Home କେନ୍ଦୁଝର ପନ୍ଦାଡୋରେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ, ଜଳିଗଲା ୭ବଖରା

ପନ୍ଦାଡୋରେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ, ଜଳିଗଲା ୭ବଖରା

37

ହାଟଡିହି, ୫ । ୧୦ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ପନ୍ଦାଡୋ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୫ଟି ପରିବାରର ୭ବଖରା ଘର ଜଳିପୋଡି ଛାରଖାର ହୋଇଯାଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଗତକାଲି ରାତିରେ ସୁଶାନ୍ତ ପହିଙ୍କ ପରିବାର ଲୋକେ ଖାଇପିଇ ଶୋଇବାପରେ ରାତି ୧୨ଟାବେଳେ ତାଙ୍କ ଘରେ ନିଆଁ ଲାଗିଯାଇଥିଲା । ଘରେ ଶୋଇଥିବା ବୃଦ୍ଧା ମାଙ୍କ ଉପରେ ନିଆଁ ହୁଳା ପଡିବାପରେ ସେ ଉଠିପଡି ଡାକ ପକାଇଥିଲେ । ସେତେବେଳେକୁ ନିଆଁ ଚତୁର୍ଦ୍ଦିଗକୁ ବ୍ୟାପିଯାଇ ସୁଶାନ୍ତ ପହିଙ୍କ ସମେତ ନାରଣ ପହି, ଲଳିତପହି, ପ୍ରମୋଦ ନାୟକ, ସନାତନ ନାୟକ ପ୍ରମୁଖଙ୍କ ଘରକୁ ବ୍ୟାପିଯାଇଥିଲା । ଏପରିକି ସୁଶାନ୍ତଙ୍କ ଘରେ ଥିବା ଦୁଇଟି ଗ୍ୟାସଟାଙ୍କିରେ ନିଆଁ ଲାଗି ଫାଟିବାରୁ ଲୋକମାନେ ଆଉ ନିଆଁ ପାଖକୁ ଯିବାକୁ ସାହାସ କରିନଥିଲେ । ପରେ ହାଟଡିହିରୁ ଦମକଳ ପହଞ୍ଚି ନିଆଁକୁ ଆୟତ କରିଥିଲା । ଏହି ଅଗ୍ନିକାଣ୍ଡରେ ୫ଟିଯାକ ପରିବାରର ୭ବଖରା ଘର ସମେତ ସୁନା, ରୁପା, ଚାଉଳ ଓ ଆନ୍ୟାନ୍ୟ ଗୃହୋପକରଣ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ଯାହାରକି ଆନୁମାନିକ ମୁଲ୍ୟ ଲକ୍ଷାଧିକ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଆକଳନ କରାଯାଉଛି । ତହସିଲ ପକ୍ଷରୁ ବିପନ୍ନ ମାନଙ୍କୁ ଦୁଇହଜାର କରି ୍ରାର୍ଥିକ ସହାୟତା ଯୋଗାଇ ଦିଆଯାଇଥିବାବେଳେ ପଲିଥିନି ଦିଆଯାଇଛି । ସେହିପରି ପଞ୍ଚାୟତ ପକ୍ଷରୁ ସରପଞ୍ଚ ଅନିରୁଦ୍ଧ ବେହେରା ବିପନ୍ନ ମାନଙ୍କୁ ଶୁଖିଲା ଓ ରନ୍ଧାଖାଦ୍ୟର ବ୍ୟବସ୍ଥା କରାଇଥିବା କହିଛନ୍ତି । ବିପନ୍ନ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.