Home Coronavirus Outbreak ପୁଣି ରାଜ୍ୟରେ କରୋନା ନେଲା ୪ ମୁଣ୍ଡ – ମୃତ୍ୟୁ ସଂଖ୍ୟା ୫୬ କୁ ବୃଦ୍ଧି

ପୁଣି ରାଜ୍ୟରେ କରୋନା ନେଲା ୪ ମୁଣ୍ଡ – ମୃତ୍ୟୁ ସଂଖ୍ୟା ୫୬ କୁ ବୃଦ୍ଧି

88

ଭୁବନେଶ୍ୱର ୧୦-୭ (ଓଡ଼ିଆ ପୁଅ) ପୁଣି କରୋନା ନେଇଛି ୪ ମୁଣ୍ଡ। କରୋନା କାରଣରୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ କାରଣରୁ ୨ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ତେବେ ଗଞ୍ଜାମରୁ ୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଅନ୍ୟ କାରଣରୁ ଭଦ୍ରକ ଏବଂ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।

କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୫୬ କୁ ବୃଦ୍ଧି ପାଇଥିବା ବେଳେ ଅନ୍ୟ କାରଣରୁ ମୃତ୍ୟୁ ସଂଖ୍ୟା ୧୭ କୁ ବୃଦ୍ଧି ପାଇଛି।

ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ କରୋନା ପଜିଟିଭ୍ ରୋଗୀଙ୍କ ମୃତ୍ୟୁ ହୋଇଛି।
ଜାଣନ୍ତୁ ମୃତକଙ୍କ ବିଷୟରେ –

୧- ଗଞ୍ଜାମ ଜିଲ୍ଲାର ୪୧ ବର୍ଷର ପୁରୁଷ, ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୨- ଗଞ୍ଜାମ ଜିଲ୍ଲାର ୫୮ ବର୍ଷର ପୁରୁଷ।
୩- ଗଞ୍ଜାମ ଜିଲ୍ଲାର ୪୮ ବର୍ଷର ପୁରୁଷ, ମଧୁମେହରେ ମଧ୍ୟ ପୀଡିତ ଥିଲେ।
୪- ଗଞ୍ଜାମ ଜିଲ୍ଲାର ୩୨ ବର୍ଷର ପୁରୁଷ, ମଧୁମେହରେ ମଧ୍ୟ ପୀଡିତ ଥିଲେ।

ଅନ୍ୟାନ୍ୟ କାରଣରୁ ଦୁଇଜଣ କୋଭିଡ୍-19 ପଜିଟିଭ୍ ରୋଗୀଙ୍କର ମୃତ୍ୟୁ ହୋଇଛି

୧- ଫୁସଫୁସ କର୍କଟ କାରଣରୁ ସୁନ୍ଦରଗଡ ଜିଲ୍ଲାର ୫୭ ବର୍ଷର ପୁରୁଷଙ୍କର ମୃତ୍ୟୁ ହୋଇଛି।
୨- ମେଟାଷ୍ଟାସିସ୍ ସହିତ ବ୍ଲାଡରର କର୍କଟ ହେତୁ ଭଦ୍ରକ ଜିଲ୍ଲାର ୭୦ ବର୍ଷର ପୁରୁଷଙ୍କର ମୃତ୍ୟୁ ହୋଇଛି।

ଆଜି ରାଜ୍ୟରେ ୭୫୫ ଚିହ୍ନଟ ହୋଇଛନ୍ତି ଏବଂ ମୋଟ ଆକ୍ରାନ୍ତ ୧୧୯୫୬ କୁ ବୃଦ୍ଧି ହୋଇଛି।

– ନୂଆ ଆକ୍ରାନ୍ତ: ୭୫୫

– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୫୦୮

– ସ୍ଥାନୀୟ ଅଞ୍ଚଳରୁ୨୪୭

– ୨୩ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ

– ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ – ୩୨୦

– ଜାଣନ୍ତୁ କେଉଁ ଜିଲ୍ଲାରୁ – କେତେ

୧- ଅନୁଗୁଳ ଜିଲ୍ଲାରୁ – ୩

୨- ବାଲେଶ୍ୱର ଜିଲ୍ଲାରୁ – ୯

୩- ବରଗଡ଼ ଜିଲ୍ଲାରୁ – ୧

୪- ଭଦ୍ରକ ଜିଲ୍ଲାରୁ – ୨

୫- ବଲାଙ୍ଗୀର ଜିଲ୍ଲା: ୧୨

୬- କଟକ ଜିଲ୍ଲାରୁ – ୫୫

୭- ଦେବଗଡ଼ ଜିଲ୍ଲାରୁ – ୪

୮- ଢେଙ୍କାନାଳ ଜିଲ୍ଲାରୁ – ୪

୯- ଗଜପତି ଜିଲ୍ଲାରୁ – ୩୦

୧୦- ଗଞ୍ଜାମ ଜିଲ୍ଲାରୁ – ୩୨୦

୧୧- ଜଗତସିଂହପୁର ଜିଲ୍ଲାରୁ – ୫

୧୨- ଯାଜପୁର ଜିଲ୍ଲାରୁ – ୮୬

୧୩- କନ୍ଧମାଳ ଜିଲ୍ଲାରୁ – ୨

୧୪- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୫

୧୫- କେନ୍ଦୁଝର ଜିଲ୍ଲାରୁ – ୩୨

୧୬- ଖୋର୍ଦ୍ଧା ଜିଲ୍ଲାରୁ : ୫୯

୧୭- କୋରାପୁଟ ଜିଲ୍ଲାରୁ – ୫

୧୮- ମାଲକାନଗିରି : ୧୮

୧୯- ମୟୁରଭଞ୍ଜ ଜିଲ୍ଲାରୁ – ୧୨

୨୦- ନୟାଗଡ଼ ଜିଲ୍ଲାରୁ – ୧୬

୨୧- ପୁରୀ ଜିଲ୍ଲାରୁ – ୧୧

୨୨- ସମ୍ବଲପୁର ଜିଲ୍ଲାରୁ – ୨

୨୩- ସୁନ୍ଦରଗଡ଼ ଜିଲ୍ଲାରୁ – ୬୨

– ନୂଆ ସୁସ୍ଥ ହୋଇଥିଲେ୪୦୧

– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି ୩୨୧୪୪୩

– ମୋଟ ଆକ୍ରାନ୍ତ ୧୧୯୫୬

– ମୋଟ ସୁସ୍ଥ ହେଲେଣି ୭୪୦୭

– ସକ୍ରୀୟ ଆକ୍ରାନ୍ତ – ୪୪୭୬

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.