Home Coronavirus Outbreak ପୁଣି ରାଜ୍ୟରେ କରୋନା ନେଲା ୪ ମୁଣ୍ଡ – ମୃତ୍ୟୁ ସଂଖ୍ୟା ୫୨ କୁ ବୃଦ୍ଧି

ପୁଣି ରାଜ୍ୟରେ କରୋନା ନେଲା ୪ ମୁଣ୍ଡ – ମୃତ୍ୟୁ ସଂଖ୍ୟା ୫୨ କୁ ବୃଦ୍ଧି

138

ଭୁବନେଶ୍ୱର ୯-୭ (ଓଡ଼ିଆ ପୁଅ) ପୁଣି କରୋନା ନେଇଛି ୪ ମୁଣ୍ଡ। କରୋନା କାରଣରୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ କାରଣରୁ ୨ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ତେବେ ଭଦ୍ରକରୁ ଜଣେ, ଗଞ୍ଜାମରୁ ୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଅନ୍ୟ କାରଣରୁ ଭଦ୍ରକ ଏବଂ କେନ୍ଦୁଝର ଜିଲ୍ଲାରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।

କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୫୨ କୁ ବୃଦ୍ଧି ପାଇଥିବା ବେଳେ ଅନ୍ୟ କାରଣରୁ ମୃତ୍ୟୁ ସଂଖ୍ୟା ୧୫ କୁ ବୃଦ୍ଧି ପାଇଛି।

ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ଏହି ୪ ଜଣଙ୍କର ମୃତ୍ୟୁ ଘଟିଛି

ଜାଣନ୍ତୁ କେଉଁ ଜିଲ୍ଲାରୁ

୧- ଗଞ୍ଜାମ ଜିଲ୍ଲାର ୬୫ ବର୍ଷର ମହିଳା, ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୨- ଗଞ୍ଜାମ ଜିଲ୍ଲାର ୫୮ ବର୍ଷର ପୁରୁଷ, ଯକ୍ଷ୍ମା ମେନିଞ୍ଜାଇଟିସରେ ମଧ୍ୟ ପୀଡିତ ଥିଲେ।

୩- ଗଞ୍ଜାମ ଜିଲ୍ଲାର ୬୩ ବର୍ଷର ପୁରୁଷ, ମଧୁମେହରେ ମଧ୍ୟ ପୀଡିତ ଥିଲେ।

୪- ଭଦ୍ରକ ଜିଲ୍ଲାର ୫୮ ବର୍ଷର ପୁରୁଷ, ମଧୁମେହ ଏବଂ କ୍ରନିକ୍ କିଡନୀ ରୋଗରେ ମଧ୍ୟ ପୀଡିତ ଥିଲେ।

ଅନ୍ୟ କାରଣରୁ ଦୁଇ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ସେମାନେ ହେଲେ

୧- କର୍କଟ ରୋଗରେ କେ ଜିଲ୍ଲାର କେନ୍ଦୁଝର ଜିଲ୍ଲାର ୪୨ ବର୍ଷର ପୁରୁଷ।

୨- କିଡନୀରେ ଆଘାତ ଏବଂ ମେଟାବୋଲିକ୍ ଏସିଡୋସିସ୍ ସହିତ ପାଇରେକ୍ସିଆ କାରଣରୁ ଭଦ୍ରକ ଜିଲ୍ଲାର ୮୮ ବର୍ଷର ମହିଳାଙ୍କର ମୃତ୍ୟୁ ହୋଇଛି।

ସୂଚନାଯୋଗ୍ୟଯେ, ଆଜି ରାଜ୍ୟରେ ୫୭୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ମୋଟ ଆକ୍ରାନ୍ତ ୧୧୨୦୧ କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ –

– ନୂଆ ଆକ୍ରାନ୍ତ: ୫୭୭
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୪୧୬
– ସ୍ଥାନୀୟ ଅଞ୍ଚଳରୁ୧୬୧
– ୨୨ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
– ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ –୨୬୦

କେଉଁ ଜିଲ୍ଲାରୁ –  କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ –  ୭

୨- ବାଲେଶ୍ୱର ଜିଲ୍ଲାରୁ –  ୩୦

୩- ଭଦ୍ରକ ଜିଲ୍ଲାରୁ –  ୨

୪- ବୌଦ୍ଦ ଜିଲ୍ଲାରୁ –  ୫

୫- କଟକ ଜିଲ୍ଲାରୁ –  ୧୪

୬- ଢେଙ୍କାନାଳ ଜିଲ୍ଲାରୁ –  ୪

୭- ଗଜପତି ଜିଲ୍ଲାରୁ –  ୧୭

୮- ଗଞ୍ଜାମ ଜିଲ୍ଲାରୁ –  ୨୬୦

୯- ଜଗତସିଂହପୁର ଜିଲ୍ଲାରୁ –  ୭

୧୦- ଯାଜପୁର ଜିଲ୍ଲାରୁ –  ୯

୧୧- ଝାରସୁଗୁଡ଼ା ଜିଲ୍ଲାରୁ –  ୧

୧୨- କନ୍ଧମାଳ ଜିଲ୍ଲାରୁ –  ୧

୧୩- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୩

୧୪- କେନ୍ଦୁଝର ଜିଲ୍ଲାରୁ –  ୪୮

୧୫- ଖୋର୍ଦ୍ଧା :  ୫୬

୧୬- କୋରାପୁଟ ଜିଲ୍ଲାରୁ –  ୬

୧୭- ମାଲକାନଗିରି : ୧

୧୮- ମୟୁରଭଞ୍ଜ ଜିଲ୍ଲାରୁ –  ୧୪

୧୯- ନୟାଗଡ଼ ଜିଲ୍ଲାରୁ –  ୧

୨୦- ପୁରୀ ଜିଲ୍ଲାରୁ –  ୫

୨୧- ସମ୍ବଲପୁର ଜିଲ୍ଲାରୁ –  ୩

୨୨- ସୁନ୍ଦରଗଡ଼ ଜିଲ୍ଲାରୁ –  ୮୩

– ନୂଆ ସୁସ୍ଥ ହୋଇଥିଲେ – ୩୦୩

– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି – ୩୧୪୯୮୭

– ମୋଟ ଆକ୍ରାନ୍ତ ୧୧୨୦୧

– ମୋଟ ସୁସ୍ଥ ହେଲେଣି ୭୦୦୬

– ସକ୍ରୀୟ ଆକ୍ରାନ୍ତ –  ୪୧୨୮

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.