Home ଓଡ଼ିଶା ଉଡାନ୍‌ ୪.୦ରେ ୭୮ଟି ନୂଆ ରୁଟ ଅନୁମୋଦିତ – ୭୬୬ଟି ରୁଟ୍‌କୁ ମଞ୍ଜୁରି – ଉତ୍ତର...

ଉଡାନ୍‌ ୪.୦ରେ ୭୮ଟି ନୂଆ ରୁଟ ଅନୁମୋଦିତ – ୭୬୬ଟି ରୁଟ୍‌କୁ ମଞ୍ଜୁରି – ଉତ୍ତର ପୂର୍ବାଞ୍ଚଳ, ପାହାଡିଆ ରାଜ୍ୟ ଓ ଦ୍ୱୀପଗୁଡିକୁ ଯୋଗାଯୋଗ ସୁବିଧା

98

ନୂଆ ଦିଲ୍ଲୀ ୨୮-୮ (ଓଡ଼ିଆ ପୁଅ) ଆଞ୍ଚଳିକ ସଂଯୋଗ ଯୋଜନା (ଆରସିଏସ୍‌) ଅଧୀନରେ ‘ଉଡେ ଦେଶକୀ ଆମ୍‌ ନାଗରିକ’ ବା ଉଡାନ୍‌ କାର୍ଯ୍ୟକ୍ରମର ଚତୁର୍ଥ ପର୍ଯ୍ୟାୟରେ ୭୮୭ଟି ନୂଆ ବିମାନପଥକୁ ଅନୁମୋଦନ ମିଳିଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏଥିପାଇଁ ହୋଇଥିବା ୩ ପର୍ଯ୍ୟାୟ ସଫଳ ନିଲାମ ପରେ ଏହି ଅନୁମୋଦନ ପ୍ରଦାନ କରାଯାଇଛି। ଏହା ଫଳରେ ଦେଶର ଦୂରଦୂରାନ୍ତ ଓ ଅଗମ୍ୟ ଅଞ୍ଚଳକୁ ବିମାନ ସେବା ଯୋଗାଣ ତ୍ୱରାନ୍ୱିତ ହେବ। ଏହି ପର୍ଯ୍ୟାୟରେ ଦେଶର ଉତ୍ତର ପୂର୍ବାଞ୍ଚଳ, ପାହାଡିଆ ରାଜ୍ୟ ଏବଂ ଦ୍ୱୀପାଞ୍ଚଳଗୁଡିକୁ ବିମାନ ସଂଯୋଗ ପାଇଁ ଅଗ୍ରାଧିକାର ପ୍ରଦାନ କରାଯାଇଛି।

ଏହି ପର୍ଯ୍ୟାୟରେ ଯେଉଁ ବିମାନପଥଗୁଡିକ ଅନୁମୋଦିତ ହୋଇଛି ସେଥିମଧ୍ୟରେ ଉତ୍ତର ପୂର୍ବାଞ୍ଚଳର ସର୍ବାଧିକ ରୁଟ୍‌ ରହିଛି। ଏହି ରୁଟ୍‌ଗୁଡିକ ମଧ୍ୟରେ ରହିଛି ଗୌହାଟୀରୁ ତେଜୁ, ରୁପ୍‌ସୀ, ତେଜପୁର, ପାସିଘାଟ, ମିସା ଓ ସିଲଂ। ସେହିଭଳି ଏହି ନୂଆ ସଂଯୋଗ ବ୍ୟବସ୍ଥାରେ ଲୋକେ ହିସାରରୁ ଚଣ୍ଡୀଗଡ, ଡେରାଡୁନ ଏବଂ ଧର୍ମଶାଳାକୁ ବିମାନ ଯାତ୍ରାର ସୁବିଧା ପାଇବେ। ଏହି ପର୍ଯ୍ୟାୟରେ ମଧ୍ୟ ବାରଣାସୀରୁ ଚିତ୍ରକୁଟ ଓ ଶ୍ରାବସ୍ତୀକୁ ବିମାନ ଚଳାଚଳ କରିବ। ସେହିଭଳି ଉଡାନ୍‌ ୪-୦ରେ ଏଥର ଲାକ୍ଷାଦ୍ୱୀପର ଅଗତ୍ତି, କବରତ୍ତି ଏବଂ ମିନିକଏ ଦ୍ୱୀପ ମଧ୍ୟରେ ବିମାନ ସେବା ଉପଲବ୍ଧ ହେବ।

