Home Coronavirus Outbreak ପୁଣି ରାଜ୍ୟରେ କରୋନା ୫ ନେଲା ମୁଣ୍ଡ – ମୃତ୍ୟୁ ସଂଖ୍ୟା ୬୧ କୁ ବୃଦ୍ଧି

ପୁଣି ରାଜ୍ୟରେ କରୋନା ୫ ନେଲା ମୁଣ୍ଡ – ମୃତ୍ୟୁ ସଂଖ୍ୟା ୬୧ କୁ ବୃଦ୍ଧି

110

ଭୁବନେଶ୍ୱର ୧୧-୭ (ଓଡ଼ିଆ ପୁଅ) ପୁଣି କରୋନା ନେଇଛି ୫ ମୁଣ୍ଡ। ପୁରୀ, କଟକ, ଖୋର୍ଦ୍ଧା (ଭୁବନେଶ୍ୱର), ଏବଂ କେନ୍ଦ୍ରାପଡା ଜିଲ୍ଲାରୁ ଜଣେ ଲେଖାଏଁ, ଗଞ୍ଜାମ (୨ଜଣ) କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି।

କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୬୧ କୁ ବୃଦ୍ଧି ପାଇଛି।

ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ କରୋନା ପଜିଟିଭ୍ ରୋଗୀଙ୍କ ମୃତ୍ୟୁ ହୋଇଛି।
ଜାଣନ୍ତୁ ମୃତକଙ୍କ ବିଷୟରେ –

୧- ପୁରୀ ଜିଲ୍ଲାର ଜଣେ ୭୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୨- କଟକ ଜିଲ୍ଲାର ଜଣେ ୪୬ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ହାଇପୋଥାଇରଏଡିଜିମ୍ ରୋଗରେ ପୀଡିତ ଥିଲେ।
୩- ଭୁବନେଶ୍ୱରର ଜଣେ ୫୬ ବର୍ଷ ବୟସ୍କା ମହିଳା ଯିଏ ମଧ୍ୟ ମଧୁମେହରେ ପୀଡିତ ଥିଲେ।
୪- ଗଞ୍ଜାମ ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କ ପୁରୁଷ।

୫- ଗଞ୍ଜାମ ଜିଲ୍ଲାର ଜଣେ ୭୨ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ମଧୁମେହରେ ପୀଡିତ ଥିଲେ |

୬- ମସ୍ତିଷ୍କ ଟ୍ୟୁମର ହେତୁ କେନ୍ଦ୍ରାପଡା ଜିଲ୍ଲାର ୬୨ ବର୍ଷିୟ କୋଭିଡ ପଜିଟିଭ ମହିଳାଙ୍କ ଦେହାନ୍ତ ହେଇଛି ସେ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ଆଜମା ରୋଗରେ ମଧ୍ୟ ପୀଡିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.