ ଆଦିବାସୀ ସଂଘର ସଶସ୍ତ୍ର ଆନ୍ଦୋଳନ ଧମକ

130

ଟିଟିଲାଗଡ ୨୦-୧୧ (ଓଡ଼ିଆ ପୁଅ/ସନ୍ତୋଷ ନାୟକ), ଦୀର୍ଘ ବର୍ଷ ଧରି ଟିଟିଲାଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ପ୍ରଦାନ ପାଇଁ ଦାବି କରିବା ସତ୍ତ୍ୱେ ସରକାର ନୀରବ ଦ୍ରଷ୍ଟା ସାଜି ଥିବା ବେଳେ ଗତ ଅଠର ଦିନ ହେବ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ତରଫରୁ ଧାରଣା ଦିଆଯାଇଛି। ଏପରିକି ସମସ୍ତ ସରକାରୀ କାର୍ଯ୍ୟାଳୟମାନ ବନ୍ଦ କରାଯାଇଛି। ପୂର୍ବରୁ ଅନେକ ଥର ଏପରି ଧାରଣା ସହ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଦାବି ପତ୍ର ଦେଇ ପ୍ରତିଶ୍ରୁତି ପାଇବା ସତ୍ତ୍ୱେ ଏ ଦିଗରେ କୌଣସି ପ୍ରକାର ପଦକ୍ଷେପ ନେଇ ନ ଥିଲେ। ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ଚାଲିଥିବା ଏ ଧାରଣା ରେ ବିଭିନ୍ନ ଅନୁଷ୍ଠାନ ସାମିଲ ହେଉଛନ୍ତି। ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ତରଫରୁ ଏହି ଆନ୍ଦୋଳନରେ ସାମିଲ ହେବା ସହ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ହୋଇ ସହର ପରିକ୍ରମା କରି ଧାରଣା ଦେଇଥିଲେ ଓ ଆଗାମୀ ଦିନରେ ସରକାର ଜିଲ୍ଲା ଘୋଷଣା ନ କଲେ ସଶସ୍ତ୍ର ଆନ୍ଦୋଳନ ଚେତାବନୀ ଦେଇଛନ୍ତି। ସେହିପରି କଣ୍ଟାବାଞ୍ଜିକୁ ସବ୍ସିଭିଜନ ମାନ୍ୟତା ପ୍ରଦାନ ପାଇଁ କଣ୍ଟାବାଞ୍ଜି ବିଧାୟକ ଆସି ଏହି ଆନ୍ଦୋଳନରେ ସାମିଲ ହୋଇ ସମର୍ଥନ ଜଣାଇଥିଲେ। ହେଲେ ଏହି ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ କିଛି ଲୋକ କଣ୍ଟାବାଞ୍ଜିକୁ ଜିଲ୍ଲା ଦାବି କରି ସହର ବନ୍ଦ ପାଳନ କରିଛନ୍ତି, ତେବେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ସଂଘ ମହାସଚିବ ନିରଂଜନ ବିଶି ଏହାର ତୀବ୍ର ବିରୋଧ କରିଛନ୍ତି ଓ ଟିଟିଲାଗଡ କୁ ଜିଲ୍ଲା ଆନ୍ଦୋଳନ ରେ ପଶ୍ଚିମ ଓଡିଶାର ସମସ୍ତ ଆଦିବାସୀ ସାମିଲ ହେବା ସହ ସଶସ୍ତ୍ର ଆନ୍ଦୋଳନ କରିବା ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.