Home Top News ସ୍ୱାଭିମାନ ଅଞ୍ଚଳବାସୀଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ବିଏସଏଫ ବାହିନୀ ଜଳଭଣ୍ଡାରରେ ପକାଇଲେ ନୂତନ ବୋଟ ଆମ୍ବୁଲାନ୍ସ

ସ୍ୱାଭିମାନ ଅଞ୍ଚଳବାସୀଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ବିଏସଏଫ ବାହିନୀ ଜଳଭଣ୍ଡାରରେ ପକାଇଲେ ନୂତନ ବୋଟ ଆମ୍ବୁଲାନ୍ସ

32

ମାଲକାନଗିରି ୨୬/୧ (ଓଡ଼ିଆ ପୁଅ) ଆଜି ପବିତ୍ର ଗଣ ତନ୍ତ୍ର ଦିବସ ଅବସରରେ ଗୁରୁପ୍ରିୟା ସେତୁନିକଟ ଯାନ ବାଇ ଠାରେ ଜଳଭଣ୍ଡାରରେ ଏହି ବୋଟ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ ହୋଇଛି। ୭୩ ତମ ସାଧାରଣତନ୍ତ୍ର ଦିବସ ଅବସରରେ ବିଏସ୍‌ଏଫ୍‌ ଡିଆଇଜି ସଞ୍ଜୟ କୁମାର ସିଂହ ଗୁରୁପ୍ରିୟା ସେତୁ ନିକଟରେ ଜଳଭଣ୍ଡାର ରେ ଏହାକୁ ଉଦଘାଟନ କରିଛନ୍ତି। ଏହି ଉତ୍ସବରେ ରାଜ୍ୟ ସରକାରଙ୍କ କେତକ ଅଧିକାରୀ ଓ ଚିତ୍ରକୋଣ୍ଡା ଜନବାଇ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଅଧିକାରୀମାନେ ଯୋଗ ଦେଇଥିଲେ।

ସ୍ୱାଭିମାନ ଅଞ୍ଚଳର ଶତାଧିକ ଆଦିବାସୀ ପୁରୁଷ ଓ ମହିଳାମାନେ ଯୋଗ ଦେଇଥିଲେ। ସ୍ୱାଭିମାନ ଅଞ୍ଚଳରେ ଥିବା ୧୫୧ ଖଣ୍ଡଗ୍ରାମବାସୀ ଉପସ୍ଥିତ ରହି ଖୁସିରେ ନାଚ ଗୀତ କରିଥିଲେ।

ସପ୍ତାହରେ ସାତ ଦିନ ଏହି ବୋଟ ଆମ୍ବୁଲାନ୍ସ ସେବା ଉପଲବ୍ଧ ହେବ। ସେବା ପାଇଁ ଯୋଗାଯୋଗ ନମ୍ବର ବୋଟ ଆମ୍ବୁଲାନ୍ସରେ ପ୍ରଦର୍ଶିତ ହେବ ବୋଲି ଜଣାଯାଇଛି। ଏଣେ ସେବା ବିଷୟରେ ଅବଗତ କରିବାକୁ ବିଏସଏଫ ଅଧିକାରୀଙ୍କ ଟେଲିଫୋନ୍ ନମ୍ବର ମଧ୍ୟ ଗ୍ରାମବାସୀଙ୍କୁ ଦିଆଯିବ।

ଏହି ବୋଟ ଆମ୍ବୁଲାନ୍ସରେ ଡ୍ରପ୍ ସିଷ୍ଟମ୍, ଔଷଧ ଏବଂ ପାରାମେଡିକାଲ୍ କର୍ମଚାରୀମାନେ ରହିବେ। ବିଏସଏଫ କର୍ମଚାରୀମାନେ ରୋଗୀଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ପାଇଁ ଏହି ବୋଟ ଆମ୍ବୁଲାନ୍ସର ବ୍ୟବସ୍ଥା କରିବେ।

ପ୍ରକାଶ ଥାଉକି, ସଡ଼କ ସଂଯୋଗ ଅଭାବରୁ ଅଧିକାଂଶ ଗ୍ରାମବାସୀ ଆମ୍ବୁଲାନ୍ସ ସେବା ପାଇବାର ସୁଯୋଗ ପାଉ ନଥିଲେ। ସେମାନେ ଅସୁସ୍ଥ ଲୋକଙ୍କୁ ଜଙ୍ଗଲ ଅଞ୍ଚଳରେ ଭାର କିମ୍ବା ବାଉଁଶ ଷ୍ଟ୍ରେଚରରେ ଡାକ୍ତରଖାନାକୁ ନେଇ ଯାଉଥିଲେ।

ଗୁରୁପ୍ରିୟା ସେତୁ ହେବା ପରେ ହାତ ଗଣତି କିଛି ଗ୍ରାମକୁ ହିଁ ଯୋଗାଯୋଗ ହୋଇପାରୁଥିବା ବେଳେ ଦୁର୍ଗମ ଅଂଚଳରେ ରହିଥିବା ପ୍ରାୟ ୪୦ରୁ ଉର୍ଦ୍ଧ୍ବ ଗ୍ରାମକୁ ଆଜି ବି ପ୍ରଶାସନ ପହଞ୍ଚିପାରି ନାହିଁ। ଏହି ସେବା ଫଳରେ ସେହି ଅଂଚଳକୁ ଉତ୍ତମ ସ୍ବାସ୍ଥ୍ୟ ସେବା ପହଞ୍ଚିପାରିବ ବୋଲି ଗ୍ରାମବାସୀ ମାନେ ଆଶା ପ୍ରକଟ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.