Home Coronavirus Outbreak କାନପୁରରେ କୁଖ୍ୟାତ ଅପରାଧିର ସନ୍ଧାନ କରିବା ସମୟରେ, ୮ ପୋଲିସ୍ ସହିଦ୍

କାନପୁରରେ କୁଖ୍ୟାତ ଅପରାଧିର ସନ୍ଧାନ କରିବା ସମୟରେ, ୮ ପୋଲିସ୍ ସହିଦ୍

143

କାନପୁର ୩-୭ (ଓଡ଼ିଆ ପୁଅ) ଉତ୍ତରପ୍ରଦେଶର କାନପୁରରେ କୁଖ୍ୟାତ ଅପରାଧି ବିକାଶ ଦୁବେର ଖୋଜ କରିବା ପାଇଁ ଯାଇଥିବା ପୋଲିସ ଦଳକୁ ଗତକାଲି ରାତିରେ ଆକ୍ରମଣ କରାଯାଇଥିଲା। ଅପରାଧୀଙ୍କ ପ୍ରତି ଗୁଳିରେ ୮ ଜଣ ପୋଲିସ ସହିଦ ହୋଇଛନ୍ତି। ଏନକାଉଣ୍ଟର ଜାରି ରହିଛି। ପୋଲିସ ମଧ୍ୟ ବିକାଶ ଦୁବେଙ୍କ ତିନି ସହଯୋଗୀଙ୍କୁ ଏନ୍କାଉଣ୍ଟରରେ ମାରିଛି। ବିକାଶ ଦୁବେଙ୍କୁ ଖୋଜା ଚାଲିଛି। ଗତକାଲି ରାତି ୧ ଟାରେ ବିକାରୁ ଗ୍ରାମରେ ଏହି ଗୁଳି ବିନିମୟ ହୋଇଥିଲା। ୨୦୦୩ ରେ ଶ୍ରମ ଚୁକ୍ତି ବୋର୍ଡର ଅଧ୍ୟକ୍ଷ ସାନ୍ତୋଷ ଶୁକ୍ଲାଙ୍କ ହତ୍ୟା ମାମଲାରେ ବିକାଶ ଦୁବେଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ଏଥିରେ ସେ ନିର୍ଦ୍ଦୋଷରେ ଖଲାସ ହୋଇଥିଲା।

ବିକାଶ ଦୁବେ ନାଁରେ ୬୦ ରୁ ଅଧିକ ଅପରାଧିକ ମାମଲା ରହିଛି। ଦୀର୍ଘ ଦିନ ଧରି ପୋଲିସ ତାଙ୍କୁ ଖୋଜୁଥିଲା। ଗୁରୁବାର ଦିନ ଖବର ପ୍ରକାଶ ପାଇଥିଲା ଯେ ବିକାଶ ଦୁବେ ତାଙ୍କ ସହକର୍ମୀଙ୍କ ସହ ବିକାରୁ ଗାଁରେ ଲୁଚି ରହିଛନ୍ତି। ଏକ ପୋଲିସ ଟିମ୍ ଗଠନ କରାଯାଇ ଖୋଜାଖୋଜି କରାଯାଇଥିଲା। ପୋଲିସ ଆସିବା ସୂଚନା ପାଇ ବିକାଶ ଦୁବେ ଏବଂ ତାଙ୍କ ସହଯୋଗୀ ସହିତ ପହଁଚିଥିଲା। ସୁଯୋଗ ପାଇବା ମାତ୍ରେ ଗୁଳି ଚଳାଇବା ଆରମ୍ଭ କରିଥିଲେ ଅପରାଧିମାନେ ସହିଦମାନଙ୍କ ମଧ୍ୟରେ ଡେପୁଟି ଏସପି ମଧ୍ୟ ଅଛନ୍ତି। ଗୁରୁତର ଅବସ୍ଥାରେ ଚାରି ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.