Home ଓଡ଼ିଶା ଆସନ୍ତା କାଲିଠୁ ଚାଲିବ ୨୦୦ ସ୍ବତନ୍ତ୍ର ଟ୍ରେନ ଟ୍ରେନ୍ – ଜାଣନ୍ତୁ କ’ଣ ନିୟମ

ଆସନ୍ତା କାଲିଠୁ ଚାଲିବ ୨୦୦ ସ୍ବତନ୍ତ୍ର ଟ୍ରେନ ଟ୍ରେନ୍ – ଜାଣନ୍ତୁ କ’ଣ ନିୟମ

731

ଜୁନ ପହିଲା, ୨୦୨୦ରୁ ଚାଲିବ ୨୦୦ ସ୍ଵତନ୍ତ୍ର ଟ୍ରେନ
– ପ୍ରଥମ ଦିନରେ ଯାତ୍ରା କରିବେ ୧.୪୫ ଲକ୍ଷ ଯାତ୍ରୀ
– ୧ରୁ ୩୦ ଜୁନ ୨୦୨୦ ମଧ୍ୟରେ ଅଗ୍ରୀମ ସଂରକ୍ଷିତ ଟିକେଟ ବୁକିଂ କରିଛନ୍ତି ୨୬ ଲକ୍ଷ ଯାତ୍ରୀ
– ୧୨ ମେରୁ ଚାଲୁଥିବା ୩୦ଟି ଏସି ଟ୍ରେନ ଓ ଶ୍ରମିକ ସ୍ପେଶାଲ ଟ୍ରେନ ବ୍ୟତୀତ ଆରମ୍ଭ ହେବ ଏହି ସେବା
– ୯୦ ମିନିଟ ପୂର୍ବରୁ ପହଞ୍ଚିବେ ଯାତ୍ରୀ, କେବଳ କନଫର୍ମ/ଆରଏସି ଟିକେଟ ଥିବା ଯାତ୍ରୀଙ୍କୁ ମିଳିବ ରେଳ ଷ୍ଟେସନରେ ପ୍ରବେଶ ଓ ଟ୍ରେନରେ ବସିବାର ଅନୁମତି
– ଗୃହ ମନ୍ତ୍ରଣାଳୟ ଗାଇଡଲାଇନ ଅନୁଯାୟୀ ସମସ୍ତ ଯାତ୍ରୀଙ୍କ ହେବ ସ୍କ୍ରିନିଂ
– ଲକ୍ଷଣ ନଥିବା ଯାତ୍ରୀଙ୍କୁ ମିଳିବ ଟ୍ରେନରେ ପ୍ରବେଶ ଓ ବସିବାର ଅନୁମତି

ନୂଆ ଦିଲ୍ଲୀ ୩୧-୫ (ଓଡ଼ିଆ ପୁଅ) ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଗୃହ ମନ୍ତ୍ରଣାଳୟ ସହିତ ପରାମର୍ଶ କରି ରେଳ ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ରେଳବାଇର ରେଳ ସେବାକୁ ଆସନ୍ତାକାଲି ଅର୍ଥାତ ଜୁନ ପହିଲା, ୨୦୨୦ ଠାରୁ ଆଂଶିକ ଭାବେ ଚଳାଚଳ କରିବା ଲାଗି ନିଷ୍ପତ୍ତି ନେଇଛି। ପ୍ରଥମ ଦିନରେ ୨୦୦ ଟ୍ରେନ ଚଳାଚଳ କରିବ ଏବଂ ଏଥିରେ ୧.୪୫ ଲକ୍ଷରୁ ଅଧିକ ଯାତ୍ରୀ ଯାତ୍ରା କରିବେ। ଟ୍ରେନଗୁଡ଼ିକର ତାଲିକା ନିମ୍ନରେ ଦିଆଯାଇଛି ସଂଲଗ୍ନକ (ନିମ୍ନରେ ଲିଙ୍କ ଦିଆଯାଇଛି)ରେ ଉପଲବ୍ଧ ରହିଛି।

ଶ୍ରମିକ ସ୍ପେଶାଲ ଟ୍ରେନ ଓ ୧୨ ମେ ୨୦୨୦ ଠାରୁ ଚଳାଚଳ କରୁଥିବା ୩୦ଟି ସ୍ଵତନ୍ତ୍ର ଏସି ଟ୍ରେନ ଅତିରିକ୍ତ ଏହି ଟ୍ରେନଗୁଡ଼ିକ ଚଳାଚଳ କରିବ।

