Home Coronavirus Outbreak ପୁଣି କରୋନା ନେଲା ୫ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୧୫୯ କୁ ବୃଦ୍ଧି

ପୁଣି କରୋନା ନେଲା ୫ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୧୫୯ କୁ ବୃଦ୍ଧି

140

ଭୁବନେଶ୍ୱର ୨୯-୭ (ଓଡ଼ିଆ ପୁଅ) ପୁଣି କରୋନା ନେଇଛି ୫ ମୁଣ୍ଡ। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୧୫୯ କୁ ବୃଦ୍ଧି ପାଇଛି।

ବାଲେଶ୍ୱରରୁ ଜଣେ, କନ୍ଧମାଳରୁ ଜଣେ, ମାଲକାନାଗିରିରୁ ଜଣେ, ଗଞ୍ଜାମରୁ ଜଣେ ଏବଂ ପୁରୀରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।

ଅନ୍ୟ କାରଣରୁ ଭଦ୍ରକ ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଏହା ସହିତ ଅନ୍ୟ କାରଣରୁ ମୃତ୍ୟୁ ସଂଖ୍ୟା ୩୬ କୁ ବୃଦ୍ଧି ପାଇଛି।

ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ୫ ଜଣ କୋଭିଡ ପଜିଟିଭ ରୋଗୀଙ୍କ ମୃତ୍ୟୁ ହୋଇଛି।

୧- ବାଲେଶ୍ୱର ଜିଲ୍ଲାର ଜଣେ ୪୬ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୨- ପୁରୀ ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କା ମହିଳା।

୩- ଗଞ୍ଜାମ ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୪- ଫୁଲବାଣୀ ଜିଲ୍ଲାର ଜଣେ ୫୦ ବର୍ଷ ବୟସ୍କ ପୁରୁଷ ଯିଏ ମଦ୍ୟପାନ ଯକୃତ ରୋଗ, ଜଣ୍ଡିସ୍ ଏବଂ ହେପାଟିକ୍ ଏନସେଫାଲୋପାଥିରେ ମଧ୍ୟ ପୀଡିତ ଥିଲେ।

୫- ମାଲକାନଗିରି ଜିଲ୍ଲାର ଜଣେ ୬୨ ବର୍ଷ ବୟସ୍କା ମହିଳା ଯିଏ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.