Home ଜିଲ୍ଲା ପରିକ୍ରମା ସଂଘର୍ଷ ଓ ସପଂଳତାର ଅନୁଭବ ବରିଷ୍ଠ ନାଗରିକଙ୍କ ଶ୍ରେଷ୍ଠ ପରିଚୟ

ସଂଘର୍ଷ ଓ ସପଂଳତାର ଅନୁଭବ ବରିଷ୍ଠ ନାଗରିକଙ୍କ ଶ୍ରେଷ୍ଠ ପରିଚୟ

111

ଭୁବନେଶ୍ୱର/ଯାଜପୁର୧ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ବରିଷ୍ଠ ନାଗରିକମାନେ ଅନୁଭବ ଓ ଅନୁଭୂତିର ଗନ୍ତାଘର ।  ସେମାନଙ୍କ ସୁରକ୍ଷା ଓ ଯତ୍ନ ସମସ୍ତଙ୍କର କର୍ତ୍ତବ୍ୟ ହେବା ଊଚିତ ବୋଲି ଜିଲ୍ଲା ଗ୍ରାମ୍ୟ ଊନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମନୋଜ କୁମାର ବେହେରା ମତବ୍ୟକ୍ତ କରିଚ୍ଥନ୍ତି ।  ମଙ୍ଗଳବାର ପୂର୍ବାହ୍ନରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ  ହୋଇଥିଲା ।  ଏହାକୁ ଊଦ୍ଘାଟନ କରି ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ବେହେରା ଶିକ୍ଷା ଅପେକ୍ଷା ଅନୁଭୂତି ଅଧିକ ମହତ୍ତ୍ୱପୂର୍ଣ୍ଣ ବୋଲି କହିଥିଲେ ।  ବହିର ପାଠ ଯାହା ବୁଝାଇଥାଏ ବରିଷ୍ଠ ନାଗରିକଙ୍କର ଅନୁଭବର କଥା ତା ଠାରୁ ଅଧିକ ଦକ୍ଷତା ବଢାଇଥାଏ ।  ବରିଷ୍ଠ ନାଗରିକ ମାନେ ଯେ କୈାଣସି ରାଷ୍ଟ୍ର ପାଇଁ ଗୈାରବ ବୋଲି ଶ୍ରୀ ବେହେରା କହିଥିଲେ ।  ଯାଜପୁର ପଞ୍ଚାୟତସମିତିର ମଣ୍ଡଳଉର୍ଣ୍ଣୟନଅଧିକାରୀ  ସୈାରଭ ଚକ୍ରବର୍ତ୍ତୀ ବରିଷ୍ଠ ନାଗରିକ ସମାଜକୁ ନୂଆ ବାଟ ଦେଖାଇବାରେ ପ୍ରମୁଖ ମାଧ୍ୟମ ସାଜିଥାନ୍ତି ବୋଲି କହିବା ସହ ସେମାନଙ୍କୁ ଊପଯୁକ୍ତ ସମ୍ମାନ ଓ ସେମାନଙ୍କ ପରାମର୍ଶ ପ୍ରତ୍ୟେକଙ୍କ ପାଇଁ ଆଶିର୍ବାଦ ବୋଲି କହିଥିଲେ ।  ଯାଜପୁର ପୈାର ନିର୍ବାହୀ ଅଧିକାରୀ ଅଜୟ କୁମାର ମହାନ୍ତି ବରିଷ୍ଠ ନାଗରିକ ମାନଙ୍କ ପାଇଁ ଗ୍ରହଣ କରାଯାଊଥିବା ବିବିଧ ବ୍ୟବସ୍ଥା ସଂପର୍କରେ ଆଲୋକପାତ କରିଥିଲେ ।  ବରିଷ୍ଠ ନାଗରିକ ସଂଘର ସଭାପତି ପ୍ରପୁଂଲ ସାମଲ ଏଥିରେ ଅଧ୍ୟକ୍ଷତା କରିବା ସହ ସଂଘର୍ଷ ଓ ସପଂଳତା ହିଁ ବରିଷ୍ଠ ନାଗରିକଙ୍କ ପରିଚୟ ।  ଏହାକୁ ସମାଜର ପ୍ରତ୍ୟେକ ବର୍ଗର ବ୍ୟକ୍ତି ବୁଝିବା ସହ ସମ୍ମାନ ଓ ସୁରକ୍ଷା ଦେବାକୁ ଆହ୍ୱାନ ଦେଇଥିଲେ ।  ସଂଘର ସଂପାଦକ ପ୍ରବୋଧ କୁମାର ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ  ଏହି କାର୍ଯ୍ୟକ୍ରମରେ ବରୁହାଁ ବରିଷ୍ଠ ନାଗରିକ ସଂଘ ସଭାପତି ଗଦାଧର ରାଊତ ଓ ସଂପାଦକ ପ୍ରପୁଂଲ ଓଝା ପ୍ରମୁଖ ଯୋଗଦେଇ ବରିଷ୍ଠ ନାଗରିକଙ୍କ ସମସ୍ୟା, ଆବଶ୍ୟକତା ଓ ସୁରକ୍ଷା ସଂପର୍କରେ ଆଲୋକପାତ କରିଥିଲେ ।  