Home ଅପରାଧ ମସ୍ଜିଦରେ ବିସ୍ଫୋରଣ: ୬୨ ଶ୍ରଦ୍ଧାଳୁ ମୃତ

ମସ୍ଜିଦରେ ବିସ୍ଫୋରଣ: ୬୨ ଶ୍ରଦ୍ଧାଳୁ ମୃତ

538

କାବୁଲ: ଆଫଗାନିସ୍ତାନର ନାଙ୍ଗରହାର ପ୍ରଦେଶର ଏକ ମସ୍ଜିଦରେ ବିସ୍ଫୋରଣ ଘଟି ୬୨ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି।ଏହା ସହିତ ଏଥିରେ ୫୦ରୁ ଉର୍ଦ୍ଦ୍ଵ ଆହତ ହୋଇଛନ୍ତି।ନମାଜ ପାଠ ନିମନ୍ତେ ମସ୍ଜିଦରେ ଶ୍ରଦ୍ଧାଳୁମାନେ ଏକତ୍ରିତ ହୋଇଥିବା ବେଳେ ବିସ୍ଫୋରଣ ହୋଇଥିଲା।ବିସ୍ଫୋରଣରେ ମସ୍ଜିଦର ଛାତ ଭୁଶୁଡି ପଡ଼ିଛି।ଆହତମାନଙ୍କ ଅବସ୍ଥା ଗୁରୁତର ରହିଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି।ଆଫଗାନିସ୍ଥାନରେ ହିଂସା ଏବେ ଚରମ ସୀମାରେ ପହଞ୍ଚିଛି।ଗତ ଜୁଲାଇ ୧ରୁ ସେପ୍ଟେମ୍ବର ୩୦ ମଧ୍ୟରେ ଆଫଗାନିସ୍ଥାନରେ ଆତଙ୍କି ଆକ୍ରମଣରେ ୧୧୭୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୧୩୯ ଜଣ ଆହତ ହୋଇଛନ୍ତି।ଯାହା ଗତ ବର୍ଷର ସମାନ ଅବଧି ତୁଳନାରେ ୪୨% ବୃଦ୍ଧି ଘଟିଛି।//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.