Home ଓଡ଼ିଶା ଅସହାୟ କୁ ସାହା ହେଲା ଏହି ଅନୁଷ୍ଠାନ

ଅସହାୟ କୁ ସାହା ହେଲା ଏହି ଅନୁଷ୍ଠାନ

245

କଟକ,୧୯/୧୦,(ଓଡ଼ିଆ ପୁଅ ପି ନାୟକ): ଅସହାୟ କୁ ସହାୟତାର ହାତ ବଢ଼ାଇଲା ସାମାଜିକ ଅନୁଷ୍ଠାନ ଆଶ୍ୱସ୍ତି ଫାଉଣ୍ଡେସନ । ଜଣେ ୭୦ ବର୍ଷୀୟ ବୃଦ୍ଧ ଙ୍କୁ ଏହି ଅନୁଷ୍ଠାନ ସହାୟତାର ହାତ ବଢ଼ାଇଛି । ସୂଚନା ଅନୁସାରେ,  କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଉଷୁମାର ଧାରପୁର ଗାଁର ଜଣେ ୭୦ ବର୍ଷୀୟ ବୃଦ୍ଧ ରାମଚନ୍ଦ୍ର ନାୟକକୁ ଦୀର୍ଘ ୨ ବର୍ଷ ହେବ ତାଙ୍କ ପୁଅମାନେ ଘରେ ପୁରାଇ ଦେଉନଥିଲେ । ଫଳରେ ବୃଦ୍ଧ ଜଣଙ୍କ ଙ୍କୁ ବାର ଦୁଆର ଶୁଣ୍ଡିପିଣ୍ଢା ହୋଇ କେତେବେଳେ କାହା ବାରଣ୍ଡା ତ କେତେବେଳେ ସ୍କୁଲ ପିଣ୍ଡାରେ ଆଶ୍ରୟ ନେଉଥିଲେ । ହେଲେ ଖବର ପାଇ ଯେତେବେଳେ ଏହି ଅନୁଷ୍ଠାନର ନଜର ଏହି ବୃଦ୍ଧ ଙ୍କ ଉପରେ ପଡିଥିଲା ସେମାନେ ସହାୟତାର ହାତ ବଢ଼ାଇଥିଲେ । ତେବେ ସହାୟତା ସ୍ବରୂପ ସେମାନେ ସ୍ଥାନୀୟ ସରପଞ୍ଚ ଓ ମାହାଙ୍ଗା ପୋଲିସର ସହାୟତାରେ ତାଙ୍କ ସମସ୍ୟାର ସମାଧାନ କରି ତାଙ୍କୁ ତାଙ୍କ ଘରେ ଛାଡିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.