Home Coronavirus Outbreak ପୁଣି କରୋନା ନେଲା ୮ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୧୭୭ କୁ ବୃଦ୍ଧି

ପୁଣି କରୋନା ନେଲା ୮ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୧୭୭ କୁ ବୃଦ୍ଧି

77

ଭୁବନେଶ୍ୱର ୩୧-୭ (ଓଡ଼ିଆ ପୁଅ) ପୁଣି କରୋନା ନେଇଛି ୮ ମୁଣ୍ଡ। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୧୭୭ କୁ ବୃଦ୍ଧି ପାଇଛି।

ଗଞ୍ଜାମରୁ ୪ ଜଣ, ଖୋର୍ଦ୍ଧାରୁ ଜଣେ, ନୟାଗଡ଼, ଗଜପତି ଏବଂ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।

ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ୮ ଜଣ କୋଭିଡ ପଜିଟିଭ ରୋଗୀଙ୍କ ମୃତ୍ୟୁ ହୋଇଛି।

୧- ଗଞ୍ଜାମ ଜିଲ୍ଲାର ଜଣେ ୮୧ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ମଧୁମେହରେ ପୀଡିତ ଥିଲେ।
୨- ଖୋର୍ଦ୍ଧା ଜିଲ୍ଲାର ଜଣେ ୭୯ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପ ଏବଂ ୟୁରେମିକ୍ ଏନସେଫାଲୋପାଥି ସହିତ ଶେଷ ପର୍ଯ୍ୟାୟ ବୃକକ୍ ରୋଗରେ ପୀଡିତ ଥିଲେ।
୩- ଗଞ୍ଜାମ ଜିଲ୍ଲାର ଜଣେ ୪୯ ବର୍ଷ ବୟସ୍କ ପୁରୁଷ।
୪- ନୟାଗଡ଼ ଜିଲ୍ଲାର ଜଣେ ୮୨ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ସେରେବ୍ରୋଭାସ୍କୁଲାର (ଷ୍ଟ୍ରୋକ) ରେ ମଧ୍ୟ ପୀଡିତ ଥିଲେ।
୫- ଗଜପତି ଜିଲ୍ଲାର ଜଣେ ୫୮ ବର୍ଷ ବୟସ୍କା ମହିଳା।
୬- ସୁନ୍ଦରଗଡ ଜିଲ୍ଲାର ଜଣେ ୫୨ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହରେ ପୀଡିତ ଥିଲେ।
୭- ଗଞ୍ଜାମ ଜିଲ୍ଲାର ଜଣେ ୪୫ ବର୍ଷ ବୟସ୍କ ପୁରୁଷ।
୮- ଗଞ୍ଜାମ ଜିଲ୍ଲାର ଜଣେ ୭୩ ବର୍ଷ ବୟସ୍କ ପୁରୁଷ ଯିଏକି ପାର୍କିନ୍ସନିଜିମ୍, କରୋନାରୀ ଧମନୀ ରୋଗ, ଡାଇବେଟିସ୍ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.