Home ଜିଲ୍ଲା ପରିକ୍ରମା ପଥର ଖଣି ଉପରେ ଚଢାଉ : ଟ୍ରକ, ଜେସିବି, ଟ୍ରାକ୍ଟର ଓ ପରଥକଟା ମେସିନ ଜବତ

ପଥର ଖଣି ଉପରେ ଚଢାଉ : ଟ୍ରକ, ଜେସିବି, ଟ୍ରାକ୍ଟର ଓ ପରଥକଟା ମେସିନ ଜବତ

48

ନୟାଗଡ଼, ୨୩ା୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଓଡ଼ଗାଁ ତହସିଲ ଅନ୍ତର୍ଗତ ରୋହିବାଙ୍କ-କୋମଣ୍ଡ ଅଂଚଳରେ ଥିବା ଏକ ପଥର ଖଣି ଉପରେ ବନ ବିଭାଗ ଚଢାଉ କରି ୩ଟି ଟ୍ରକ, ଗୋଟିଏ ଟ୍ରାକ୍ଟର, ଗୋଟିଏ ଜେସିବି ଓ ୬ଟି ପଥରକଟା ମେସିନ ଜବତ କରିଛି। ଏହି ଅଂଚଳରେ ଦୀର୍ଘଦିନ ଧରି ବେଆଇନ ପଥର ଖଣି ଚାଲିଥିବା ନେଇ ସାଧାରଣରେ ଅଭିଯୋଗ ହୋଇଆସୁଥିଲେ ମଧ୍ୟ ଏଥିପ୍ରତି କେହି ଗୁରୁତ୍ୱ ଦେଉନଥିଲେ। ଫଳରେ ଏହାକୁ ନେଇ ଓଡ଼ଗାଁ ଅଂଚଳରେ ଅସନ୍ତୋଷ ଦେଖାଦେଉଥିଲା। ତେବେ ନୟାଗଡ଼ ଡିଏଫଓ ଧନରାଜ୍ ଏଚ ଡି ତାଙ୍କ ମୋବାଇଲ ଟିମ୍ ସହିତ କୌଶଳକ୍ରମେ କାଠ ଧରିବା ବାହାନାରେ ସିଧାସଳଖ ପଥରଖଣି ଉପରେ ଚଢାଉ କରିଥିଲେ। ଏହି ଚଢାଉବେଳେ ରୋହିବାଙ୍କ ଗ୍ରାମର ସୁଶାନ୍ତ ପ୍ରଧାନ ଓ ମାଧବ ଚନ୍ଦ୍ର ସାହୁଙ୍କ ଖଣିରୁ ୬ଟି ପଥରକଟା ମେସିନ୍‌, ଓଡି୨୫ଏଚ୍‌୪୪୮୮ ନମ୍ବର ଜେସିବି, ଟ୍ରାକ୍ଟର ଓ ୩ଟି ଟ୍ରକକୁ ଜବତ କରିଥିଲେ। ପରେ ଏହି ଚଢାଉରେ ସ୍ଥାନୀୟ ତହସିଲଦାର ଓ ଆରଆଇ ସାମିଲ ହୋଇଥିଲେ। ଖଣିରେ କାମ କରୁଥିବା ୨ଜଣ ଡ୍ରାଇଭରଙ୍କୁ ଅଟକ ରଖାଯାଇଥିବାବେଳେ ଅନ୍ୟ ଶ୍ରମିକମାନେ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଜବତ ହୋଇଥିବା ଗାଡ଼ି ଓ ମେସିନକୁ ଓଡ଼ଗାଁ ବନାଚଂଳ କାର୍ଯ୍ୟାଳୟରେ ରଖାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.