Home Coronavirus Outbreak ଓଡ଼ିଶାରେ ପୁଣି ୫ କରୋନା ଆକ୍ରାନ୍ତ- ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୯କୁ ବୃଦ୍ଧି

ଓଡ଼ିଶାରେ ପୁଣି ୫ କରୋନା ଆକ୍ରାନ୍ତ- ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୯କୁ ବୃଦ୍ଧି

391

ଭୁବନେଶ୍ୱର ୨୧-୪ (ଓଡ଼ିଆ ପୁଅ) ଓଡ଼ିଶାରେ ପୁଣି ୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଓଡିଶାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୪ ରୁ ୭୯କୁ ବୃଦ୍ଧି ହୋଇଛି। ଆଜି ଚିହ୍ନଟ ହୋଇଥିବା ୫ କରୋନା ପଜିଟିଭ୍ ବାଲେଶ୍ୱର ଜିଲ୍ଲାର ବୋଲି ସୂଚନା ମିଳିଛି। ଏଯାବତ ବାଲେଶ୍ୱରରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ୮ରେ ପହଞ୍ଚିଛି। ବାଲେଶ୍ଵରର ନୂଆ ୫ ପଜିଟିଭମାନେ ହେଲେ ୩୪ ବର୍ଷ ମହିଳା, ୩୮ ବର୍ଷ ପୁରୁଷ, ୧୨ ବର୍ଷ ବାଳକ, ୩୮ ବର୍ଷ ମହିଳା ଏବଂ ୨୬ ବର୍ଷର ଯୁବକ। ଏମାନେ ସମସ୍ତେ ପୂର୍ବରୁ ବାଲେଶ୍ବରରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଘନିଷ୍ଠ ସମ୍ପର୍କୀୟ।

ରାଜ୍ୟରେ ମୋଟ ଆକ୍ଟିଭ କେସ୍ ୫୩ ଥିବା ବେଳେ ୨୫ ଜଣ ସୁସ୍ଥ ହୋଇ ଘରକୁ ଯାଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଓଡିଶାରେ କରୋନାରେ ଏବେ ସୁଦ୍ଧା ଜଣଙ୍କର ମୃତ୍ୟୁ ହୋଇଛି। ଗତକାଲି ଗୋଟିଏ ଦିନରେ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଭଦ୍ରକରୁ ୫ ଓ ବାଲେଶ୍ବରର ୨ ଜଣ ଥିଲେ। ଗତକାଲି ଅପରାହ୍ନରେ ୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ସେମାନଙ୍କ ମଧ୍ୟରେ ସୁନ୍ଦରଗଡର ବିଶ୍ରାରୁ ଜଣେ ଓ ଯାଜପୁର ଜିଲ୍ଲାର ୫ଜଣ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.