Home ଓଡ଼ିଶା ଘର ନିର୍ମାଣ କାର୍ଯ୍ୟରେ ଭାଡାରୁ ପଡି ରାଜମିସ୍ତ୍ରୀ ମୃତ

ଘର ନିର୍ମାଣ କାର୍ଯ୍ୟରେ ଭାଡାରୁ ପଡି ରାଜମିସ୍ତ୍ରୀ ମୃତ

154

ହରିଚନ୍ଦନପୁର,ତା ୧୦ ଅକ୍ଟୋବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ଘର ନିର୍ମାଣରେ ପୋଲସ୍ତରା(ପ୍ଲାଷ୍ଟର) କରୁଥିବା ବେଳେ ଭାଡାରୁ ପଡି ରାଜମିସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଖବର ଅନୁଯାୟୀ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଦୈତାରୀ ଥାନା ଅନ୍ତର୍ଗତ ବାଙ୍ଗୁରୁଶୁଣୀ ଗ୍ରାମର ଜୟପାଲ ପୃର୍ତ୍ତି(୫୫) ସାନଶିଆଡିମାଳ ଗ୍ରାମର ମଦନ ମହାନ୍ତଙ୍କ ଘର ନିର୍ମାଣ କାର୍ଯ୍ୟ କରୁଥିଲେ । ଘରର କାନ୍ଥ ଗୁଡ଼ିକ ପ୍ଲାଷ୍ଟର ନିମନ୍ତେ ଭାଡାରେ ଚଢି କାମ କରୁଥିଲେ । କୌଣସି କାରଣରୁ ଅଚାନକ ଗୋଡ଼ ଖସିଯିବାରୁ ତଳେ ପଡ଼ି ଗୁରୁତର ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ସଙ୍ଗେ ସଙ୍ଗେ ଏକ ଟାଟାମେଜିକ୍ ଯୋଗେ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ଚିକିତ୍ସାଳୟରେ ଚିକିତ୍ସା ଆରମ୍ଭ ପୂର୍ବରୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାର ଖବର ପାଇ ଦୈତାରୀ ପୋଲିସ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.