Home କେନ୍ଦୁଝର ହାଟଡିହି ବ୍ଲକ ସମ୍ବାଦ ସାହିତ୍ୟ ଘରର ପଞ୍ଚମ ବାର୍ଷିକ ଉତ୍ସବ

ହାଟଡିହି ବ୍ଲକ ସମ୍ବାଦ ସାହିତ୍ୟ ଘରର ପଞ୍ଚମ ବାର୍ଷିକ ଉତ୍ସବ

45

ହାଟଡ଼ିହି, ୧୦ । ୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) ସାହିତ୍ୟ ହେଉଛି ସମାଜର ଦର୍ପଣ ସଦୃଷ, ଏହା ଶିକ୍ଷା, ସ୍ୱାସ୍ଥ୍ୟ, ଐତିହ୍ୟ, ଓ ପରମ୍ପରାକୁ ଉଜ୍ଜିବିତ କରିଥାଏ ବୋଲି ହାଟଡିହି ସମ୍ବାଦ ସାହିତ୍ୟଘରର ପଞ୍ଚମ ବାର୍ଷିକ ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ସରକାରୀ ଅର୍ଥ ପରାମର୍ଶଦାତା ତଥା ଶକ୍ତିବିଭାଗର ଉପ ଶାସନ ସଚିବ ତରଙ୍ଗିଣୀ ମିଶ୍ର ମତବ୍ୟକ୍ତ କରିଛନ୍ତି । ସମସ୍ତେ ଲେଖିବା ପାଇଁ ବ୍ୟାକୁଳ ନହୋଇ ପ୍ରଥମେ ଅନ୍ୟମାନଙ୍କ ଲେଖା ଗୁଡିକୁ ପଢ଼ିବା ଅଭ୍ୟାସ କରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ସାହିତ୍ୟଘରର ସଭାପତି ଅନ୍ତର‌୍ୟ୍ୟାମୀ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥିଭାବେ ଶକ୍ତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀଯୁକ୍ତ ସୁରଥ ଚନ୍ଦ୍ର ମଲ୍ଲିକ ଯୋଗଦେଇ ସାମାଜିକ ଅବକ୍ଷୟକୁ ପ୍ରତିହତ କରିବାରେ କବି ଓ ଲେଖକଙ୍କର ଭୁମିକା ଗୌଣ ନୁହଁ । ସାହିତ୍ୟ ସୃଷ୍ଟିକରୁଥିବା ଆଜିର ସ୍ରଷ୍ଟାମାନେ ନିଜ ନିଜ ପିତାମାତାଙ୍କୁ ପୂଜାକରିବା ଶିଖିଲେ ତାହା ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ହେବ ବୋଲି ମତବ୍ୟକ୍ତ କରିଥିଲେ । ସ୍ୱତନ୍ତ୍ର ବକ୍ତା ଭାବେ ପୁର୍ବତନ ଅଧ୍ୟକ୍ଷ ଶୁଭେନ୍ଦ୍ର କୁମାର ମିଶ୍ର ଯୋଗଦେଇ ଭଲଶବ୍ଦ ଓ ଭାଷାର ମହା ମିଳନରେ ସାହିତ୍ୟ ସୃଷ୍ଟି ହୁଏ, ଯେଉଁ ସାହିତ୍ୟ ସମାଜକୁ ଦିଗଦର୍ଶନ ଦେଇପାରିବ ସେହିଭଳି ସାହିତ୍ୟ ସୃଷ୍ଟି କରାଯିବାକୁ କବି ଓ ଲେଖକମାନେ ଆଗ୍ରହ ପ୍ରକାଶ କରିବାକୁ ସେ ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥିଭାବେ ସମ୍ବାଦର ଜିଲ୍ଲା ପ୍ରତିନିଧି ତଥା ଗୀତିକାର ସୁବ୍ରତ କୁମାର ସ୍ୱାଇଁ ଯୋଗଦେଇ ସମ୍ବାଦ ସାହିତ୍ୟଘର ମାଧ୍ୟମରେ ଗ୍ରାମଞ୍ଚଳର ଲୁକ୍କାୟିତ ପ୍ରତିଭା ମାନଙ୍କ ନିକଟରେ ସାହିତ୍ୟ ପହଞ୍ଚି ପାରିବା ସହ ଆଜିର ଯୁବପିଢ଼ୀଙ୍କ ମଧ୍ୟରେ ସାହିତ୍ୟ ପ୍ରତି ଆବେଗ ସୃଷ୍ଟି ହୋଇ ପାରିଛି ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ସମ୍ବାଦ ସାହିତ୍ୟଘରର ମୁଖପତ୍ର ‘ପ୍ରୟାସୀ’ଲୋକାର୍ପଣ କରାଯାଇଥିଲା । ଏହି ଅବସରରେ ସମ୍ବାଦ ସାହିତ୍ୟଘର ପକ୍ଷରୁ ଆନନ୍ଦପୁର କଲେଜର ପୁର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ ସାହିତ୍ୟିକ ରମାକାନ୍ତ ନାୟକଙ୍କୁ ବରିଷ୍ଠ ସାହିତ୍ୟକ ସମ୍ବର୍ଦ୍ଧନା, ନିଜ ବାର୍ଦ୍ଧକ୍ୟ ଭତ୍ତା ଟଙ୍କାରେ ବୃକ୍ଷରୋପଣ କରି ପରିବେଶ ସୁରକ୍ଷା ପାଇଁ ଅଣ୍ଟା ଭିଡିଥିବା ଗୟାଧର ପୃଷ୍ଟି ଓ ପତ୍ନୀ ଶକୁନ୍ତଳା ପୃଷ୍ଟିଙ୍କୁ ସମାଜସେବା ସମ୍ମାନ, ମାଟ୍ରିକ ପରୀକ୍ଷାରେ ହାଟଡିହି ବ୍ଲକରେ ସର୍ବୋଚ ନମ୍ବର ରଖିଥିବା ହାଟଡିହି ହାଇସ୍କୁଲର ଛାତ୍ର ସାଇ ରୁଦ୍ରନାରାୟଣ ସାମଲ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉପଦ୍ଦେଷ୍ଟା ବାଳକୃଷ୍ଣ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ସଞ୍ଜୁଲତା ବିଶ୍ୱାଳ, ସମ୍ମାନୀତ ଅତିଥିଭାବେ ହାଟଡିହି ସରପଞ୍ଚ ଅନୁସୁୟା ସେଠୀ, ଶାସଙ୍ଗ ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ପାତ୍ର ପ୍ରମୁଖ ଯୋଗଦେଇ ଆନୁଷ୍ଠାନିକ ଭାବେ ପ୍ରଦ୍ୱୀପ ପ୍ରଜ୍ଜଳନ କରି ଏହାକୁ ଉଦଘାଟନ କରିଥିଲେ । ପ୍ରଥମ ଅଧିଶେନରେ ଦାଶରଥି ଜେନା ଓ ସୁବାସ ପାତ୍ର ସଂଯୋଜନା କରିଥିଲେ । ଉପଦ୍ଦେଷ୍ଟା ରତ୍ନାକର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ପାଦକ ଶ୍ରୀକାନ୍ତ ପଟ୍ଟନାୟକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଆବାହକ କିଶୋର ଆଚାର‌୍ୟ୍ୟ ଉପସ୍ଥିତ ସାହିତ୍ୟିକ ଓ କବି ମାନଙ୍କୁ ସେମାନଙ୍କ ଯୋଗଦାନ, ସାହାଯ୍ୟ ପାଇଁ ଅଭିନନ୍ଦନ ଜ୍ଞାପନ କରିଥିଲେ । ସହସମ୍ପାଦକ ନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ମମତାମୟୀ ବିଶ୍ୱକଲ୍ୟାଣୀ ରାଉତ, ମୁରଲୀଧର ବେହେରା, ପ୍ରତିମା ସ୍ୱାଇଁ ପ୍ରମୁଖ ମାନପତ୍ର ପାଠ କରିଥିଲେ । ଏଥିରେ ଆନନ୍ଦପୁର ସମ୍ବାଦ ପ୍ରତିନିଧି ଶତୃଘ୍ନ ସାହୁ, ସ୍ତମ୍ବକାର ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ,ଯୋଗାଚାର‌୍ୟ୍ୟ ବାଇଧର ମୁନି, ପୁର୍ବତନ ବିଇଓ ଶରତ ରାଉତ, ପୁର୍ବତନ ଶିକ୍ଷାଜିଲ୍ଲା ଅଧିକାରୀ ଅର୍ଜୁନ ଚରଣ ବେହେରା, ନାରାୟଣ ଚନ୍ଦ୍ର ଲେଙ୍କା, ଶଙ୍ଖାଳୀ ରାଉଳ, ପ୍ରଭାତୀ ମଞ୍ଜରୀ ପଣ୍ଡା, ଦିପ୍ତୀ ଦେବଦର୍ଶନୀ ସୁତାର, ହାସ୍ୟମୟୀ ରାଜ, ସୁଦାମ ଚରଣ ଜେନା, ଘନଶ୍ୟାମ ବୋଇତେଇ, ପୁର୍ଣ୍ଣଚନ୍ଦ୍ର ସାହୁ, ନରହରି ରାଉତ, ମଙ୍ଗୁଳି ଚରଣ ପୃଷ୍ଟି, ଶଶିକାନ୍ତ ରାଉତ, ଧୁମକେତୁ ଦାସ, ନୀଳମଣି ବାରିକ, ଚନ୍ଦନ କୁମାର ପଣ୍ଡା, ସୁରେନ୍ଦ୍ର କୁମାର ଜେନା, ବାବନ ଚରଣ ବେହେରା, ଅଭିମନ୍ୟୁ ବସନ୍ତିଆ,  ଅନନ୍ତ ଚରଣ ମୁଦୁଲି,ଅକ୍ଷୟ କୁମାର ଜେନା, ନରେନ୍ଦ୍ର ପ୍ରସାଦ ବେହେରା, ଅଭୟ କୁମାର ସାମଲ, ବନମାଳୀ ଜେନା, ହରିହର ସାମଲ, ସରଳା ମହାପାତ୍ର, ସୁଭଦ୍ରା ସାହୁଙ୍କ ସମେତ ଶତାଧିକ କବି, କବୟତ୍ରୀ ଓ ସାହିତ୍ୟିକମାନେ ଯୋଗଦେଇ ଥିଲେ । ବନ୍ତ ସମ୍ବାଦ ସାହିତ୍ୟଘର, ଘସିପୁରା ସମ୍ବାଦ ସାହିତ୍ୟ ଘରର ବହୁ କର୍ମକର୍ତ୍ତା ମଧ୍ୟ ଯୋଗଦେଇଥିଲେ । ଶାସଙ୍ଗ ପଞ୍ଚାୟତର ସରପଞ୍ଚବିମ୍ବାଧର ବିଶ୍ୱାଳ, ସୁଧାକର ଓଝା, ବିନୟ କୁମାର ନାୟକ, ଧବଳେଶ୍ୱର ପଟ୍ଟନାୟକ, ଦେବେନ୍ଦ୍ର କୁମାର ଜେନା, ନିତ୍ୟାନନ୍ଦ ପହି, ପ୍ରଶାନ୍ତ କୁମାର ଖଣ୍ଡାୟୀ, ଆଲୋକ ସେଠୀ, ଶିଶିର କୁମାର ବିଶ୍ୱାଳ, ଉଦୟନାଥ କର, ବିଭିଷଣ ରାଉତ, ସମ୍ବାଦିକ ଗୋପାଳକୃଷ୍ଣ ରାଉତ, ଅମୀୟ ରଞ୍ଜନ ବରାଳ, ବିକାଶ ବିଶ୍ୱାଳ, ଦେବବ୍ରତ ବେହେରା, ଅନନ୍ତ ଚରଣ ପହି, ସଞ୍ଜିବ ମହାନ୍ତି, କମଳାକାନ୍ତ ଆୟଚ, ସ୍ୱପ୍ନେଶ୍ୱର ପଣ୍ଡା, ସତ୍ୟଜିତ ସାହୁ ପ୍ରମୁଖ ଯୋଗ ଦେଇଥିବା ବେଳେ ଶିକ୍ଷକ ଶିଶିର କୁମାର ବିଶ୍ୱାଳ, ନବଘନ ନାୟକ, ମାଧବାନନ୍ଦ ଜେନା, ରାଧାକୃଷ୍ଣ ପତି, ଲକ୍ଷ୍ମୀକାନ୍ତ ମିଶ୍ର, ନବ କୁମାର ବିଶ୍ୱାଳ, ପଦ୍ମନାଭ ପଣ୍ଡା, ଶାନ୍ତନୁ କୁମାର ରାଉତ, ପ୍ରଦୀପ କୁମାର ସ୍ୱାଇଁ, ରମେଶ କୁମାର ନାୟକ, ସତ୍ୟବ୍ରତ ବିଶ୍ୱାଳ, ପର୍ଶୁରାମ ନାୟକ, କନକ ଲତା ସାହୁ, ପଦ୍ମାବତୀ ମଣ୍ଡଳ ପ୍ରମୁଖ କାର‌୍ୟ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.