ଯାଜପୁର ବରାହ ନାଥ ମନ୍ଦିର ନିକଟରେ ରହୁଥିବା ଶତାୟୁ ବରିଷ୍ଠ ନାଗରିକ ବନମାଳୀ ସାମନ୍ତଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା ।  ତେବେ ଶ୍ରୀ ସାମନ୍ତ ଅସୁସ୍ଥ  ହେତୁ ଆସିପାରି ନଥିବାରୁ  ତାଙ୍କର ସହଧର୍ମିଣୀଙ୍କୁ ତାଙ୍କ ଊଦ୍ଦେଶ୍ୟରେ ମାନପତ୍ର, ଊତ୍ତରୀୟ ଇତ୍ୟାଦି ପ୍ରଦାନ କରାଯାଇଥିଲା ।  ବରିଷ୍ଠ ନାଗରିକ ପ୍ରପଂôଲ ସାମଲ, ଗଦାଧର ରାଊତ, ଗୋଲକ ପ୍ରସାଦ ସାହୁ, ଅକ୍ଷୟ ବିଶ୍ୱାଳ  ଓ ସେବା ନିବୃତ୍ତ  ସାମାଜିକ ସୁରକ୍ଷା ଅଧିକାରୀ ଲକ୍ଷ୍ମୀଧର ସାହୁଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା ।  ବରିଷ୍ଠ ନାଗରିକ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଯୋଗ ଶିକ୍ଷା ମଧ୍ୟ ପ୍ରଦାନ କରାଯାଇଥିଲା ।  ଯୋଗ ଗୁରୁ ସୁବାଷ ତ୍ରିପାଠୀ ଓ ମନ୍ମଥ ସାମଲ ଦୈନନ୍ଦିନ ଯୋଗ ଶିକ୍ଷା ଦ୍ୱାରା କିପରି ରୋଗ ମୁକ୍ତ ଓ ଆଳସ୍ୟ ମୁକ୍ତ ସୁସ୍ଥ ଜୀବନ ଜୀଇଁ ହେବ ତାହାର ଯୋଗ ପ୍ରଦର୍ଶନ କରିଥିଲେ ।  ପ୍ରାରମ୍ଭରେ ରାମ ମନ୍ଦିର ଠାରୁ ଏକ ଶୋଭାଯାତ୍ରା ମାଧ୍ୟମରେ ବରିଷ୍ଠ ନାଗରିକ ମାନେ ସଚେତନତା ବାର୍ତ୍ତା ପ୍ରଦାନ କରି, ସହର ପରିକ୍ରମା କରି ସଂସ୍କୃତି ଭବନ ଠାରେ ପହଞ୍ଚି ଥିଲେ ।  ଏହି ଶୋଭାଯାତ୍ରାକୁ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ବେହେରା, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଊପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଯାଜପୁର ବି.ଡି.ଓ. ସୈାରଭ ଚକ୍ରବର୍ତ୍ତୀ ଓ ସୂଚନା ଓ ଲୋକ ସଂପର୍କ ଅଧିକାରୀ  ପ୍ରମୁଖ ଯୋଗଦେଇ ଊଦ୍ଘାଟନ   କରିଥିଲେ ।  ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ, ଗଣମାଧ୍ୟମ ପ୍ରତିନିଧି ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ଯାଜପୁର ଏସ୍.ଇ.ଓ. ପରେଶ ସାମଲ ଓ ଯାଜପୁର ପୈାର ପ୍ରଶାସନର ସି.ଇ.ଓ. ତନ୍ମୟୀ ସାହୁ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.