Home ଜିଲ୍ଲା ପରିକ୍ରମା
21

ଶ୍ୟାମ ସୁନ୍ଦରପୁର ପଞ୍ଚାୟତରେ ପାଇଖାନ ନିର୍ମାଣରେ ଅନିୟମିତତା ପ୍ରସଙ୍ଗ, ପୁଣି ବିଜେପିର ଗଣଧାରଣା
ଭଦ୍ରକ, ୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନ ଶ୍ୟାମସୁନ୍ଦରପୁର ପଞ୍ଚାୟତରେ ସ୍ଵଚ୍ଛ ଭାରତ ମିଶନ ଯୋଜନାରେ ପାଇଖାନ ନିର୍ମାଣରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା ।ଏହାର ନିରପେକ୍ଷ ତଦନ୍ତ କରାଯାଇ ଦୃଢ କାର‌୍ୟ୍ୟାନୁଷ୍ଠାନ ନିଆଯିବାକୁ ଦାବିକରି ଶ୍ୟାମ ସୁନ୍ଦରପୁର ବିଜେପି ପକ୍ଷରୁ ଅକ୍ଟୋବର ୪ ତାରିଖରେ ବ୍ଲକ କାର‌୍ୟ୍ୟାଳୟ ସମ୍ମୁଖରେ  ଗଣଧାରଣା ଦିଆଯାଇଥିଲା ।ପାଇଖାନ ଅନିୟମିତତାର ତଦନ୍ତ କରାଯାଇ କାର‌୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ଉପସ୍ଥିତିରେ ପ୍ରତିଶୃତି ପରେ ଧାରଣା କାରୀମାନେ ଧାରଣା ପ୍ରତ୍ୟାହୃତ କରିବା ଜଣାପଡିଥିଲା ।ମାତ୍ର ପୁଣି ବିଜେପି ପକ୍ଷରୁ ଯେତିକି ତଦନ୍ତ ଶେଷ ହୋଇଛି ପ୍ରଶାସନ ତାହାର ରିପୋର୍ଟ ପ୍ରଦାନ କରନ୍ତୁ ବୋଲି ଦାବିକରି ଧାରଣାରେ ବସିଥିଲେ ।ଖବର ପାଇ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶ ପ୍ରହଲ୍ଲାଦ ରଣା ଓ ରତିକାନ୍ତ ମହନ୍ତ,ସ୍ଵଚ୍ଛ ଭାରତ ମିଶନର ଜିଲ୍ଲା ସଂଯୋଜକା ରିତାରଣୀ ନାୟକ ଓ ଗୌତମ ପଟ୍ଟନାୟକ, ବିଡ଼ିଓ ବସନ୍ତ କୁମାର ସାହାଣୀ ଧାରଣା କାରୀଙ୍କ ନିକଟରେ ପହଞ୍ଚି ବୁଝା ସୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନଥିଲା ।ପ୍ରଶାସନ ତଦନ୍ତ ରିପୋର୍ଟ ଦେବାପରେ ଧାରଣା ପ୍ରତ୍ୟାହାର କରାଯିବ ବୋଲି ବିଜେପି ପକ୍ଷରୁ କୁହାଯାଇଥିଲା ।ନଚେତ ଧାରଣା ପରେ ଅନଶନ ପରେ ରାସ୍ତାରୋକ କରାଯିବ ।କାର‌୍ୟ୍ୟାନୁଷ୍ଠାନ ନହେବା ପର‌୍ୟ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ବିଜେପି ନେତା ଚେତାବନୀ ଦେଇଥିଲେ । ଏହି ଧାରଣାରେ ବିଜେପି ଜିଲ୍ଲା ଉପସଭାପତି ଚତୁର୍ଭୁଜ ନାୟକ ଓ ଅଶୋକ ପୁହାନ,ଜିଲ୍ଲା ପରିଷଦ ସଭ୍ୟ ମନୋଜ ମଲ୍ଲିକ,ମିଡ଼ିଆସେଲ ଅଧ୍ୟକ୍ଷ ବୈକୁଣ୍ଠ ସାହୁ,ବିଜେପି ନେତା ସୂର‌୍ୟ୍ୟ ବଂଶୀ ସୁରଜ,ରଘୁନାଥ ପାତ୍ର, ଦୁର୍ଗାଚରଣ ନାୟକ,ଅଜୟ ମହାପାତ୍ର, ତପନ ରାଉଳ,ପ୍ରମୋଦ ଦାସ,ସାଇଚରଣ ବେହେରା,ପ୍ରମୋଦ ବଳ,ଶୁଭ୍ରନାରାୟଣ ସେଠୀ,ପ୍ରତାପ ଜେନା,ଶରତ ଦାସ,ରମେଶ ରାଉତ,ଯଶୋବନ୍ତ ମଳିକ,ନିରଞ୍ଜନ ମଳିକ,ବୈଲୋଚନ ବାରିକ,ଚକ୍ରଧର ଦାସ ପ୍ରମୁଖ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.