Home ଜିଲ୍ଲା ପରିକ୍ରମା ହଠାତ ଗୁରୁତର ହୋଇ ଶିକ୍ଷକଙ୍କ ଶୋଚନୀୟ ମୃତ୍ୟୁ, ପୋଲିସ ତଦନ୍ତ ଆରମ୍ଭ

ହଠାତ ଗୁରୁତର ହୋଇ ଶିକ୍ଷକଙ୍କ ଶୋଚନୀୟ ମୃତ୍ୟୁ, ପୋଲିସ ତଦନ୍ତ ଆରମ୍ଭ

119

ବଲାଙ୍ଗୀର ୧୦ -୧୦ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) : ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ତରସିଙ୍ଗା ଗ୍ରାମର ଶିବ ଶଙ୍କର ନାଗ, (ବ-୪୫) ନାମକ ଜଣେ ବ୍ୟକ୍ତି ଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ହଠାତ ସେ ଗୁରୁତର ହୋଇପଡି ଥିବା ରୁ ତାଙ୍କ ପରିବାର ଲୋକେ ଆମ୍ବୁଲାନ୍ସ କୁ ସୂଚନା ଦେଇଥିଲେ। ହେଲେ ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ ହେବା ଦେଖି ତାଙ୍କ ପରିବାର ର ତାଙ୍କ ଭାଇ ଏକ ବାଇକ ରେ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ। ଡାକ୍ତର ଖାନାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିବା ପରେ ପୋଲିସ ସୂଚନା ପାଇ ତଦନ୍ତ ଆରମ୍ଭ କରିଥିବା ବେଳେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ଦିଆଯାଇଛି। ମୃତକ √ ଶ୍ରୀ ନାଗ ଜଣେ ଶିକ୍ଷକ ଥିବା ବେଳେ ଏ ନେଇ ଗ୍ରାମରେ ଶୋକ ର ଛାଇ ଖେଳି ଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.