ଭୁବନେଶ୍ଵର,୦୩/୦୯,(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ) : ଉତ୍ତର ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ସ୍ପଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ସୂଚନା ମିଳିଛି। ଏହାସହ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସୂଚନା ଦେଇଛନ୍ତି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ।
ତେବେ ବିଶେଷକରି ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡା, କଳାହାଣ୍ତିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏହି ଜିଲ୍ଲାଗୁଡିକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି । ସମୁଦ୍ର ଅଶାନ୍ତଥିବାରୁ ମତ୍ସ୍ୟଜୀବି ମାନଙ୍କୁ ସମୁଦ୍ରକୁ ନ ଯିବାକୁ ସୂଚନା ଦିଆଯାଇଛି । ଆଜି ଭୁନେଶ୍ବରରେ ସ୍ପଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସହ ଆକାଶ ମେଘାଚ୍ଛନ୍ନ ରହିବ ।






