Home କଳାହାଣ୍ଡି ପିସ୍ତଲ ମୁନରେ ଛଅ ଲକ୍ଷ ଟଙ୍କା ଲୁଟ, ବାପ ଗୁରୁତର ପୁଅ ମୃତ

ପିସ୍ତଲ ମୁନରେ ଛଅ ଲକ୍ଷ ଟଙ୍କା ଲୁଟ, ବାପ ଗୁରୁତର ପୁଅ ମୃତ

225

କଳାହାଣ୍ଡି- ତା.୦୯.୦୧.୨୦୨୦ ( ଓଡିଆପୁଅ)କଳାହାଣ୍ଡି ଜିଲା ଜୁନାଗଡ ଥାନା ଅନ୍ତର୍ଗତ ବୋରଗୁଡା ଗ୍ରାମ ମଶ୍ରା ପଡାର କ୍ଷିତ ନାଏକ(୫୧) ଓ ପୁଅ ବଦ୍ରୀ ନାଏକ(୨୨) କପା ବିକ୍ରିର ଛଅ ଲକ୍ଷ ଟଙ୍କା ଧରି ଜୁନାଗଡରୁ ନିଜ ଗ୍ରାମକୁ ବାଇକରେ ଫେରୁଥିଲେ । ଗାଁ କୁ ଯିବା ରାସ୍ତା ରେ ତିନି ଜଣ ଦୃର୍ବୁତ ସେମାନଙ୍କୁ ମାରଣାନ୍ତକ ଆକ୍ରମଣ କରି ଛଅ ଲକ୍ଷ ଟଙ୍କା ଛଡାଇ ନେଇ ଫେରାର ହୋଇଯାଇଥିବା ଜଣାପଡିଛି । ଅନ୍ୟ ପକ୍ଷରେ ଗୁରୁତର ବାପା ଓ ପୁଅ ଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରିଥିବା ବେଳେ ଭବାନୀପାଟଣା ଜିଲା ମୂଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ପୁଅ ବଦ୍ରି ର ମୃତୁ୍ୟ ହୋଇଥିବା ଜଣାପଡିଛି । ଫଳରେ ସମଗ୍ର ଅଂଚଳରେ ଶୋକର ଚାୟା ଖେଲିଯାଇଥିବା ସହିତ କୋକୁଆବୟ ସୃଷ୍ଟି ହୋଇଯାଇଛି ।
ପ୍ରତ୍ୟକ୍ଷଦର୍ଶୀଙ୍କ ସୁତ୍ରରୁ ପ୍ରକାଶ ଯେ, ଜୁନାଗଡ – ଦେଦର ରାସ୍ତାରେ ତେନ୍ତୁଳିଖୁଂଟି ରାସ୍ତା ପାଶ୍ୱର୍ରେ ଥିବା ଏକ ପୋଳ ଉପରେ ତିନିଜଣ ଦୃର୍ବୁତ ମୁହଁରେ ମୁଖାପିନ୍ଧି ଛକି ବସିଥିଲେ । ବାପ ପୁଅ ବାଇକରେ ଆସିବା ପରେ ପଛ ପଟରେ ବସିଥିବା ପୁଅ ବଦ୍ରୀକୁ ଛଡ ସାହାଯ୍ୟରେ ଆକ୍ରମଣ କରିଥିଲେ । ପୁଅ ଓ ବାପା ବାଇକରୁ ପଡି ଯିବା ପରେ ଏକ ଛଅ ରାଉଣ୍ଡ ବାଳା ଦେଶୀ ପିସ୍ତଲ ଦେଖାଇବା ସହିତ ଲୁହା ଛଡ ରେ ଆକ୍ରମଣ କରିଥିଲେ । ଗୁରୁତର ବାପ ପୁଅ ନିଜର ସୁରକ୍ଷା ପାଇଁ ସଂପୃକ୍ତ ଦୁର୍ବୁତ ମାନଙ୍କ ସହିତ ଧସ୍ତାଧସ୍ତି ହୋଇଥିବା ବେଳେ ଲୁହାଛଡରେ ସେମାନଙ୍କୁ ଆଘାତ ଦେବା ଯୋଗୁଁ ପୁଅ ଗୁରୁତର ହୋଇଯାଇ ମରିଗଲି