Home Coronavirus Outbreak ୧୧ଜିଲ୍ଲାରେ ଶନିବାର ଓ ରବିବାର ସଟଡାଉନ

୧୧ଜିଲ୍ଲାରେ ଶନିବାର ଓ ରବିବାର ସଟଡାଉନ

396

ଭୁବନେଶ୍ୱର ୧-୬ (ଓଡ଼ିଆ ପୁଅ) : କରୋନାସଂକ୍ରମଣକୁ ନେଇ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏ ନେଇ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ଇତିମଧ୍ୟରେ ୪ଲକ୍ଷ ୨୬ ହଜାରରୁ ଅଧିକ ଲୋକ ରାଜ୍ୟକୁ ଫେରିଛନ୍ତି । ଯେତେ‌ ଅଧିକ ଲୋକ ଆସିବେ ‌ସେତେ ସଂକ୍ରମଣ ବଢ଼ିବ। ତେଣୁ ୧୧ଟି ଜିଲ୍ଲାରେ ଶନିବାର ଓ ରବିବାର ସଟଡାଉନ ରହିବ। ଏହି ଜିଲ୍ଲାଗୁଡ଼ିକ ହେଲେ, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ ବଲାଙ୍ଗିର। ଏହି ଜିଲ୍ଲା ଗୁଡ଼ିକରେ ଦୁଇ ଦିନିଆ ସଟଡାଉନ ଜାରି ହେବ। ଜୁନ୍ ୩୦ ତାରିଖ ଯାଏଁ ଏହି ନିୟମ ବଳବତ୍ତର ରହିବ।

ସଟଡ଼ାଉନ ବେଳେ ଦୋକାନ ଓ ଅଫିସ ବନ୍ଦ ରହିବ କିନ୍ତୁ ଜରୁରୀ ସେବା ଜାରି ରହିବ। ଏହି ସମୟରେ ସମସ୍ତ ସରକାରୀ-ବେସରକାରୀ କାର୍ଯ୍ୟାଳୟ ସହିତ କିରାଣା (ରାସନ) ଦୋକାନ ମଧ୍ୟ ବନ୍ଦ ରହିବ। ବୋଲି ମୁଖ୍ୟ ଶାସନ ସଚିବ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.