ନିୟମିତ ଟ୍ରେନ ଢାଞ୍ଚାରେ ଏସବୁ ଟ୍ରେନ ଚଳାଚଳ କରିବ। ଏଗୁଡ଼ିକ ସମ୍ପୂର୍ଣ୍ଣ ସଂରକ୍ଷିତ ଟ୍ରେନ ଯେଉଁଥିରେ ଉଭୟ ଏସି ଏବଂ ବିନା ଏସି ଶ୍ରେଣୀର ବଗି ରହିଛି। ଟ୍ରେନରେ କୌଣସି ଅସଂରକ୍ଷିତ ବଗି ରହିବ ନାହିଁ। ଶ୍ରେଣୀ ଅନୁଯାୟୀ ସାଧାରଣ ସିଟ କୋଚରେ ଭଡ଼ା ନିର୍ଦ୍ଧାରଣ କରାଯିବ। ସମସ୍ତ ଯାତ୍ରୀଙ୍କୁ ଦ୍ଵିତୀୟ ଶ୍ରେଣୀ ଟିକେଟ ଭଡ଼ା ଆଦାୟ କରାଯିବ ଏବଂ ସେମାନଙ୍କୁ ସିଟ ଯୋଗାଇ ଦିଆଯିବ।

ଆଜି ଦିନ ୯ଟା ସୁଦ୍ଧା ମୋଟ ୨୫, ୮୨, ୬୭୧ ଜଣ ଯାତ୍ରୀ ଟିକେଟ ବୁକିଂ କରିସାରିଛନ୍ତି। ଆଇଆରସିଟିସି ମୋବାଇଲ ଆପ ଏବଂ ୱେବସାଇଟ ଜରିଆରେ ଟିକେଟ ବୁକିଂ କରାଯାଉଛି। ଭାରତୀୟ ରେଳବାଇ ପକ୍ଷରୁ ଟିକେଟ କାଉଣ୍ଟର ଜରିଆରେ ଟିକେଟ ବୁକିଂ ପାଇଁ ମଧ୍ୟ ଅନୁମତି ଦିଆଯାଇଛି। ଜନସେବା କେନ୍ଦ୍ର ଓ ଟିକେଟ ଏଜେଣ୍ଟମାନଙ୍କ ଜରିଆରେ ୨୨ ମେ ୨୦୨୦ରୁ ମଧ୍ୟ ଟିକେଟ କାଟିବା ଲାଗି ଅନୁମତି ଦିଆଯାଇଛି।

ପୂର୍ବ ସୂଚନା ଅନୁଯାୟୀ, ଭାରତୀୟ ରେଳବାଇ ପକ୍ଷରୁ ୧୨-୦୫-୨୦୨୦ ଠାରୁ ଚଳାଚଳ କରୁଥିବା ୩୦ଟି ସ୍ଵତନ୍ତ୍ର ରାଜଧାନୀ ଶ୍ରେଣୀର ଟ୍ରେନ ଏବଂ ୦୧-୦୬-୨୦୨୦ ଠାରୁ ଚଳାଚଳ କରୁଥିବା ୨୦୦ଟି ସ୍ଵତନ୍ତ୍ର ମେଲ ଏକ୍ସପ୍ରେସ ପାଇଁ ସଂଶୋଧିତ ଆଦେଶନାମା ଜାରି କରାଯାଇଛି। ଏହି ୨୩୦ଟି ଟ୍ରେନ ପାଇଁ ଅଗ୍ରୀମ ସଂରକ୍ଷଣ ଅବଧି (ଏଆରପି)କୁ ୩୦ରୁ ୧୨୦କୁ ବୃଦ୍ଧି କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ଏ ସମସ୍ତ ଟ୍ରେନରେ ପାର୍ସଲ ଓ ଲଗେଜ ବୁକିଂ ପାଇଁ ଅନୁମତି ଦିଆଯାଇଛି। ଏ ସମସ୍ତ ପରିବର୍ତ୍ତନ ୩୧ ମେ ୨୦୨୦, ପୂର୍ବାହ୍ନ ୮ଟା ପରଠାରୁ କାର୍ଯ୍ୟକାରୀ ହେଉଛି। ଅନ୍ୟାନ୍ୟ ସର୍ତ୍ତ ଯଥା କରେଣ୍ଟ ବୁକିଂ, ତତ୍କାଳ କୋଟା ବ୍ୟବସ୍ଥା, ରୋଡ ସାଇଡ ଷ୍ଟେସନ ଆଦି ନିୟମିତ ସମୟସାରଣୀ ଟ୍ରେନ ଭଳି ସମାନ ରହିଛି। ୨୯ ଜୁନ ୨୦୨୦ଠାରୁ ୩୦ ଜୁନ ୨୦୨୦ କିମ୍ବା ତା’ର ପରବର୍ତ୍ତୀ ଦିନରେ ଯାତ୍ରା ପାଇଁ ତତକାଳ ବୁକିଂ କରାଯାଇପାରିବ। ଏସବୁ ସୂଚନା, ଆଦେଶନାମା ରେଳବାଇର ୱେବସାଇଟ www.indianrailways.gov.inରେ ଟ୍ରାଫିକ କମର୍ସିଆଲ ଡାଇରେକ୍ଟୋରେଟ ହେଡ କମର୍ସିଆଲ ସର୍କୁଲାରରେ ଦେଖାଯାଇପାରିବ।

