Home ଓଡ଼ିଶା ମର୍ମନ୍ତୁଦ ସଡକ ଦୁର୍ଘଟଣା – ଟ୍ରକ୍ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା – ୩...

ମର୍ମନ୍ତୁଦ ସଡକ ଦୁର୍ଘଟଣା – ଟ୍ରକ୍ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା – ୩ ମୃତ

55

ବରଗଡ଼ ୧୫-୧୧ (ଓଡ଼ିଆ ପୁଅ) ଶନିବାର ରାତ୍ରରେ ବରଗଡ଼ ସହର ଉପକଣ୍ଠସ୍ଥ ସରସରା ଗାଁ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିବା କାରଣରୁ ୩ଜଣଙ୍କ ମୃତ୍ୟୁ ଘଟିଛି। ଖବର ଅନୁଯାୟୀ, ଏକ ଟ୍ରକ୍ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ପଳରେ ଦୁର୍ଘଟଣାରେ ଅଟୋଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗିରୁଜି ଯାଇଛି। ରାତି ପ୍ରାୟ ୧୦ଟା ବେଳେ ୩ଜଣ ଯୁବକ ବରଗଡରୁ ବରପାଲି ଅଭିମୁଖେ ଯାତ୍ରା କରୁଥିବା ସମୟରେ ରାସ୍ତାରେ ଏକ ଟ୍ରକ୍ ଅଟୋଟିକୁ ଧକ୍କା ଦେଇଥିଲା। ବରଗଡ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି। ତେବେ ମୃତକମାନଙ୍କ ପରିଚୟ ଏ ପର୍ଯ୍ୟନ୍ତ ମିଳିନାହିଁ। ତିନିଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ବୋଲି କୁହାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.