Home ଜିଲ୍ଲା ପରିକ୍ରମା ଦର୍ଶକ ଶୁନ୍ୟ କଡା ସୁରକ୍ଷା ବଳୟରେ ଜିଲ୍ଲା ସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ

ଦର୍ଶକ ଶୁନ୍ୟ କଡା ସୁରକ୍ଷା ବଳୟରେ ଜିଲ୍ଲା ସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ

30

ମାଲକାନଗିରି ୨୬/୧ (ଓଡ଼ିଆ ପୁଅ) ଜିଲ୍ଲା ସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ କୋଭିଡ-୧୯ ନିର୍ଦ୍ଦଶାବଳୀ ଅନୁଯାୟୀ ସ୍ଥାନୀୟ ଡି.ଏନ.କେ ଖେଳ ପଡିଆଠାରେ ଦର୍ଶକ ଶୁନ୍ୟ ଓ କଡା ପୁଲିସ ସୁରକ୍ଷା ବଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ଅନୁସୂଚୀତ ଜନଜାତି ଓ ଅନୁସୂଚୀତ ଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରଡରେ ଅଭିବାଦନ ଗ୍ରହଣ କରି ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ। କୋଭିଡ ଯୋଦ୍ଧା, ବିଭିନ୍ନ କ୍ଷେତ୍ରରେ ଉଲେଖିନୀୟ ସଫଳତା ହାସଲ କରିଥିବା ସରକାରୀ ଅଧିକାରୀ, ବ୍ୟକ୍ତିବିଶେଷ, ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ କୃତିତ୍ୱ ହାସଲ କଟିଥିବା ଛାତ୍ରଛାତ୍ରୀମାନଙ୍କୁ ମନ୍ତ୍ରୀ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ବିଶାଲ ସିଂ, ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ, ପ୍ରକଳ୍ପ ନିର୍ଦ୍ଦେଶକ, ଡି.ଆର.ଡି.ଏ ବାଳମୁକୁନ୍ଦ ଭୂୟାଁ, ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ, ଜିଲ୍ଲାର ଅନ୍ୟାନ୍ୟ ପଦାଧିକାରୀ ଓ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ପ୍ରମୂଖ ଉପସ୍ଥିତ ରହିଥିଲେ I

ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ପ୍ରାତଃ ୫ ଘ.ରେ ଡାକବାଜି ଯନ୍ତ୍ର ଯୋଗେ ସହରରେ ରାମଧୂନ ପରିକ୍ରମା କରାଯାଇଥିଲା। ୭.୩୦ ମି.ରେ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ବିଭିନ୍ନ ସରକାରୀ ବେସରକାରୀ କର୍ଯ୍ୟାଳୟ ସ୍କୁଲ କଲେଜ ଗୁଡିକ ରେ ଜାତୀୟ ପତକା ଉତ୍ତୋଳନ କରାଯାଇଥିଲା। କୋଭିଡ କଟକଣା ପାଇଁ ପ୍ୟାରେଡ଼ ପଡିଆ ଜନଶୁନ୍ୟ ଥିଲା, କେବଳ କିଛି ସରକାରୀ କର୍ମଚାରୀ ଓ ଗଣ ମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.