ଚାର୍ଟ ପ୍ରସ୍ତୁତି ଓ ଟ୍ରେନରେ ବୋର୍ଡିଂ –

I- ଆରଏସି ଓ ୱେଟିଂ ଲିଷ୍ଟ ପ୍ରଚଳିତ ନିୟମ ଅନୁଯାୟୀ ଜାରି କରାଯିବ
II- କୌଣସି ଅସଂରକ୍ଷିତ ଟିକେଟ କିମ୍ବା ଯାତ୍ରା ସମୟରେ ଯାତ୍ରୀଙ୍କୁ କୌଣସି ଟିକେଟ ଜାରି କରାଯିବ ନାହିଁ।
III- ଅନୁମତି : ସମ୍ପୂର୍ଣ୍ଣ ସୁନିଶ୍ଚିତ ଏବଂ ଆରଏସି ଟିକେଟ ଥିବା ଯାତ୍ରୀ, ଆଂଶିକ ୱେଟିଂ ଲିଷ୍ଟ ଟିକେଟଧାରୀ (ଯଦି ଗୋଟିଏ ପିଏନଆର ନମ୍ବରରେ ସୁନିଶ୍ଚିତ ଓ ୱେଟିଂ ଲିଷ୍ଟ ଟିକେଟଧାରୀ ଥିବେ)ଙ୍କୁ ଷ୍ଟେସନରେ ପ୍ରବେଶ ଓ ଟ୍ରେନରେ ଯାତ୍ରା ଅନୁମତି ମିଳିବ
IV- ଅନୁମତି ମିଳିବ ନାହିଁ : ୱେଟିଂ ଲିଷ୍ଟ ଯାତ୍ରୀ।
V- ୨୯ ଜୁନ ୨୦୨୦ଠାରୁ ୩୦ ଜୁନ ୨୦୨୦ କିମ୍ବା ତା’ର ପରବର୍ତ୍ତୀ ତାରିଖରେ ଯାତ୍ରା ପାଇଁ ତତକାଳ ବୁକିଂ ହୋଇପାରିବ।
VI- ଟ୍ରେନ ନିର୍ଦ୍ଧାରିତ ସମୟରେ ଯାତ୍ରା କରିବାର ୪ ଘଣ୍ଟା ପୂର୍ବରୁ ପ୍ରଥମ ଚାର୍ଟ ଏବଂ ଦୁଇ ଘଣ୍ଟା ପୂର୍ବରୁ (ସାଧାରଣତଃ ୩୦ ମିନିଟ ପୂର୍ବରୁ ପ୍ରସ୍ତୁତ ହୋଇଥାଏ) ଦ୍ଵିତୀୟ ଚାର୍ଟ ପ୍ରସ୍ତୁତ କରାଯିବ।
VII- ସମସ୍ତ ଯାତ୍ରୀଙ୍କୁ ବାଧ୍ୟତାମୂଳକ ଭାବେ ସ୍କ୍ରିନିଂ କରାଯିବ ଏବଂ କେବଳ ଲକ୍ଷଣ ଥିବା ଯାତ୍ରୀଙ୍କୁ ଟ୍ରେନରେ ଯାତ୍ରା ଲାଗି ଅନୁମତି ମିଳିବ।
VIII- ଏସବୁ ସ୍ଵତନ୍ତ୍ର ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ନିମ୍ନୋକ୍ତ ସତର୍କତା ନିୟମ ମାନିବାକୁ ପଡ଼ିବ:

