Home Coronavirus Outbreak ରାଜ୍ୟରେ ପୁଣି କରୋନା ନେଲା ୯ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୩୧୪ କୁ ବୃଦ୍ଧି

ରାଜ୍ୟରେ ପୁଣି କରୋନା ନେଲା ୯ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୩୧୪ କୁ ବୃଦ୍ଧି

169

ଭୁବନେଶ୍ୱର ୧୩-୮ (ଓଡ଼ିଆ ପୁଅ) ପୁଣି କରୋନା ନେଇଛି ୯ ମୁଣ୍ଡ। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୩୧୪ କୁ ବୃଦ୍ଧି ପାଇଛି।

ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଚିକିତ୍ସିତ ହେଉଥିବା ବେଳେ ୯ ଜଣ କୋଭିଡ ପଜିଟିଭ ରୋଗୀଙ୍କର ମୃତ୍ୟୁ ହୋଇଛି।

କଟକ ଜିଲ୍ଲାରୁ ୨ ଜଣ, ଗଞ୍ଜାମ ଜିଲ୍ଲାରୁ ୩ ଜଣ, ମୟୂର ଭଞ୍ଜ ଜିଲ୍ଲାରୁ ୨ ଜଣ, କନ୍ଧମାଳ ଏବଂ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି
୧- କଟକର ଜଣେ ୨୩ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ନେଫ୍ରୋପାଥିରେ ମଧ୍ୟ ପୀଡିତ ଥିଲେ।

୨- କଟକ ଜିଲ୍ଲାର ଜଣେ ୭୨ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୩- ଗଞ୍ଜାମର ଜଣେ ୭୩ ବର୍ଷ ବୟସ୍କ ପୁରୁଷ।

୪- ଗଞ୍ଜାମ ଜିଲ୍ଲାର ଜଣେ ୮୨ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପ ଏବଂ ମଧୁମେହରେ ମଧ୍ୟ ପୀଡିତ ଥିଲେ।

୫- ଗଞ୍ଜାମ ଜିଲ୍ଲାର ଜଣେ ୩୬ ବର୍ଷ ବୟସ୍କ ପୁରୁଷ।

୬- କନ୍ଧମାଳ ଜିଲ୍ଲାର ଜଣେ ୬୧ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ, ଉଚ୍ଚ ରକ୍ତଚାପ, କରୋନାରୀ ଧମନୀ ରୋଗ, ପୁରୁଣା ସେରେବ୍ରୋ ଭାସ୍କୁଲାର ଦୁର୍ଘଟଣାରେ ମଧ୍ୟ ପୀଡିତ ଥିଲେ।

୭- ମୟୁରଭଞ୍ଜ ଜିଲ୍ଲାର ଜଣେ ୫୮ ବର୍ଷ ବୟସ୍କ ପୁରୁଷ ଯିଏ କି କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

୮- ମୟୁରଭଞ୍ଜ ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କ ପୁରୁଷ।

୯- ସୁନ୍ଦରଗଡ ଜିଲ୍ଲାର ଜଣେ ୮୧ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହରେ ପୀଡିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.