ମରିଗଲି ବୋଲି ଚିକ୍ରାର କରିବା ପରେ ପୁଅକୁ ରକ୍ଷା କରିବା ପାଇଁ ଚେଷ୍ଟା କରୁଥିବା ବେଳେ ସେମାନଙ୍କ ଠାରୁ ଟଙ୍କା ବେଗ ଧରି ଦୁର୍ବୁତ ମାନେ ଏକ ବାଇକ ଯୋଗେ ଚମ୍ପଟ ମାରିଥିଲେ । ତେବେ ପୁଅ ବଦ୍ରି ର ମୁଣ୍ଡରେ ଛଡ ସାହାଯ୍ୟରେ ଆକ୍ରମଣ ସହ ପିଠିରେ ଗୁଳି ମାଡ ହୋଇଥିବା ଅନୁମାନ କରା ଯାଇଛି । ଉଭୟ ଦଳ ମଧ୍ୟରେ ଧସ୍ତାଧସ୍ତି ଫଳରେ ଦୃର୍ବୁତ ଙ୍କ ହାତରୁ ପିସ୍ତଲ ଖସି ପଡିଯାଇଥିବା ବେଳେ ଲୁଟେରା କିନ୍ତୁ ବାପ ପୁଅ ଠାରୁ ଛଅ ଲକ୍ଷ ଟଙ୍କା ଝାମ୍ପି ନେବାରେ ସଫଳ ହୋଇଥିଲେ । ପ୍ରତକ୍ଷଦର୍ଶୀ ମାନେ ଲୋକଙ୍କୁ ଡାକିବାରୁ ଦୃର୍ବୁତ ଫେରାର ହୋଇ ଯାଇଥିବା କୁହାଯାଉଛି । ଘଟଣାଟି ପ୍ରାୟ ସନ୍ଧ୍ୟା ସମୟରେ ଘଟିଥିବା ବେଳେ ଆହତ ଦୁଇ ଜଣଙ୍କୁ ଜୁନାଗଡ ଡାକ୍ତରଖାନା ଓ ପରେ ଭବାନୀପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ଭଙ୍ଗା ପିସ୍ତଲ ପଡିଥିବା ଜଣା ପଡିଥିବା ବେଳେ ଜୁନାଗଡ ପୋଲିସ ଘଟଣାକୁ ଗୁରୁତର ଭାବରେ ଗ୍ରହଣ କରି ତଦନ୍ତ ପ୍ରକ୍ରିୟାକୁ ଯୋରଦାର କରିଥିବା ଜୁନାଗଡ ଓଆଇସି ଉତମ କୁମାର ସାହୁ କହିଛନ୍ତି । ଭବାନୀପାଟଣାରେ ଚିକିତ୍ସାଧିନ ଅବସ୍ଥାରେ ବଦ୍ରୀର ମୃତୁ୍ୟ ହୋଇଯାଇଥିବା ପ୍ରକାଶ । କ୍ଷିତ ନିଜ ପୁଅ ସହିତ ସେହି ଅଂଚଳରେ କପା ବ୍ୟବସାୟ କରୁଥିବା ବେଳେ କପା ବକ୍ରୀ କରି ସେଥିରୁ ପ୍ରାପ୍ତ ଟଙ୍କା ଉଠାଣ କରି ଫେରୁଥିବା ବେଳେ ଏଭଲି ଅଘଟଣ ହୋଇଥିବା ଜଣାପଡିଛି । ବେଙ୍କରୁ ଟଙ୍କା ଉଠାଣ ସମୟରୁ ହିଁ ଏହି ଲୁଟ ଘଟଣାର ସୂତ୍ରପାତ ହୋଇଥାଇପାରେ ବୋଲି ଆଲୋଚନା ହେଉଛି । ଫୋରେନସିକ ଦଳ ଘଟଣା ସ୍ଥଳ ପରୀକ୍ଷଣ କରିବା ସହିତ ମୃତ ବଦ୍ରୀର ପୋଷ୍ଟ ମଟମ ରିପୋର୍ଟ ଆସିବା ପରେ ଘଟଣା ସଂପର୍କରେ ଅଧିକ ତଥ୍ୟ ପଦାକୁ ଆସିପାରିବ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.