୧- ପ୍ରବେଶ ଏବଂ ଯାତ୍ରା ସମୟରେ ସମସ୍ତ ଯାତ୍ରୀଙ୍କ ପାଇଁ ଫେସ କଭର ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ।
୨- ଥର୍ମାଲ ସ୍କ୍ରିନିଂ ପାଇଁ ଯାତ୍ରୀମାନେ ଟ୍ରେନ ଛାଡ଼ିବାର ୯୦ ମିନିଟ ପୂର୍ବରୁ ଷ୍ଟେସନରେ ପହଞ୍ଚିବେ। ଲକ୍ଷଣ ନଥିବା ଯାତ୍ରୀଙ୍କୁ ଯାତ୍ରା ନିମନ୍ତେ ଅନୁମତି ମିଳିବ।
୩- ଯାତ୍ରୀମାନେ ସାମାଜିକ ଦୂରତା ରକ୍ଷା କରିବେ।
୪- ଗନ୍ତବ୍ୟରେ ପହଞ୍ଚିବା ପରେ ଯାତ୍ରୀମାନଙ୍କୁ ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ଦ୍ଵାରା ପାଳନ କରାଯାଉଥିବା ସ୍ଵାସ୍ଥ୍ୟ ନିୟମକୁ ମାନିବା ଲାଗି ପଡ଼ିବ।
ବାତିଲ ଓ ଅର୍ଥଫେରସ୍ତ ନିୟମ – ରେଳବାଇ ଯାତ୍ରୀ (ଟିକେଟ ବାତିଲ ଓ ଭଡ଼ା ଅର୍ଥ ଫେରସ୍ତ) ନିୟମ, ୨୦୧୫ ଏଥିରେ ଲାଗୁ ହେବ।
ଏହାଛଡ଼ା କରୋନା ଲକ୍ଷଣ କାରଣରୁ ଯାତ୍ରା କରିନପାରିଲେ ଯାତ୍ରୀଙ୍କୁ ଟିକେଟ ଭଡ଼ା ଅର୍ଥ ଫେରସ୍ତ ବାବଦରେ ନିମ୍ନୋକ୍ତ ନିର୍ଦ୍ଦେଶ ଲାଗୁ ହେବ।

ଗୃହ ମନ୍ତ୍ରଣାଳୟର ଗାଇଡଲାଇନ ଅନୁଯାୟୀ ସମସ୍ତ ଯାତ୍ରୀଙ୍କୁ ବାଧ୍ୟତାମୂଳକ ଭାବେ ସ୍କ୍ରିନିଂ କରାଯିବ ଏବଂ କେବଳ ଲକ୍ଷଣ ନଥିବା ଯାତ୍ରୀଙ୍କୁ ଟ୍ରେନରେ ପ୍ରବେଶ/ଯାତ୍ରା କରିବା ଲାଗି ଅନୁମତି ମିଳିବ।

ଯଦି ସ୍କ୍ରିନିଂ ସମୟରେ ଯାତ୍ରୀଙ୍କ ଶରୀରରେ ଅଧିକ ତାପମାତ୍ରା କିମ୍ବା କୋଭିଡ-୧୯ର କୌଣସି ଲକ୍ଷଣ ଦେଖାଦିଏ ତା’ହେଲେ ତାଙ୍କୁ ସୁନିଶ୍ଚିତ ଟିକେଟ ଥିଲେ ମଧ୍ୟ ଯାତ୍ରା କରିବା ଲାଗି ଅନୁମତି ମିଳିବ ନାହିଁ। ଏଭଳି କ୍ଷେତ୍ରରେ ନିମ୍ନୋକ୍ତ ନିୟମ ଅନୁଯାୟୀ ଯାତ୍ରୀଙ୍କୁ ଟିକେଟ ଅର୍ଥ ଫେରସ୍ତ କରାଯିବ

