Home Top News ଉପରୁ ଖସିଲା ମୃତ୍ୟୁ : ଅଟୋ ଉପରକୁ ଖସିପଡ଼ିଲା କଣ୍ଟେନର – ଘଟଣାସ୍ଥଳରେ ଚାରି ଜଣଙ୍କର...

ଉପରୁ ଖସିଲା ମୃତ୍ୟୁ : ଅଟୋ ଉପରକୁ ଖସିପଡ଼ିଲା କଣ୍ଟେନର – ଘଟଣାସ୍ଥଳରେ ଚାରି ଜଣଙ୍କର ମୃତ୍ୟୁ

98

ନୂଆଦିଲ୍ଲୀ ୧୮-୧୨ (ଓଡ଼ିଆ ପୁଅ) : ଶନିବାର ଦିନ ପ୍ରାୟ ୬.୩୦ ସମୟରେ ଦିଲ୍ଲୀର ଆଇଟିଓ ନିକଟ ରିଙ୍ଗ ରୋଡରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୪ ଜଣଙ୍କର ଘଟଣାସ୍ଥଳରେ ଦୁଃଖଦ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଅଟୋ ଡ୍ରାଇଭର ଏବଂ ଅଟୋର ବସିଥିବା ତିନି ଜଣ ପୋସେଞ୍ଜର ଅଛନ୍ତି।

କୁହାଯାଉଛି ଯେ କଣ୍ଟେନର ଅଟୋ ଉପରେ ଖସିପଡ଼ିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି। କଣ୍ଟେନର ଡ୍ରାଇଭର ଘଟଣାସ୍ଥଳରୁ ଖସିଯିବାରେ ସଫଳ ହୋଇଥିଲା। ବର୍ତ୍ତମାନ ପୋଲିସ ଏକ ମାମଲା ରୁଜୁ କରି ଡ୍ରାଇଭରକୁ ଖୋଜୁଛି।

କଣ୍ଟେନରରୁ ଉଦ୍ଧାର ହୋଇଥିବା ଡକ୍ୟୁମେଣ୍ଟ ମାଧ୍ୟମରେ ଡ୍ରାଇଭର ଏବଂ କଣ୍ଟେନର ମାଲିକଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରାଯାଉଛି। ବର୍ତ୍ତମାନ ସୁଦ୍ଧା ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଚାରି ଜଣଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡିନାହିଁ। ପୋଲିସ ତାଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛି। ମୃତକଙ୍କ ମଧ୍ୟରେ ଅଟୋ ଡ୍ରାଇଭର ମଧ୍ୟ ଥିବା କୁହାଯାଉଛି।

କୁହାଯାଉଛି ଯେ କଣ୍ଟେନରଟି ରିଙ୍ଗ ରୋଡ ପାର୍ଶ୍ୱରୁ ଆସୁଥିବାବେଳେ ଅଟୋ ରାଜଘାଟ ପାର୍ଶ୍ୱରୁ ଆସୁଥିଲା। ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ଅଟୋ କରୱାଲ ନଗରର ବାସିନ୍ଦା ଦୀନେଶ ଗୌରଙ୍କର ଅଟେ। ପୋଲିସ କହିଛିଯେ, ସେ କହିଥିଲେ ଅଟୋକୁ ସୁରେନ୍ଦ୍ର ନାମକ ଜଣେ ବ୍ୟକ୍ତିଙ୍କୁ ଭଡା ଉପରେ ଚଲାଇବା ପାଇଁ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.