Home Coronavirus Outbreak ରାଜ୍ୟରେ ପୁଣି ଦୁଇ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ

ରାଜ୍ୟରେ ପୁଣି ଦୁଇ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ

72

ଭୁବନେଶ୍ୱର ୩-୭ (ଓଡ଼ିଆ ପୁଅ) ରାଜ୍ୟରେ ପୁଣି ୨ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।

ମୃତକ ଦ୍ୱୟ ଗଞ୍ଜାମ ଜିଲ୍ଲାର। ଜଣେ ୬୬ ବର୍ଷ ବୟସ୍କ ପୁରୁଷ, ଯିଏ ଉଚ୍ଚ ରକ୍ତଚାପର ରୋଗୀ ମଧ୍ୟ ଥିଲେ ଏବଂ ଆଉଜଣେ ଗଞ୍ଜାମ ଜିଲ୍ଲାର ୪୦ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ମଧୁମେହରେ ପୀଡିତ ଥିଲେ।

ଏହା ସହ ଗଞ୍ଜାମ ଜିଲ୍ଲାରେ ୧, ୮୫୦ ଜଣ ସଂକ୍ରମିତ ହୋଇଥିବା ବେଳେ ୭୪୨ ଜଣ ସକ୍ରୀୟ ଅଛନ୍ତି। ୧, ୦୯୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି। ଆଜି ଜିଲ୍ଲାରୁ ୨୮୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହା ଫଳରେ ରାଜ୍ୟରେ ମୋଟ କରୋନା ଜନିତ ମୃତକଙ୍କ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି।

ଅନ୍ୟ କାରଣରୁ ୮ ଜଣଙ୍କର ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.