୧- ଜଣେ ଯାତ୍ରୀଙ୍କ ପାଇଁ ପିଏନଆର ଥିଲେ।
୨- ମିଳିତ ଭାବେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ମଧ୍ୟରୁ ଜଣେ ଯାତ୍ରୀ ଟ୍ରେନରେ ଯାତ୍ରା କରିବା ଲାଗି ଅନଫିଟ ଥିଲେ ଏବଂ ତାଙ୍କ ସହିତ ଗୋଟିଏ ପିଏନଆର ଥିବା ଅନ୍ୟ ଯାତ୍ରୀମାନେ ଯାତ୍ରା କରିବା ନିମନ୍ତେ ଅନିଚ୍ଛୁକ ଥିଲେ ସମସ୍ତ ଯାତ୍ରୀଙ୍କ ଟିକେଟ ଅର୍ଥ ଫେରସ୍ତ କରାଯିବ।
୩- ମିଳିତ ଭାବେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ମଧ୍ୟରୁ ଜଣେ ଯାତ୍ରୀ ଟ୍ରେନରେ ଯାତ୍ରା କରିବା ଲାଗି ଅନଫିଟ ଥିଲେ ଏବଂ ତାଙ୍କ ସହିତ ଗୋଟିଏ ପିଏନଆର ଥିବା ଅନ୍ୟ ଯାତ୍ରୀମାନେ ଯାତ୍ରା କରିବା ନିମନ୍ତେ ଇଚ୍ଛୁକ ଥିଲେ କେବଳ ଯାତ୍ରା କରିବା ଲାଗି ଅନଫିଟ ଥିବା ଯାତ୍ରୀଙ୍କ ଟିକେଟ ଅର୍ଥ ଫେରସ୍ତ କରାଯିବ।

ଏ ସମସ୍ତ ମାମଲାରେ, ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ଯାତ୍ରୀମାନଙ୍କୁ ପ୍ରବେଶ/ଯାଞ୍ଚ/ସ୍କ୍ରିନିଂ ପଏଣ୍ଟରେ ଟିଟିଇ ସାର୍ଟିଫିକେଟ ଜାରି କରାଯିବ। ଏଥିରେ କୋଭିଡ-୧୯ ଲକ୍ଷଣ କାରଣରୁ ଯାତ୍ରା ନିମନ୍ତେ ଅନୁମତି ମିଳୁନଥିବା ଜଣେ କିମ୍ବା ଏକାଧିକ ଯାତ୍ରୀଙ୍କ ତାଲିକା ରହିବ।

ଟିଟିଇ ସାର୍ଟିଫିକେଟ ପାଇବା ପରେ ଯାତ୍ରା କରିନଥିବା ଯାତ୍ରୀଙ୍କ ଟିକେଟ ଅର୍ଥ ଫେରସ୍ତ କରିବା ଲାଗି ମୂଳ ଟିକେଟ ସହିତ ଅନଲାଇନ ଟିଡିଆର ଯାତ୍ରାର ଦଶଦିନ ମଧ୍ୟରେ ଦାଖଲ କରାଯିବ।

ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ଯାତ୍ରୀଙ୍କୁ ଜାରି ହୋଇଥିବା ଟିଟିଇ ସାର୍ଟିଫିକେଟ ଆଇଆରସିଟିସିକୁ ପଠାଯିବ ଏବଂ ଯାତ୍ରା କରୁନଥିବା ଯାତ୍ରୀଙ୍କ ଟିକେଟ ଅର୍ଥ ସେମାନଙ୍କ ଆକାଉଣ୍ଟକୁ ଆଇଆରସିଟିସି ଦ୍ଵାରା ପଠାଯିବ।

ଉପରୋକ୍ତ ଉଦ୍ଦେଶ୍ୟ ଲାଗି, କୋଭିଡ-୧୯ ଲକ୍ଷଣ କାରଣରୁ ଯାତ୍ରା କରିନପାରୁଥିବା ଯାତ୍ରୀଙ୍କ ଟିଡିଆର ଦାଖଲ ନିମନ୍ତେ ସିଆରଆଇଏସ ଏବଂ ଆଇଆରସିଟିସି ପକ୍ଷରୁ ଆବଶ୍ୟକ ପରିବର୍ତ୍ତନ କରାଯିବ। ଗୋଟିଏ ବିକଳ୍ପ-‘ଶରୀରରେ ଅଧିକ ତାପମାତ୍ରା/କୋଭିଡ-୧୯ ଲକ୍ଷଣ କାରଣରୁ ଆଂଶିକ/ସମ୍ପୂର୍ଣ୍ଣ ଯାତ୍ରୀମାନଙ୍କୁ ଟ୍ରେନରେ ଯାତ୍ରା କରିବା ଲାଗି ଅନୁମତି ମିଳିନାହିଁ’ ଉପଲବ୍ଧ ରହିବ।

