Home ଜିଲ୍ଲା ପରିକ୍ରମା ବିବାହ ପୁର୍ବରୁ ରକ୍ତଦାନ କରି ମାନବିକତା ଦେଖାଇଲେ ଭାବି ଦମ୍ପତି

ବିବାହ ପୁର୍ବରୁ ରକ୍ତଦାନ କରି ମାନବିକତା ଦେଖାଇଲେ ଭାବି ଦମ୍ପତି

249

ମାଲକାନଗିରି,୧୦ା୨(ଓଡିଆ ପୁଅ ) ବିବାହ ପୁର୍ବରୁ  ମଙ୍ଗନ ଦିନ ଭାବିଦମ୍ପତି ରକ୍ତଦାନ କରି ମାନବିକତା ର ପରିଚୟ ଦେଖାଇଛନ୍ତି । ମାଲକାନଗିରି ବ୍ଲକସ୍ଥ ନୁଆଗୁଡା ଗ୍ରାମର ଗଣେଷ କଚିମ ଓ ସୁକାନ୍ତି ବାଘ ଏହି ଦୁଇଜଣ ଯୁବକ ଯୁବତୀ ଆସନ୍ତା ୧୧ତାରିଖରେ ବିବାହ କରିବେ, ରବିବାର ଦିନ ସେମାନଙ୍କ ମଙ୍ଗନ ତିଥିରେ ହଳଦୀପାଣି ଗୁଧୁଆ ଥିଲା, ସେମାନେ ଭୋଜି ଭାତରେ ନମାତି ଗରିବ ରୋଗୀଙ୍କ ପାଇଁ ରକ୍ତଦାନ କରିବାକୁ ଆଗେଇ ଆସିଥିଲେ । ସେମାନେ ନୁଆଜୀବନ ଆରମ୍ଭ କରିବା ପୁର୍ବରୁ  ମାଲକାନଗିରି ଜିଲ୍ଲା ରକ୍ତଭଣ୍ଡାର କୁ ଯାଇ ସ୍ୱଇଚ୍ଛାରେ ଦୁହେଁ ରକ୍ତ ଦାନ କରିଛନ୍ତି, ଗଣେଷ ଙ୍କ ଏବି ପଜେଟିଭି ଗୃପ ହୋଇଥିବା ବେଳେ ସୁକନ୍ତାଙ୍କ ବି ପଜେଟିଭ ରକ୍ତ ରହିଥିଲା । ରକ୍ତଦାନ ସମୟ ରେ ଜୟ ମାଲକାନଗିରି ଗୃପ ର କେ.ଦେଶୁ ରାଜୁ ଆଚାରୀ,ରବି ରେଜେଶ,ବସନ୍ତ ନାୟକ ପ୍ରମୁଖ ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ନବଦମ୍ପତି ହେବା ଆଗରୁ ଏହି ବର କନିଆ ଙ୍କ ରକ୍ତଦାନ କରିବା ଘଟଣା ସମଗ୍ର ମାଲକାନଗିରି ଜିଲ୍ଲାରେ ମୁଖ୍ୟଚର୍ଚାର ବିଷୟ ପାଲଟିଛି । ମାଲକାନଗିରି ଜିଲ୍ଲା ହସପିଟାଲରେ ପ୍ରତି ମାସରେ ୨୦୦ରୁ ୩୦୦ ଉର୍ଦ୍ଦ ୟୁନିଟ ରକ୍ତ ରୋଗୀଙ୍କ ପାଇଁ ଆବଶ୍ୟକ ପଡୁଥିବା ବେଳେ ଗତ କିଛିମାସହେଲା ମାତ୍ର ୩୦ ୟୁନିଟରୁ ୪୦ ୟୁନିଟ ରକ୍ତ ଗଛିତ ରହୁଥିବାର ଜଣାପଡିଛି । ଜିଲ୍ଲାରେ ରକ୍ତ କିଣିବାପାଇଁ ଆବଶ୍ୟକ ବ୍ୟବସ୍ଥା ନଥିବାରୁ ଗରିବ ରୋଗିମାନେ ଡାକ୍ତର ଖାନାରୁ ରକ୍ତ ପାଇପାରୁନାହାଁନ୍ତି । ଧନି ଶ୍ରେଣିର ରୋଗୀ ମାନେ ଜୟପୁର କୋରାପୁଟ ରୁ କିମ୍ବା ଅନ୍ୟଲୋକ ଯୋଗାଡ କରି ରକ୍ତ ନିଜ ରୋଗୀମାନଙ୍କୁ ଦେଉଛନ୍ତି । ପସୂତି ମହିଳା ,ଦୃର୍ଘଟଣା ଗସ୍ତ ଓ ଅନ୍ୟାନ ଗୁରୁତର ରୋଗି ମାନଙ୍କୁ ରକ୍ତ ଦେବାର ଜରୁରୀ ହୋଇପଡି ଥିଲେ ମଧ୍ୟ ରକ୍ତଭଣ୍ଡାରରେ ରକ୍ତର ଅଭାବ ଲାଗିରହିଛି । ଏହା କୁ ଦୃଷ୍ଠିରେ ରଖି ଗଣେଷ ଓ ସୁକାନ୍ତି ଦୁହେଁ ବିବାହ ଆଗରୁ ମଙ୍ଗନ ଦିନ ରକ୍ତଦାନ କରିବା ପାଇଁ ନିସ୍ପତି ନେଇଥିଲେ ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.