Home Top News ଦିଲ୍ଲୀରେ ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ – ତିନି କିଶୋରୀଙ୍କ ସମେତ ୩ ଯୁବକଙ୍କୁ ନେଇ ପଚରା...

ଦିଲ୍ଲୀରେ ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ – ତିନି କିଶୋରୀଙ୍କ ସମେତ ୩ ଯୁବକଙ୍କୁ ନେଇ ପଚରା ଉଚରା କରୁଛି ପୋଲିସ୍

83

ନୂଆଦିଲ୍ଲୀ ୨୪ ଜାନୁଆରୀ (ଓଡିଆ ପୁଅ) ଦିଲ୍ଲୀରେ ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଦେଉଥିବା ସୂଚନା ପାଇ ତୁରନ୍ତ ଦିଲ୍ଲୀ ପୋଲିସ୍ ଆକ୍ସନ ମୁଡ଼୍‌ରେ ଆସିଥିଲା। ଏଥିରେ ତିନି ଜଣ କିଶୋରୀଙ୍କ ସମେତ ୩ ଯୁବକଙ୍କୁ ନେଇ ପୋଲିସ୍ ପଚରା ଉଚରା କରୁଛି। ପୋଲିସ୍‌ ସୂଚନା ପାଇଥିଲା ଯେ ଖାନ ମାର୍କେଟ ମେଟ୍ରୋ ଷ୍ଟେସନ ନିକଟରେ କିଛି ଲୋକ ପାକିସ୍ତାନ ଜିନ୍ଦାବାଦ ଉପରେ ସ୍ଲୋଗାନ ଦେଉଛନ୍ତି।

ସୂଚନା ପାଇବା ମାତ୍ରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ଜାତୀୟ ଗଣମାଧ୍ୟମ ଖବର ଅନୁଯାୟୀ, ତୁଗଲକ୍ ରୋଡ ଥାନାରେ ରାତି ପ୍ରାୟ ୧ ଟାରେ ଏକ PCR କଲ୍ ଆସିଥିଲା। ଏହି ମାମଲାରେ ପୋଲିସ୍ ବାଇକ୍ ଆରୋହୀ ଯୁବକ ଏବଂ ଯୁବତୀଙ୍କୁ ପଚରାଉଚରା କଲା ସେତେବେଳେ ଜଣାପଡିଲା ଯେ ଏହି ସମସ୍ତ ଲୋକ ଇଣ୍ଡିଆ ଗେଟ୍ ବୁଲି ବାକୁ ଆସିଥିଲେ ୟୁଲୁ ବାଇକ୍ ଭଡା ନେଇଥିଲେ। ସେ ୟୁଲୁ ବାଇକ୍‌ରେ ରେସ୍‌ ଲଗାଉଥିଲେ।

ପଚରାଉଚରା ବେଳେ ଅଭିଯୁକ୍ତମାନେ କହିଥିଲେଯେ, ସେମାନେ ସମସ୍ତେ ମୋବାଇଲ୍ ଫୋନରେ PUBG ଖେଳୁଥିଲେ। ଯେଉଁଥିରେ ସେ ପାକିସ୍ତାନ ଏବଂ ଅନ୍ୟ କେତେକ ଦେଶ ନାମରେ ଖେଳାଳିଙ୍କ ନାମ ରଖିଥିଲେ। ଏହି କାରଣରୁ ନିକଟରେ ଠିଆ ହୋଇଥିବା ଜଣେ ସୁରକ୍ଷା କର୍ମୀ ଅନୁଭବ କରିଥିଲେ ଯେ ସେମାନେ ପାକିସ୍ତାନ ସମର୍ଥନରେ ସ୍ଲୋଗାନ ଦେଉଛନ୍ତି। ଏହା ପରେ ସୁରକ୍ଷା କର୍ମୀ ଅଭିଯୁକ୍ତଙ୍କ ସହ ଯୁକ୍ତି ହୋଇଥିଲା ପୋଲିସ ଏହି ମାମଲା ସହ ଜଡିତ ଏକ ଭିଡିଓ ଜବତ କରିଛି ଯାହାର ତଦନ୍ତ ଚାଲିଛି।

ଗିରଫ ସମସ୍ତ ଅଭିଯୁକ୍ତଙ୍କୁ ପଚରାଉଚରା କରିବା ପରେ ପୋଲିସ ସେମାନଙ୍କୁ ଛାଡି ଦେଇଥିଲା। ପୋଲିସ କହିଛି ଯେ, ପଚରାଉଚରା ବେଳେ ସେମାନେ କୌଣସି ସନ୍ଦେହଜନକ ସନ୍ଧାନ ପାଇ ନଥିଲେ, ପରେ ସେମାନଙ୍କୁ ଛାଡ଼ି ଦିଆଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.