ଭୁବନେଶ୍ୱର ୧୪-୫ (ଓଡ଼ିଆ ପୁଅ) : ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ସମୁଦାୟ ୯୮୮ ଜଣ କରୋନାଭାଇରସ ସଂକ୍ରମିତ ଚିହ୍ନଟ ହୋଇଛନ୍ତିଯ ସେମାନଙ୍କ ମଧ୍ୟରୁ ୧୬୬ ଜଣ କ୍ୟାରେଣ୍ଟିନ ସେଣ୍ଟରରୁ ବାକି ୮୨୨ ଟି ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହା ସହିତ, ସହରର ସମୁଦାୟ କୋଭିଡ୍ ସମକ୍ରମିତଙ୍କ ସଂଖ୍ୟା ୫୯, ୧୬୩ କୁ ବୃଦ୍ଧି ପାଇଛି| ସକ୍ରିୟ ଆକ୍ରାନ୍ତ ଅଛନ୍ତି ୧୧, ୪୧୮ ଜଣ। ଶୁକ୍ରବାର ଦିନ ଭୁବନେଶ୍ୱରରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବିଏମସି ସୂଚନା ଦେଇଛି। କରୋନାଭାଇରସ୍ ସଂକ୍ରମଣ ହେତୁ ଏଠାରେ ମୋଟ ୨୮୯ ଜଣଙ୍କର ମୃତ୍ୟୁ ହୋଇଛି। ୭୭୭ ଜଣ ସୁସ୍ଥ ହେବା ସହିତ ମୋଟ ଆରୋଗ୍ୟ ସଂଖ୍ୟା ୪୭, ୪୩୫ କୁ ବୃଦ୍ଧି ପାଇଛି।
Update on newly detected #COVID19 cases in the last
24 hrs under the BMC area on 14th May (till 9am). pic.twitter.com/qhLujgVU0E— BMC (@bmcbbsr) May 14, 2021