Home ଅନୁଗୁଳ ୨୦ଜଣ ସହିଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ

୨୦ଜଣ ସହିଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ

127

ତାଳଚେର,୨୯/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ଭାରତ ଓ ଚୀନ ସୀମାରେ ସହିଦ ହୋଇଥିବା ୨୦ଜଣ ବୀର ଯବାନମାନଙ୍କୁ ରବିବାର ଦିନ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସହିଦ ରଞ୍ଜନ ମହାନ୍ତିଙ୍କ ପୂର୍ଣ୍ଣ ଅବୟବଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଚୀନ ଭାରତର ସୀମାରେ ଅଯଥା ବିବାଦ ସୃଷ୍ଟି କରି ଭାରତୀୟ ଯବାନମାନଙ୍କ ସହ ହିଂସ୍ରକ ପରିସ୍ଥିତି ସୃଷ୍ଟି କରିଥିଲେ । ଏଥିରେ ୨୦ଜଣ ଯବାନ ସହିଦ ହୋଇଥିଲେ । ସେହି ସହିଦମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ ପାଇଁ ତାଳଚେର ସହରର ବିଶିଷ୍ଟ ବ୍ୟକ୍ତିମାନେ ଏକାଠି ହୋଇ ସାମାଜିକ ଦୂରତ୍ୱ ବଜାୟ ରଖି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ପୂର୍ବତନ ନଗରପାଳ କେଶବ ଭୂତିଆ,ଗଣମାଧ୍ୟମ ପ୍ରତିନିଧି ଅକ୍ଷୟ ମହରଣା,ପ୍ରଦୀପ ମହାରଣା,ମନୋଜ ଶତପଥି,ପ୍ରଦୀପ୍ତ ଜେନା,ଗିରିଶ ସାମଲ,ଜିତେନ୍ଦ୍ର ମହାପାତ୍ର,ଆନନ୍ଦ ଆଚାର୍ଯ୍ୟ,ଚନ୍ଦନ କୁମାର ସିଂ,ଜ୍ଞାନ ରଞ୍ଜନ ମହାନ୍ତି,ବୁବୁ ସାହୁ,ସନ୍ତୋଷ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସହିଦ ମାନସଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରିବାସହ ୨୦ଜଣ ବୀର ଯବାନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ସହ ଦୀପ ପ୍ରଜ୍ଜ୍ୱଳନ କରିଥିଲେ ଏବଂ ସହିଦମାନଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ସ୍ଲୋଗାନମାନ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.