Home Top News ଏହି ତିନିଦିନ ସ୍କୁଲ ବନ୍ଦ: ଆସନ୍ତା କାଲି ଭାରତ ବନ୍ଦ ଡାକରା, ତେଣୁ ସ୍କୁଲ ବନ୍ଦ

ଏହି ତିନିଦିନ ସ୍କୁଲ ବନ୍ଦ: ଆସନ୍ତା କାଲି ଭାରତ ବନ୍ଦ ଡାକରା, ତେଣୁ ସ୍କୁଲ ବନ୍ଦ

145

ଭୁବନେଶ୍ୱର ୨୫-୩ (ଓଡ଼ିଆ ପୁଅ) – ଆସନ୍ତାକାଲି ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ୍‌ଛୁଟି ଘୋଷଣା ହୋଇଛି। ଭାରତ ବନ୍ଦ ଡାକରା ନେଇ ବନ୍ଦ ରହିବ ସମସ୍ତ ସ୍କୁଲ୍‌। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ସୂଚନା ଜାରି ହୋଇଛି।

ସୂଚନାଯୋଗ୍ୟଯେ, ଆସନ୍ତାକାଲି କୃଷକମାନେ ଭାରତ ବନ୍ଦ ପାଇଁ ଆହ୍ୱାନ ଦେଇଛନ୍ତି। ନୂତନ କୃଷି ନିୟମକୁ ନେଇ କୃଷକଙ୍କ ଆନ୍ଦୋଳନ ଜାରି ରହିଛି। ଏହି ଆନ୍ଦୋଳନ ୨୮ ନଭେମ୍ବରରେ ଆରମ୍ଭ ହୋଇଥିଲା, ତେଣୁ ୨୬ ମାର୍ଚ୍ଚରେ ଏହାର ୧୨୦ ଦିନ ସମାପ୍ତ ହେବ। ଯେଉଁଥିରେ ୟୁନାଇଟେଡ୍ କିସାନ୍ ମୋର୍ଚ୍ଚା ଏକ ଭରତ ବନ୍ଦ ଆହ୍ୱାନ କରିଛି। ଏହି ବନ୍ଦ ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ଅର୍ଥାତ୍ ୧୨ ଘଣ୍ଟା ହେବ। ଏହି ବନ୍ଦ ସମୟରେ ବିଭିନ୍ନ ସ୍ଥାନରେ କୃଷକ ସଂଗଠନ ପ୍ରଦର୍ଶନ କରିବେ।

ଅପର ପକ୍ଷରେ ଆସନ୍ତା ମାର୍ଚ୍ଚ ୨୮ ଏବଂ ୨୯ ତାରିଖରେ ଦୋଳ ପର୍ବ ଏବଂ ହୋଲି ପାଇଁ ରାଜ୍ୟରେ ସ୍କୁଲ ଛୁଟି ନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.