ଏ ଯାବତ୍‌ ୭୬୬ଟି ରୁଟ ଉଡାନ ଯୋଜନାରେ ମଞ୍ଜୁରି ପାଇଛି। ସେଥିମଧ୍ୟରୁ ୨୯ଟି ରୁଟ୍‌ରେ ସେବା ଉପଲବ୍ଧ ଥିବାବେଳେ ୮ଟିରେ ନାହିଁ। ଏହାମଧ୍ୟରେ ୨ଟି ହେଲିପୋର୍ଟ ଓ ଗୋଟିଏ ୱାଟର ଏରୋଡ୍ରମ ଏବଂ ୨ଟି ଅଣ୍ଡର ସର୍ଭଡ (ଧାର୍ଯ୍ୟ କ୍ଷମତାଠାରୁ କମ୍‌ ବିମାନ ଚଳାଚଳ କରୁଥିବା) ଏୟାରପୋର୍ଟ ରହିଛି। ଚତୁର୍ଥ ପର୍ଯ୍ୟାୟ ଉଡାନ କାର୍ଯ୍ୟକ୍ରମ ଡିସେମ୍ବର ୨୦୧୯ରେ ଆରମ୍ଭ ହୋଇଥିଲା। ଏଥିରେ ଉତ୍ତର ପୂର୍ବାଞ୍ଚଳ, ପାହାଡିଆ ରାଜ୍ୟ ଓ ଦ୍ୱୀପପୁଞ୍ଜଗୁଡିକୁ ବିମାନ ସେବା ଯୋଗାଇବା ପାଇଁ ଅଗ୍ରାଧିକାର ଦିଆଯାଇଥିଲା। ଯେଉଁସବୁ ବିମାନ ବନ୍ଦର ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ବା ଏଏଆଇ ଦ୍ୱାରା ବିକଶିତ ହୋଇଛି ସେଗୁଡିକୁ ଭାୟାବିଲିଟି ଫଣ୍ଡିଂ ନୀତିରେ ବିମାନ ଚଳାଚଳ ସୁବିଧା ଯୋଗାଇବାକୁ ଅଗ୍ରାଧିକାର ଦିଆଯାଇଛି। ଉଡାନର ଏହି ଚତୁର୍ଥ ପର୍ଯ୍ୟାୟରେ ମଧ୍ୟ ହେଲିକପ୍ଟର ଓ ସି-ପ୍ଲେନ ଚଳାଚଳ ବ୍ୟବସ୍ଥାକୁ ଅନ୍ତର୍ଭୁକ୍ତ କରାଯାଇଛି। ଆରମ୍ଭ କାଳରୁ ବେସାମରିକ ବିମାନ ଚଳାଳଚ ମନ୍ତ୍ରଣାଳୟ ଉଡାନ ଯୋଜନାରେ ୨୭୪ ରୁଟ୍‌କୁ ଅନୁମୋଦନ ଦେଇସାରିଲାଣି। ଏସବୁ ରୁଟ୍‌ ଦେଶର ୪୫ଟି ବିମାନ ବନ୍ଦର ଓ ୩ଟି ହେଲିପୋର୍ଟକୁ ସଂଯୋଗ କରୁଛି।

