Home Coronavirus Outbreak ରାଜ୍ୟରେ କରୋନା ନେଲା ଦୁଇ ମୁଣ୍ଡ – ରାଜ୍ୟରେ ମୃତକଙ୍କ ସଂଖ୍ୟା ୧୪ ଅନ୍ୟ କାରଣରୁ...

ରାଜ୍ୟରେ କରୋନା ନେଲା ଦୁଇ ମୁଣ୍ଡ – ରାଜ୍ୟରେ ମୃତକଙ୍କ ସଂଖ୍ୟା ୧୪ ଅନ୍ୟ କାରଣରୁ ୪

870

ଭୁବନେଶ୍ୱର ୨୧-୬ (ଓଡ଼ିଆ ପୁଅ) ବରଗଡ ଜିଲ୍ଲାର ୭୬ ବର୍ଷିୟ କୋଭିଡ-୧୯ ପଜିଟିଭ ପୁରୁଷ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଦେହାନ୍ତ ହୋଇଛି।

ସେହିପରି ଗଞ୍ଜାମ ଜିଲ୍ଲାର ୪୯ ବର୍ଷ ବୟସ୍କ ପୁରୁଷ କରୋନା ରୋଗୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁ ହୋଇଛି। ସେ କ୍ରୋନିକ୍ ଅବଷ୍ଟ୍ରକ୍ଟିଭ୍ ଫୁସଫୁସ ରୋଗର ମଧ୍ୟ ରୋଗୀ ଥିଲେ।

ପୁନଶ୍ଚ ସୂଚନାଯୋଗ୍ୟଯେ, ରାଜ୍ୟରେ ଆଉ ୩୦୪ ଜଣ କରୋନା ଆକ୍ରାନ୍ତଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨୧ ଜିଲ୍ଲାରୁ ଏହି ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗଜପତି ଜିଲ୍ଲାରୁ ସର୍ବାଧିକ ୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଚିହ୍ନଟ ନୂଆ ୩୦୪ ଆକ୍ରାନ୍ତଙ୍କ ମଧ୍ୟରୁ ୨୭୨ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୩୨ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଚିହ୍ନଟ ନୂଆ ୩୦୪ ଆକ୍ରାନ୍ତଙ୍କ ମଧ୍ୟରୁ

୧- ଖୋର୍ଦ୍ଧା ଜିଲ୍ଲାରୁ ୦୫

୨- ମାଲକାନଗିରିରୁ ୦୨

୩- କଟକ ଜିଲ୍ଲାରୁ ୧୩

୪- ନୟାଗଡ଼ ଜିଲ୍ଲାରୁ ୩

୫- ଜଗତସିଂହପୁର ଜିଲ୍ଲାରୁ ୨୯

୬- ଝାରସୁଗୁଡ଼ା ଜିଲ୍ଲାରୁ ୨୫

୭- ବାଲେଶ୍ୱର ଜିଲ୍ଲାରୁ ୧୭

୮- ଢେଙ୍କାନାଳ ଜିଲ୍ଲାରୁ ୧

୯ – ସୋନପୁର ଜିଲ୍ଲାରୁ ୪

୧୦ – କନ୍ଧମାଳ ଜିଲ୍ଲାରୁ ୧୨

୧୧- ଭଦ୍ରକ ଜିଲ୍ଲାରୁ ୧୧

୧୨- ବରଗଡ଼ ଜିଲ୍ଲା ରୁ ୧୪

୧୩- ଯାଜପୁର ଜିଲ୍ଲାରୁ ୨୧

୧୪- ଗଞ୍ଜାମ ଜିଲ୍ଲାରୁ ୪୦

୧୫- ଗଜପତି ଜିଲ୍ଲାରୁ ୪୭

୧୬- ପୁରୀ ଜିଲ୍ଲାରୁ ୩

୧୭- ସୁନ୍ଦରଗଡ଼ ଜିଲ୍ଲାରୁ ୧

୧୮- ସମ୍ବଲପୁର ଜିଲ୍ଲାରୁ ୨

୧୯- ବଲାଙ୍ଗୀର ଜିଲ୍ଲାରୁ ୧

୨୦- ମୟୁରଭଞ୍ଜ ଜିଲ୍ଲାରୁ ୬

୨୧- କେନ୍ଦ୍ରାପଡ଼ାରୁ ୫

NDRF ଏବଂ ଅଗ୍ନିଶମ କର୍ମଚାରୀ : ୪୨

ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୧୬୦ ହୋଇଛି।

ଆଜି ୩୦୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୧୬୦ କୁ ବୃଦ୍ଧି ପାଇଛି।

କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୨୭୨ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩୨ ଜଣ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୧୬୦ କୁ ବୃଦ୍ଧି ପାଇଛି। ୩୫୩୪ ଜଣ ସୁସ୍ଥ ହୋଇଛନ୍ତି।

ତେବେ ରାଜ୍ୟରେ ମୋଟ ଟେଷ୍ଟ ୨୨୪୪୦୨ ହୋଇଛି। କରୋନା କାରଣରୁ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ କାରଣରୁ ୫ ଜଣଙ୍କର ମୃତ୍ୟୁ ହୋଇଛି। ୧୬୦୭ ଜଣ ସକ୍ରୀୟ ଅଛନ୍ତି ଏବଂ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.