ଭୋଜନ –

ଭଡ଼ାରେ କୌଣସି ଭୋଜନ ଶୁଳ୍କ ମିଶିବ ନାହିଁ। ଆଗୁଆ ମିଲ ବୁକିଂ ଏବଂ ଇ-କ୍ୟାଟରିଂ ପାଇଁ ଥିବା ବିକଳ୍ପକୁ ହଟାଇ ଦିଆଯିବ। ତେବେ ଆଇଆରସିଟିସି ପକ୍ଷରୁ ସୀମିତ ସଂଖ୍ୟକ ଖାଦ୍ୟ ଓ ପ୍ୟାକେଟ ହୋଇଥିବା ପାନୀୟ ଯୋଗାଇ ଦିଆଯିବ। ଏହି ସେବା ପ୍ୟାଣ୍ଟ୍ରି କାର ସଂଯୁକ୍ତ ଥିବା ସୀମିତ ସଂଖ୍ୟକ ଟ୍ରେନରେ ମିଳିବ। ଟିକେଟ ବୁକିଂ ସମୟରେ ଯାତ୍ରୀଙ୍କୁ ଏ ସମ୍ପର୍କରେ ସୂଚନା ଦିଆଯିବ। ଯାତ୍ରୀଙ୍କୁ ସାଥୀରେ ଖାଦ୍ୟ ଓ ପାନୀୟ ଜଳ ନେଇ ଆସିବା ଲାଗି କୁହାଯିବ। ରେଳ ଷ୍ଟେସନରେ ଥିବା ସମସ୍ତ ସ୍ଥିର କ୍ୟାଟରିଂ ଓ ଭେଣ୍ଡିଂ ୟୁନିଟ (ବହୁମୁଖୀ ଷ୍ଟଲ, ବୁକ ଷ୍ଟଲ, ଔଷଧ ଏବଂ ଅନ୍ୟାନ୍ୟ ଷ୍ଟଲ ଆଦି) ଖୋଲା ରହିବ। ଫୁଡ ପ୍ଲାଜା ଓ ରିଫ୍ରେଶମେଣ୍ଟ ରୁମ ଆଦିରେ କେବଳ ରନ୍ଧା ହୋଇଥିବା ଖାଦ୍ୟ ସାଥୀରେ ନେଇଯିବା ଲାଗି ବିକ୍ରି କରାଯିବ, ବସି ଖାଇବା ନିମନ୍ତେ କୌଣସି ବ୍ୟବସ୍ଥା ରହିବ ନାହିଁ।

ଚଦର ଓ କମ୍ବଳ –
– ଟ୍ରେନ ଭିତରେ ଚଦର, କମ୍ବଳ ଓ ପରଦା ଦିଆଯିବ ନାହିଁ। ଯାତ୍ରୀମାନେ ଯାତ୍ରା ପାଇଁ ସେମାନଙ୍କ ସାଥୀରେ ଚଦର ନେଇ ଆସିବେ। ଏସି ବଗି ଭିତରେ ଏଥିପାଇଁ ତାପମାତ୍ରାକୁ ନିୟନ୍ତ୍ରିତ କରି ରଖାଯିବ।
– ଯାତ୍ରୀଙ୍କ ଭିଡ଼ ଏଡ଼ାଇବା ଲାଗି ପୃଥକ ପ୍ରବେଶ ଓ ପ୍ରସ୍ଥାନ ଗେଟ ପ୍ରସ୍ତୁତ କରିବା ଲାଗି ଆଞ୍ଚଳିକ ରେଳ କାର୍ଯ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଫଳରେ ଯାତ୍ରୀମାନେ ମୁହାଁମୁହିଁ ହେବେ ନାହିଁ। ସମସ୍ତ ଷ୍ଟେସନରେ ସାମାଜିକ ଦୂରତା ଗାଇଡଲାଇନ ସମେତ ନିରାପତ୍ତା, ସୁରକ୍ଷା ଓ ସ୍ଵଚ୍ଛତା ନିୟମ ପାଳନ କରାଯିବ।
– ସମସ୍ତ ଯାତ୍ରୀ ଆରୋଗ୍ୟ ସେତୁ ଆପ ଡାଉନଲୋଡ କରିବା ଏବଂ ବ୍ୟବହାର କରିବା ଜରୁରି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.