S-No RCS Routes

୧ Guwahati To Tezu

୨ Tezu To Imphal

୩ Imphal To Tezu

୪ Tezu To Guwahati

୫ Guwahati To Rupsi

୬ Rupsi To Kolkata

୭ Kolkata To Rupsi

୮ Rupsi To Guwahati

୯ Bilaspur To Bhopal

୧୦ Bhopal To Bilaspur

୧୧ Hissar To Dharamshala

୧୨ Dharamshala To Hissar

୧୩ Hissar To Chandigarh

୧୪ Chandigarh To Hissar

୧୫ Hissar To Dehradun

୧୬ Dehradun To Hissar

୧୭ Kanpur(Chakeri) To Moradabad

୧୮ Moradabad To Kanpur(Chakeri)

୧୯ Kanpur(Chakeri) To Aligarh

୨୦ Aligarh To Kanpur(Chakeri)

୨୧ Kanpur(Chakeri) To Chitrakoot

୨୨ Chitrakoot To Prayagraj/Allahabad

୨୩ Prayagraj/Allahabad To Chitrakoot

୨୪ Chitrakoot To Varanasi

୨୫ Varanasi To Chitrakoot

୨୬ Chitrakoot To Kanpur(Chakeri)

୨୭ Kanpur(Chakeri) To Shravasti

୨୮ Shravasti To Varanasi

୨୯ Varanasi To Shravasti

୩୦ Shravasti To Prayagraj/Allahabad

୩୧ Prayagraj/Allahabad To Shravasti

୩୨ Shravasti To Kanpur(Chakeri)

୩୩ Bareilly To Delhi

୩୪ Delhi To Bareilly

୩୫ Cochin International Airport(CIAL) To Agatti

୩୬ Agatti To Cochin International Airport(CIAL)

୩୭ Aizawl To Tezpur

୩୮ Tezpur To Aizawl

୩୯ Agartala To Dibrugarh

୪୦ Dibrugarh To Agartala

୪୧ Shillong To Passighat

୪୨ Passighat To Guwahati

୪୩ Guwahati To Passighat

୪୪ Passighat To Shillong

୪୫ Guwahati To Tezpur

୪୬ Tezpur To Guwahati

୪୭ Guwahati To Misa(Heliport)

୪୮ Misa(Heliport) To Geleki

୪୯ Geleki To Jorhat

୫୦ Jorhat To Geleki

୫୧ Geleki To Misa(Heliport)

୫୨ Misa(Heliport) To Guwahati

୫୩ Agatti To Minicoy

୫୪ Minicoy To Agatti

୫୫ Agatti To Kavaratti

୫୬ Kavaratti To Agatti

୫୭ Guwahati To Shillong

୫୮ Shillong To Dimapur

୫୯ Dimapur To Shillong

୬୦ Imphal To Silchar

୬୧ Silchar To Imphal

୬୨ Shillong To Guwahati

୬୩ Agartala To Shillong

୬୪ Shillong To Imphal

୬୫ Imphal To Shillong

୬୬ Shillong To Agartala

୬୭ Imphal To Shillong

୬୮ Shillong To Silchar

୬୯ Silchar To Shillong

୭୦ Shillong To Imphal

୭୧ Shillong To Dibrugarh

୭୨ Dibrugarh To Shillong

୭୩ Delhi To Shimla

୭୪ Shimla To Delhi

୭୫ Diu To Surat

୭୬ Surat To Diu

୭୭ Diu To Vadodara

୭୮ Vadodara To Diu

 

List of Unserved airports:

୧- Tezu, Arunachal Pradesh

୨- Rupsi, Assam

୩- Bilaspur, Chattisgarh

୪- Hisar, Haryana

୫- Misa (Heliport), Assam

୬- Geleki (Heliport), Assam

୭- Minicoy,।akshadweep

୮- Kavaratti (Water aerodrome),।akshadweep

List of Underserved airports:

୧- Agatti,।akshadweep

୨- Passighat, Arunachal Pradesh

**********

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.