Home ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ ପାଳିତ

ପ୍ରଦେଶ କଂଗ୍ରେସ ପକ୍ଷରୁ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ ପାଳିତ

121

ଭୁବନେଶ୍ୱର ୨୦-୬ (ଓଡ଼ିଆ ପୁଅ) – ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ୯୨ତମ ଶ୍ରାଦ୍ଧ ଦିବସ କଂଗ୍ରେସ ଭବନ ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସକାଳେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ନେତୃବୃନ୍ଦ ଗୋପବନ୍ଧୁ ଛକ ସ୍ଥିତ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ପିସିସି ପକ୍ଷରୁ ନେତାଗଣ କଂଗ୍ରେସ ଭବନ ପରିସରରେ ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ଯଜେ୍ଞଶ୍ୱର ବାବୁ, ହଳଧର ସେଠୀ, ଦୀପକ କୁମାର ମହାପାତ୍ର, ଚିନ୍ମୟ ସୁନ୍ଦର ଦାସ, ଜ୍ୟୋତିଷ ସାହୁ, ଲିଙ୍ଗରାଜ ସାହୁ, ଯମ୍ବେଶ୍ୱର ମଲ୍ଲିକ, ବାଙ୍ଗେଲା ମଲ୍ଲିଆ, ପ୍ରମୁଖ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.